6 ଆଉ, ନଗରର ଅଧିକାର ନିମନ୍ତେ ତୁମ୍ଭେମାନେ ପବିତ୍ର ଉପହାର ରୂପ ଅଂଶର ପାଖେ ପାଖେ ପାଞ୍ଚ ହଜାର ଦଣ୍ଡ ପ୍ରସ୍ଥ ଓ ପଚିଶ ହଜାର ଦଣ୍ଡ ଦୀର୍ଘ ଭୂମି ନିରୂପଣ କରିବ; ତାହା ସମୁଦାୟ ଇସ୍ରାଏଲ ବଂଶର ନିମନ୍ତେ ହେବ।
9 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ଇସ୍ରାଏଲର ଅଧିପତିମାନେ, ତୁମ୍ଭମାନଙ୍କ ନିମନ୍ତେ ଏହା ଯଥେଷ୍ଟ ହେଉ; ତୁମ୍ଭେମାନେ ଦୌରାତ୍ମ୍ୟ ଓ ଧନାପହାର ଦୂର କର, ଆଉ ନ୍ୟାୟ ଓ ଯଥାର୍ଥ ବିଚାର କର; ତୁମ୍ଭେମାନେ ଆମ୍ଭ ଲୋକମାନଙ୍କଠାରୁ ବଳପୂର୍ବକ ଅପହରଣ କରିବାର ଦୂର କର, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
10 ତୁମ୍ଭେମାନେ ଯଥାର୍ଥ ତରାଜୁ, ଯଥାର୍ଥ ଐଫା ଓ ଯଥାର୍ଥ ବାତ୍ ରଖିବ। 11 ବାତ୍ ଯେପରି ହୋମରର ଦଶମାଂଶ ହେବ ଓ ଐଫା ହୋମରର ଦଶମାଂଶ ହେବ, ଏଥିପାଇଁ ଐଫା ଓ ବାତ୍ର ଏକ ସମାନ ପରିମାଣ ହେବ; ତହିଁର ପରିମାଣ ହୋମର ଅନୁସାରେ ହେବ। 12 ପୁଣି, ଶେକଲ କୋଡ଼ିଏ ଗେରା ହେବ; କୋଡ଼ିଏ ଶେକଲ, ପଚିଶ ଶେକଲ, ପନ୍ଦର ଶେକଲ ତୁମ୍ଭମାନଙ୍କ ନିମନ୍ତେ ଏକ ମୀନା[a] ହେବ।
13 ତୁମ୍ଭେମାନେ ଏହି ଉପହାର ଉତ୍ସର୍ଗ କରିବ; ଗହମର ଏକ ହୋମରରୁ ଏକ ଐଫାର ଷଷ୍ଠାଂଶ ଓ ଯବର ଏକ ହୋମରରୁ ଏକ ଐଫାର ଷଷ୍ଠାଂଶ ଦେବ; 14 ପୁଣି, ବାତ୍ ସମ୍ବନ୍ଧୀୟ ତୈଳର ନିରୂପିତ ଅଂଶ କୋରରୁ ଏକ ବାତ୍ର ଦଶମାଂଶ ହେବ, କୋର ଦଶ ବାତ୍, ଅର୍ଥାତ୍, ଏକ ହୋମର; କାରଣ ଦଶ ବାତ୍ରେ ଏକ ହୋମର ହୁଏ; 15 ଆଉ, ଇସ୍ରାଏଲର ଉତ୍ତମ ଚରାଣୀ ସ୍ଥାନରୁ ପଲର ଦୁଇ ଶହ ମେଷ ମଧ୍ୟରୁ ଏକ ମେଷ (ନେବ); ତାହା ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ଭକ୍ଷ୍ୟ ନୈବେଦ୍ୟ, ହୋମବଳି ଓ ମଙ୍ଗଳାର୍ଥକ ବଳି ହେବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି। 16 ଦେଶର ସମସ୍ତ ଲୋକ ଇସ୍ରାଏଲର ଅଧିପତିର ଏହି ଉପହାର ନିମନ୍ତେ ଦେବେ। 17 ପୁଣି, ପର୍ବାଦିରେ, ଅମାବାସ୍ୟାରେ ଓ ବିଶ୍ରାମବାର ସକଳରେ, ଇସ୍ରାଏଲ ବଂଶର ସକଳ ନିରୂପିତ ପର୍ବ ସମୟରେ ହୋମବଳି, ଭକ୍ଷ୍ୟ ନୈବେଦ୍ୟ ଓ ପେୟ-ନୈବେଦ୍ୟ ଉତ୍ସର୍ଗ କରିବାର ଅଧିପତିର ବାଣ୍ଟ ହେବ; ସେ ଇସ୍ରାଏଲ ବଂଶ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ପାପାର୍ଥକ ବଳି ଓ ଭକ୍ଷ୍ୟ ନୈବେଦ୍ୟ, ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ।
