5 ଏଥିଉତ୍ତାରେ ଶାମ୍ଶୋନ୍ ଓ ତାହାର ପିତାମାତା ତିମ୍ନାକୁ ଯାଇ ତିମ୍ନାସ୍ଥିତ ଦ୍ରାକ୍ଷାକ୍ଷେତ୍ରରେ ଉପସ୍ଥିତ ହେଲେ। ତହିଁରେ ଦେଖ, ଏକ ଯୁବା ସିଂହ ତାହାକୁ ହାବୁଡ଼ି ଗର୍ଜ୍ଜନ କଲା। 6 ତହୁଁ ସଦାପ୍ରଭୁଙ୍କ ଆତ୍ମା ଶାମ୍ଶୋନ୍ ଉପରେ ଆସିବା କ୍ଷଣି, ସେ ଛେଳିଛୁଆକୁ ବିଦୀର୍ଣ୍ଣ କଲା ପରି ତାହାକୁ ବିଦୀର୍ଣ୍ଣ କରି ପକାଇଲା, ମାତ୍ର ଶାମ୍ଶୋନ୍ ହାତରେ କିଛି ନ ଥିଲା। ତଥାପି ସେ ଆପଣାର ଏହି କର୍ମର କଥା ଆପଣା ପିତାମାତାଙ୍କୁ କହିଲା ନାହିଁ।
7 ଏଥିଉତ୍ତାରେ ଶାମ୍ଶୋନ୍ ଯାଇ ସେହି ସ୍ତ୍ରୀ ସଙ୍ଗରେ କଥାବାର୍ତ୍ତା କଲା ଓ ସେ ସ୍ତ୍ରୀ ଦୃଷ୍ଟିରେ ପସନ୍ଦ ହେଲା। 8 ପୁଣି କିଛି ଦିନ ଉତ୍ତାରେ ସେ ସେହି ସ୍ତ୍ରୀକୁ ଗ୍ରହଣ କରିବା ପାଇଁ ପୁନର୍ବାର ଗଲା, ସେତେବେଳେ ସେ ସେହି ସିଂହର ଶବ ଦେଖିବାକୁ ବାଟ ବୁଲି ଯାଆନ୍ତେ, ଦେଖ, ସେହି ସିଂହ ଦେହରେ ମହୁମାଛିର ଦଳ ଓ ମହୁ ଅଛି। 9 ତେଣୁ ସେ ହାତରେ କିଛି ନେଇ ତାହା ଖାଇ ଖାଇ ଆପଣା ପିତାମାତାଙ୍କ ନିକଟକୁ ଗଲା ଓ ସେ ସେମାନଙ୍କୁ ଦିଅନ୍ତେ, ସେମାନେ ଖାଇଲେ। ମାତ୍ର ସେ ଯେ ସିଂହ ଦେହରୁ ସେହି ମହୁ ନେଇଥିଲା, ଏହା ସେମାନଙ୍କୁ ଜଣାଇଲା ନାହିଁ।
10 ଏଥିଉତ୍ତାରେ ତାହାର ପିତା ସେହି ସ୍ତ୍ରୀ ନିକଟକୁ ଗଲା। ପୁଣି ଶାମ୍ଶୋନ୍ ତିମ୍ନାରେ ଗୋଟିଏ ଭୋଜି କଲା; କାରଣ ଯୁବାମାନଙ୍କର ସେପରି କରିବାର ରୀତି ଥିଲା। 11 ପୁଣି ସେମାନେ ତାହାକୁ ଦେଖନ୍ତେ, ତାହା ସଙ୍ଗେ ରହିବା ପାଇଁ ତିରିଶ ଜଣ ମିତ୍ର ଆଣିଲେ। 12 ତହିଁରେ ଶାମ୍ଶୋନ୍ ସେମାନଙ୍କୁ କହିଲା, “ମୁଁ ତୁମ୍ଭମାନଙ୍କୁ ଗୋଟିଏ ପ୍ରହେଳିକା କହେ। ତୁମ୍ଭେମାନେ ଯେବେ ଏହି ଭୋଜିର ସାତ ଦିନ ମଧ୍ୟରେ ତହିଁର ଅର୍ଥ ବାହାର କରି ମୋତେ ଜଣାଇବ, ତେବେ ମୁଁ ତୁମ୍ଭମାନଙ୍କୁ ତିରିଶ ମସିନା ବସ୍ତ୍ର ଓ ତିରିଶ ସାଜ ପୋଷାକ ଦେବି। 13 ମାତ୍ର ଯେବେ ତୁମ୍ଭେମାନେ ମୋତେ ତହିଁର ଅର୍ଥ ଜଣାଇ ନ ପାରିବ, ତେବେ ତୁମ୍ଭେମାନେ ମୋତେ ତିରିଶ ମସିନା ବସ୍ତ୍ର ଓ ତିରିଶ ସାଜ ପୋଷାକ ଦେବ।” ଆଉ ସେମାନେ ତାହାକୁ କହିଲେ, “ତୁମ୍ଭର ପ୍ରହେଳିକା କୁହ, ଆମ୍ଭେମାନେ ତାହା ଶୁଣିବୁ।” 14 ତହିଁରେ ସେ ସେମାନଙ୍କୁ କହିଲା,
15 ତହୁଁ ଚତୁର୍ଥ ଦିନରେ[a] ସେମାନେ ଶାମ୍ଶୋନ୍ର ଭାର୍ଯ୍ୟାକୁ କହିଲେ, “ପ୍ରହେଳିକାର ଅର୍ଥ କହିବା ପାଇଁ ତୁମ୍ଭେ ଆପଣା ସ୍ୱାମୀକୁ ମଣାଅ, ନୋହିଲେ ଆମ୍ଭେମାନେ ତୁମ୍ଭକୁ ଓ ତୁମ୍ଭର ପିତୃଗୃହକୁ ଅଗ୍ନିରେ ଦଗ୍ଧ କରିବୁ। ଆଉ ତୁମ୍ଭେମାନେ ଆମ୍ଭମାନଙ୍କୁ ନିର୍ଦ୍ଧନ କରିବାକୁ ଡାକିଛ ପରା? ନୁହେଁ?” 16 ତହିଁରେ ଶାମ୍ଶୋନ୍ର ଭାର୍ଯ୍ୟା ତାହାକୁ ଧରି କାନ୍ଦି କହିଲା, “ତୁମ୍ଭେ କେବଳ ମୋତେ ଘୃଣା କରୁଅଛ, କିଛି ପ୍ରେମ କରୁ ନାହଁ; ତୁମ୍ଭେ ମୋʼ ଲୋକଙ୍କ ସନ୍ତାନମାନଙ୍କୁ ଗୋଟିଏ ପ୍ରହେଳିକା କହିଅଛ, ମାତ୍ର ତାହା ମୋତେ ବୁଝାଇ ଦେଇ ନାହଁ।” ତହିଁରେ ସେ ତାହାକୁ କହିଲା, “ଦେଖ, ମୁଁ ଆପଣା ପିତା କି ମାତାକୁ ବୁଝାଇ ଦେଇ ନାହିଁ, ଆଉ କି ତୁମ୍ଭକୁ ବୁଝାଇଦେବି?” 17 ପୁଣି ସେ ଭୋଜିର ସପ୍ତମ ଦିନ ପର୍ଯ୍ୟନ୍ତ ତାହାକୁ ଧରି କାନ୍ଦିଲା; ତହିଁରେ ସେ ତାହାକୁ ନିତାନ୍ତ ଅନୁରୋଧ କରିବାରୁ ଶାମ୍ଶୋନ୍ ସପ୍ତମ ଦିନରେ ତାହା ତାହାକୁ ବୁଝାଇଦେଲା; ତହୁଁ ସେ ଆପଣା ଲୋକଙ୍କ ସନ୍ତାନମାନଙ୍କୁ ସେହି ପ୍ରହେଳିକା ବୁଝାଇଦେଲା। 18 ଏଥିଉତ୍ତାରେ ସପ୍ତମ ଦିନ ସୂର୍ଯ୍ୟାସ୍ତ ପୂର୍ବରେ ନଗରସ୍ଥ ଲୋକମାନେ ତାହାକୁ କହିଲେ,
19 ଏଥିଉତ୍ତାରେ ସଦାପ୍ରଭୁଙ୍କ ଆତ୍ମା ଶାମ୍ଶୋନ୍ ଉପରେ ଆସିବା କ୍ଷଣି, ସେ ଅସ୍କିଲୋନକୁ ଯାଇ ସେଠାରେ ତିରିଶ ଜଣଙ୍କୁ ବଧ କଲା ଓ ସେମାନଙ୍କଠାରୁ ଲୁଟଦ୍ରବ୍ୟ ନେଇ ପ୍ରହେଳିକାର ଅର୍ଥକାରୀମାନଙ୍କୁ ଏକ ଏକ ସାଜ ପୋଷାକ ଦେଲା। କିନ୍ତୁ ତାହାର କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି ସେ ଆପଣା ପିତୃଗୃହକୁ ଚାଲିଗଲା। 20 ମାତ୍ର ଶାମ୍ଶୋନ୍ ଯାହାକୁ ଆପଣାର ବନ୍ଧୁ ପରି କରିଥିଲା, ତାହାକୁ ତାହାର ଭାର୍ଯ୍ୟା ଦିଆଗଲା।
<- ବିଚାରକର୍ତ୍ତା 13ବିଚାରକର୍ତ୍ତା 15 ->