Link to home pageLanguagesLink to all Bible versions on this site
87
ଯିରୂଶାଲମର ପ୍ରଶଂସା
ଗୀତ; କୋରହ-ସନ୍ତାନଗଣର ଗୀତ।
 
1 ତାହାଙ୍କ ଭିତ୍ତିମୂଳ ପବିତ୍ର ପର୍ବତ ଉପରେ ସ୍ଥାପିତ।
2 ସଦାପ୍ରଭୁ ଯାକୁବର ସମସ୍ତ ବାସସ୍ଥାନ ଅପେକ୍ଷା
ସିୟୋନର ଦ୍ୱାରସମୂହକୁ ଅଧିକ ସ୍ନେହ କରନ୍ତି।
3 ହେ ପରମେଶ୍ୱରଙ୍କ ନଗରୀ, ତୁମ୍ଭ ବିଷୟରେ ନାନାବିଧ ଗୌରବର କଥା କଥିତ ଅଛି।
[ସେଲା]
4 ମୋʼ ଜାଣିବା ଲୋକଙ୍କ ତୁଲ୍ୟ ମୁଁ ରାହବ ଓ ବାବିଲକୁ ଉଲ୍ଲେଖ କରିବି;
ପଲେଷ୍ଟୀୟା, ସୋର ଓ କୂଶକୁ ଦେଖ;
“ଏହି ଜଣ ସେଠାରେ ଜାତ ହେଲା।”
5 ଆହୁରି, ସିୟୋନ ବିଷୟରେ କୁହାଯିବ, “ଏଜଣ ଓ ସେଜଣ ତହିଁ ମଧ୍ୟରେ ଜାତ ହେଲେ;”
ପୁଣି, ସର୍ବୋପରିସ୍ଥ ସ୍ୱୟଂ ତାହା ସୁସ୍ଥିର କରିବେ।
6 ସଦାପ୍ରଭୁ ଗୋଷ୍ଠୀବର୍ଗର ନାମ ଲେଖିବା ସମୟରେ,
“ଏଜଣ ସେଠାରେ ଜାତ ହେଲା” ବୋଲି ଗଣନା କରିବେ।
[ସେଲା]
7 ଗାୟକ ଓ ନର୍ତ୍ତକମାନେ କହିବେ,
“ମୋହର ସବୁ ଝର ତୁମ୍ଭଠାରେ ଅଛି।”

<- ଗୀତସଂହିତା 86ଗୀତସଂହିତା 88 ->