The Gospel according to Matthew ମାଥିଉ ଲିଖିତ ସୁସମାଚାର ଲେଖକ ଏହି ପୁସ୍ତକର ଲେଖକ ମାଥିଉ, ଜଣେ କର ଆଦାୟକାରୀ ବ୍ୟକ୍ତି ଥିଲେ ଯିଏ ନିଜ ବ୍ୟବସାୟକୁ ଛାଡ଼ି ଯୀଶୁଙ୍କ ଅନୁସରଣ କରିଥିଲେ। (ମାଥି. 9:9-13) ମାର୍କ ଏବଂ ଲୂକ ନିଜ ନିଜ ପୁସ୍ତକରେ ମାଥିଉଙ୍କୁ ଲେବୀ ନାମରେ ସମ୍ବୋଧନ କରନ୍ତି। ତାହାଙ୍କ ନାମର ଅର୍ଥ “ପ୍ରଭୁଙ୍କର ଦାନ” ଅଟେ। ପ୍ରଥମ ଶତାବ୍ଦୀ ମଣ୍ଡଳୀର ନେତାମାନେ ସର୍ବସମ୍ମତି ଭାବରେ ମାଥିଉ ହିଁ ଲେଖକ ଅଟନ୍ତି ବୋଲି ସହମତ ହୋଇଥିଲେ, ଯିଏ 12 ଜଣ ପ୍ରେରିତମାନଙ୍କ ମଧ୍ୟରୁ ଜଣେ ଏବଂ ଯିଏ ଏହି ପୁସ୍ତକର ଲେଖକ ଅଟନ୍ତି। ଯୀଶୁଙ୍କର ସେବାକାର୍ଯ୍ୟର ସମସ୍ତ ଘଟଣା ବିଷୟରେ ମାଥିଉ ପ୍ରତ୍ୟକ୍ଷଦର୍ଶୀ ବ୍ୟକ୍ତି ଅଟନ୍ତି। ତୁଳନାତ୍ମକ ଅଧ୍ୟୟନରେ ମାଥିଉ ସହିତ ଅନ୍ୟ ସୁସମାଚାର ମଧ୍ୟ ଏହା ପ୍ରମାଣ କରେ ଯେ ଖ୍ରୀଷ୍ଟଙ୍କ ବିଷୟରେ ପ୍ରେରିତମାନଙ୍କର ସାକ୍ଷ୍ୟ ମଧ୍ୟରେ କୌଣସି ପ୍ରଭେଦ ନାହିଁ। ସମୟ ଓ ସ୍ଥାନ ପ୍ରାୟ 50-70 ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି। ମାଥିଉ ସୁସମାଚାରରେ ଯିହୁଦୀମାନଙ୍କର ପରମ୍ପରା ଅନୁଧ୍ୟାନ କଲେ ଏହା ପ୍ରତୀତ ହୁଏ ଯେ ଏହି ପୁସ୍ତକ ପାଲେଷ୍ଟାଇନ କିମ୍ବା ସିରିୟାରେ ଲେଖାଯାଇଥାଇପାରେ, ଯଦିଓ ଅନେକେ ପ୍ରସ୍ତାବ ଦିଅନ୍ତି ଯେ ଏହା ଆନ୍ତିୟଖିଆରୁ ଲେଖାଯାଇଥିବ। ପ୍ରାପକ ମୂଳତଃ, ମାଥିଉ ପୁସ୍ତକ ଗ୍ରୀକ ଭାଷାରେ ଲେଖାଯାଇ ଥିଲା, ହୁଏତ, ଗ୍ରୀକ ଭାଷାବାଦୀ ଯିହୁଦୀ ପାଠକମାନଙ୍କୁ ଦୃଷ୍ଟିରେ ରଖି ଏହି ପୁସ୍ତକ ଲେଖାଯାଇଥିଲା। ପୁସ୍ତକର ଅନେକ ବିଷୟଗୁଡ଼ିକ ଯିହୁଦୀ ପାଠକମାନଙ୍କୁ ଦର୍ଶାଏ: ମାଥିଉ ପୁରାତନ ନିୟମର ସମ୍ପୂର୍ଣ୍ଣତାକୁ ପ୍ରାଧାନ୍ୟ ଦିଅନ୍ତି; ସେ ଯୀଶୁଙ୍କୁ ଅବ୍ରହାମଙ୍କ ପିଢିରୁ ଆଗତ ହେବାର ପ୍ରମାଣ କରନ୍ତି (ମାଥି. 1:1,17) ସେ ଯିହୁଦୀମାନଙ୍କ ଶବ୍ଦଗୁଡ଼ିକୁ ବ୍ୟବହାର କରନ୍ତି (ଉଦାହରଣ: ସ୍ୱର୍ଗ ରାଜ୍ୟ, ଯେଉଁଠାରେ ଯିହୁଦୀମାନେ ଈଶ୍ଵରଙ୍କ ନାମକୁ ନେବା ପାଇଁ ଅନିଚ୍ଛା ପ୍ରକାଶ କରନ୍ତି, ସେହି ବିଷୟକୁ ସେ ଲେଖିଛନ୍ତି ଏବଂ ଯୀଶୁ ଯେ ଦାଉଦଙ୍କ ସନ୍ତାନ, ଏହାକୁ ମଧ୍ୟ ସେ ଗୁରୁତ୍ଵ ଦିଅନ୍ତି)। (ମାଥି. 1:1; 9:27; 12:23; 15:22; 20:30; 31; 21:9,15; 22:41,45)। ଏହି ପୁସ୍ତକ ପ୍ରକାଶ କରେ ଯେ ମାଥିଉ ଯିହୁଦୀମାନଙ୍କ ପ୍ରତି ଅଧିକ କେନ୍ଦ୍ରିତ ଥିଲେ। ଉଦ୍ଦେଶ୍ୟ ଯିହୁଦୀ ପାଠକମାନଙ୍କୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି ବୋଲି ଜଣାଇବା ନିମନ୍ତେ ମାଥିଉ ଏହି ସୁସମାଚାର ଲେଖିଛନ୍ତି। ସେ ଈଶ୍ଵରଙ୍କ ରାଜ୍ୟକୁ ମନୁଷ୍ୟମାନଙ୍କ ମଧ୍ୟକୁ ଆଣିବା ବିଷୟକୁ ଗୁରୁତ୍ଵ ଦିଅନ୍ତି। ସେ ଯୀଶୁଙ୍କୁ ରାଜା ବୋଲି ସମ୍ବୋଧନ କରନ୍ତି ଯିଏ ପୁରାତନ ନିୟମର ଭବିଷ୍ୟତବାଣୀ ଓ ଆଶା ସଫଳ କରନ୍ତି (ମାଥି. 1:1; 16:16; 20:28)। ବିଷୟବସ୍ତୁ ଯୀଶୁ ଯିହୁଦୀମାନଙ୍କର ରାଜା ରୂପରେଖା 1. 1. ଯୀଶୁଙ୍କର ଜନ୍ମ — 1:1-2:23 2. ଗାଲିଲୀରେ ଯୀଶୁଙ୍କର ସେବାକାର୍ଯ୍ୟ — 3:1-18:35 3. ଯିହୂଦା ପ୍ରଦେଶରେ ଯୀଶୁଙ୍କର ସେବାକାର୍ଯ୍ୟ — 19:1-20:34 4. ଯିହୂଦା ପ୍ରଦେଶରେ ଶେଷ ଦିନଗୁଡ଼ିକ — 21:1-27:66 5. ଶେଷ ଘଟଣାଗୁଡ଼ିକ — 28:1-20
1ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ (ଲୂକ 3:23-38)1 ଅବ୍ରହାମଙ୍କ ସନ୍ତାନ ଓ ଦାଉଦଙ୍କ ସନ୍ତାନ ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ।
2 ଅବ୍ରହାମ ଇସ୍ହାକଙ୍କୁ ଜନ୍ମ ଦେଲେ, ଇସ୍ହାକ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ, ଯିହୂଦା ଓ ତାହାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ, 3 ଯିହୂଦା ତାମରଙ୍କ ଗର୍ଭରୁ ପେରସ ଓ ସେରହଙ୍କୁ ଜନ୍ମ ଦେଲେ, ପେରସ ହିଷ୍ରୋଣଙ୍କୁ ଜନ୍ମ ଦେଲେ, 4 ହିଷ୍ରୋଣ ଅରାମଙ୍କୁ ଜନ୍ମ ଦେଲେ, ଅରାମ ଅମ୍ମୀନାଦବଙ୍କୁ ଜନ୍ମ ଦେଲେ, ଅମ୍ମୀନାଦାବ ନହଶୋନଙ୍କୁ ଜନ୍ମ ଦେଲେ, ନହଶୋନ ସଲମୋନଙ୍କୁ ଜନ୍ମ ଦେଲେ, 5 ସଲମୋନ ରାହାବଙ୍କ ଗର୍ଭରୁ ବୋୟଜଙ୍କୁ ଜନ୍ମ ଦେଲେ, ବୋୟଜ ରୂତଙ୍କ ଗର୍ଭରୁ ଓବେଦଙ୍କୁ ଜନ୍ମ ଦେଲେ, ଓବେଦ ଯିଶୀଙ୍କୁ ଜନ୍ମ ଦେଲେ, 6 ଯିଶୀ ଦାଉଦ ରାଜାଙ୍କୁ ଜନ୍ମ ଦେଲେ। ଦାଉଦ ଉରୀୟଙ୍କ ଭାର୍ଯ୍ୟାଙ୍କ ଗର୍ଭରୁ ଶଲୋମନଙ୍କୁ ଜନ୍ମ ଦେଲେ, 7 ଶଲୋମନ ରିହବୀୟାମଙ୍କୁ ଜନ୍ମ ଦେଲେ, ରିହବୀୟାମ ଅବୀୟଙ୍କୁ ଜନ୍ମ ଦେଲେ, 8 ଅବୀୟ ଆସାଙ୍କୁ ଜନ୍ମ ଦେଲେ, ଆସା ଯିହୋଶାଫଟଙ୍କୁ ଜନ୍ମ ଦେଲେ, ଯିହୋଶାଫଟ ଯୋରାମଙ୍କୁ ଜନ୍ମ ଦେଲେ, ଯୋରାମ ଉଜୀୟଙ୍କୁ ଜନ୍ମ ଦେଲେ, 9 ଉଜୀୟ ଯୋଥମଙ୍କୁ ଜନ୍ମ ଦେଲେ, ଯୋଥମ ଆହସ୍ଙ୍କୁ ଜନ୍ମ ଦେଲେ, ଆହସ୍ ହିଜକୀୟଙ୍କୁ ଜନ୍ମ ଦେଲେ, 10 ହିଜକୀୟ ମନଃଶିଙ୍କୁ ଜନ୍ମ ଦେଲେ, ମନଃଶି ଆମୋନଙ୍କୁ ଜନ୍ମ ଦେଲେ, ଆମୋନ ଯୋଶୀୟଙ୍କୁ ଜନ୍ମ ଦେଲେ, 11 ବାବିଲକୁ ନିର୍ବାସିତ ହେବା ସମୟରେ ଯୋଶୀୟ ଯିକନୀୟ ଓ ତାହାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ। 12 ବାବିଲକୁ ନିର୍ବାସିତ ହେବା ପରେ ଯିକନୀୟ ଶଲ୍ଟୀୟେଲଙ୍କୁ ଜନ୍ମ ଦେଲେ, ଶଲ୍ଟୀୟେଲ୍ ଜିରୁବାବିଲଙ୍କୁ ଜନ୍ମ ଦେଲେ, 13 ଜିରୁବାବିଲ ଅବୀହୁଦଙ୍କୁ ଜନ୍ମ ଦେଲେ, ଅବୀହୁଦ ଏଲୀୟାକିମଙ୍କୁ ଜନ୍ମ ଦେଲେ, ଏଲୀୟାକିମ ଆସୋରଙ୍କୁ ଜନ୍ମ ଦେଲ, 14 ଆସୋର ସାଦୋକଙ୍କୁ ଜନ୍ମ ଦେଲେ, ସାଦୋକ ଆଖିମଙ୍କୁ ଜନ୍ମ ଦେଲେ, ଆଖିମ ଏଲିହୁଦଙ୍କୁ ଜନ୍ମ ଦେଲେ, 15 ଏଲିହୁଦ ଏଲୀୟାଜରଙ୍କୁ ଜନ୍ମ ଦେଲେ, ଏଲୀୟାଜର ମତ୍ତାନଙ୍କୁ ଜନ୍ମ ଦେଲେ, 16 ମତ୍ତାନ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ ମରୀୟମଙ୍କ ସ୍ୱାମୀ ଯୋଷେଫଙ୍କୁ ଜନ୍ମ ଦେଲେ, ଏହି ମରୀୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ, ତାହାଙ୍କୁ ଖ୍ରୀଷ୍ଟ କୁହାଯାଏ।17 ଏହି ପ୍ରକାରେ ସମସ୍ତେ ଅବ୍ରହାମଙ୍କଠାରୁ ଦାଉଦଙ୍କ ପର୍ଯ୍ୟନ୍ତ ଚଉଦ ପୁରୁଷ, ଆଉ ଦାଉଦଙ୍କ ଠାରୁ ବାବିଲ ନିର୍ବାସନ ପର୍ଯ୍ୟନ୍ତ ଚଉଦ ପୁରୁଷ, ପୁଣି, ବାବିଲ ନିର୍ବାସନଠାରୁ ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ ଚଉଦ ପୁରୁଷ।
ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ବୃତ୍ତାନ୍ତ (ଲୂକ 1:26-38; 2:1-7)18 ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାରେ ହେଲା। ତାହାଙ୍କ ମାତା ମରୀୟମଙ୍କର ଯୋଷେଫଙ୍କ ସହିତ ବିବାହ ନିର୍ବନ୍ଧ ହେଲା ପରେ ସେମାନଙ୍କ ସହବାସ ପୂର୍ବେ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହୋଇଅଛନ୍ତି ବୋଲି ଜଣାପଡ଼ିଲା।
19 ଏଥିରେ ତାହାଙ୍କ ସ୍ୱାମୀ ଯୋଷେଫ ଧାର୍ମିକ ଥିବାରୁ ଏବଂ ତାହାଙ୍କୁ ପ୍ରକାଶରେ ନିନ୍ଦାର ପାତ୍ର କରିବାକୁ ଇଚ୍ଛା ନ କରିବାରୁ ଗୋପନରେ ତାହାଙ୍କୁ ପରିତ୍ୟାଗ କରିବାକୁ ସ୍ଥିର କଲେ।
20 କିନ୍ତୁ ସେ ଏହା ମନସ୍ଥ କଲା ପରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ତାହାଙ୍କୁ ଦର୍ଶନ ଦେଇ କହିଲେ, “ହେ ଦାଉଦଙ୍କ ସନ୍ତାନ ଯୋଷେଫ, ତୁମ୍ଭର ଭାର୍ଯ୍ୟା ମରୀୟମଙ୍କୁ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ତାହାଙ୍କର ଗର୍ଭ ପବିତ୍ର ଆତ୍ମାଙ୍କ ଦ୍ୱାରା ହୋଇଅଛି। 21 ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ।”
22 ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ଏସମସ୍ତ ଘଟିଲା,
23 “ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ଲୋକେ ତାହାଙ୍କ ନାମ ଇମ୍ମାନୁଏଲ ଦେବେ,” ଏହି ନାମର ଅର୍ଥ “ଆମ୍ଭମାନଙ୍କ ସହିତ ଈଶ୍ବର।”24 ଏଥିରେ ଯୋଷେଫ ନିଦରୁ ଉଠି ପ୍ରଭୁଙ୍କ ଦୂତ ତାହାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେହିପରି କଲେ ଓ ନିଜ ଭାର୍ଯ୍ୟାଙ୍କୁ ଗ୍ରହଣ କଲେ; 25 କିନ୍ତୁ ସେ ପୁତ୍ର ପ୍ରସବ ନ କରିବା ପର୍ଯ୍ୟନ୍ତ ତାହାଙ୍କ ସହିତ ସହବାସ କଲେ ନାହିଁ, ଆଉ ସେ ପୁତ୍ରଙ୍କ ନାମ ଯୀଶୁ ଦେଲେ।
ମାଥିଉ 2 ->
1 ଅବ୍ରହାମଙ୍କ ସନ୍ତାନ ଓ ଦାଉଦଙ୍କ ସନ୍ତାନ ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ।
17 ଏହି ପ୍ରକାରେ ସମସ୍ତେ ଅବ୍ରହାମଙ୍କଠାରୁ ଦାଉଦଙ୍କ ପର୍ଯ୍ୟନ୍ତ ଚଉଦ ପୁରୁଷ, ଆଉ ଦାଉଦଙ୍କ ଠାରୁ ବାବିଲ ନିର୍ବାସନ ପର୍ଯ୍ୟନ୍ତ ଚଉଦ ପୁରୁଷ, ପୁଣି, ବାବିଲ ନିର୍ବାସନଠାରୁ ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ ଚଉଦ ପୁରୁଷ।
18 ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାରେ ହେଲା। ତାହାଙ୍କ ମାତା ମରୀୟମଙ୍କର ଯୋଷେଫଙ୍କ ସହିତ ବିବାହ ନିର୍ବନ୍ଧ ହେଲା ପରେ ସେମାନଙ୍କ ସହବାସ ପୂର୍ବେ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହୋଇଅଛନ୍ତି ବୋଲି ଜଣାପଡ଼ିଲା।
19 ଏଥିରେ ତାହାଙ୍କ ସ୍ୱାମୀ ଯୋଷେଫ ଧାର୍ମିକ ଥିବାରୁ ଏବଂ ତାହାଙ୍କୁ ପ୍ରକାଶରେ ନିନ୍ଦାର ପାତ୍ର କରିବାକୁ ଇଚ୍ଛା ନ କରିବାରୁ ଗୋପନରେ ତାହାଙ୍କୁ ପରିତ୍ୟାଗ କରିବାକୁ ସ୍ଥିର କଲେ।
20 କିନ୍ତୁ ସେ ଏହା ମନସ୍ଥ କଲା ପରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ତାହାଙ୍କୁ ଦର୍ଶନ ଦେଇ କହିଲେ, “ହେ ଦାଉଦଙ୍କ ସନ୍ତାନ ଯୋଷେଫ, ତୁମ୍ଭର ଭାର୍ଯ୍ୟା ମରୀୟମଙ୍କୁ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ତାହାଙ୍କର ଗର୍ଭ ପବିତ୍ର ଆତ୍ମାଙ୍କ ଦ୍ୱାରା ହୋଇଅଛି। 21 ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ।”
22 ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ଏସମସ୍ତ ଘଟିଲା,
24 ଏଥିରେ ଯୋଷେଫ ନିଦରୁ ଉଠି ପ୍ରଭୁଙ୍କ ଦୂତ ତାହାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେହିପରି କଲେ ଓ ନିଜ ଭାର୍ଯ୍ୟାଙ୍କୁ ଗ୍ରହଣ କଲେ; 25 କିନ୍ତୁ ସେ ପୁତ୍ର ପ୍ରସବ ନ କରିବା ପର୍ଯ୍ୟନ୍ତ ତାହାଙ୍କ ସହିତ ସହବାସ କଲେ ନାହିଁ, ଆଉ ସେ ପୁତ୍ରଙ୍କ ନାମ ଯୀଶୁ ଦେଲେ।
ମାଥିଉ 2 ->