18 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ପ୍ରଥମ ମାସର ପ୍ରଥମ ଦିନ ତୁମ୍ଭେ ଏକ ନିର୍ଦ୍ଦୋଷ ଗୋବତ୍ସ ନେଇ ପବିତ୍ର ସ୍ଥାନ ଶୁଚି କରିବ। 19 ପୁଣି, ଯାଜକ ପାପାର୍ଥକ ବଳିର ରକ୍ତରୁ କିଛି ନେଇ ଗୃହର ଚୌକାଠମାନର ଉପରେ ଓ ଯଜ୍ଞବେଦି ଥାକର ଚାରି କୋଣର ଉପରେ, ଆଉ ଭିତର ପ୍ରାଙ୍ଗଣର ଦ୍ୱାର ଚୌକାଠର ଉପରେ ଲଗାଇବ। 20 ଆଉ, ଯେ ପ୍ରତ୍ୟେକ ଲୋକ ଭ୍ରାନ୍ତିରେ କୌଣସି କାର୍ଯ୍ୟ କରେ, ତାହାର ପାଇଁ ଓ ଯେଉଁ ଲୋକ ଅସତର୍କ, ତାହାର ପାଇଁ ତୁମ୍ଭେ ମାସର ସପ୍ତମ ଦିନରେ ଏହି ପ୍ରକାର କରିବ; ଏରୂପେ ତୁମ୍ଭେମାନେ ଗୃହ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।
21 ପ୍ରଥମ ମାସର ଚତୁର୍ଦ୍ଦଶ ଦିନ ତୁମ୍ଭମାନଙ୍କ ନିସ୍ତାର ପର୍ବ ହେବ, ତାହା ସାତ ଦିନର ପର୍ବ ହେବ; ତାଡ଼ିଶୂନ୍ୟ ରୁଟି ଭୋଜନ କରାଯିବ। 22 ପୁଣି, ସେହି ଦିନ ଅଧିପତି ଆପଣା ନିମନ୍ତେ ଓ ଦେଶସ୍ଥ ସକଳ ଲୋକଙ୍କ ନିମନ୍ତେ ପାପାର୍ଥକ ବଳି ରୂପେ ଏକ ବୃଷ ଉତ୍ସର୍ଗ କରିବେ। 23 ଆଉ, ପର୍ବର ସାତ ଦିନ ପର୍ଯ୍ୟନ୍ତ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବେ, ସାତ ଦିନ ପର୍ଯ୍ୟନ୍ତ ପ୍ରତିଦିନ ନିର୍ଦ୍ଦୋଷ ସାତ ବୃଷ ଓ ସାତ ମେଷ, ଆଉ ପାପାର୍ଥକ ବଳି ରୂପେ ପ୍ରତିଦିନ ଏକ ଛାଗ ଉତ୍ସର୍ଗ କରିବେ। 24 ପୁଣି, ସେ ଏକ ଏକ ବୃଷ ସଙ୍ଗେ ଏକ ଏକ ଐଫା, ଏକ ଏକ ମେଷ ସଙ୍ଗେ ଏକ ଏକ ଐଫା ଓ ପ୍ରତ୍ୟେକ ଐଫା ସଙ୍ଗେ ଏକ ଏକ ହୀନ୍ ତୈଳର ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କରିବେ। 25 ସପ୍ତମ ମାସର ପଞ୍ଚଦଶ ଦିନ ପର୍ବ ସମୟରେ ସେ ସାତ ଦିନ ପର୍ଯ୍ୟନ୍ତ ଏହିରୂପ, ଅର୍ଥାତ୍, ପାପାର୍ଥକ ବଳିର, ହୋମାର୍ଥକ ବଳିର ଓ ଭକ୍ଷ୍ୟ ନୈବେଦ୍ୟର, ଆଉ ତୈଳଦାନର ବିଧି ଅନୁଯାୟୀ ଉତ୍ସର୍ଗ କରିବେ।
<- ଯିହିଜିକଲ 44ଯିହିଜିକଲ 46 ->- a ପ୍ରାୟ ୬୬୦ ଗ୍ରାମ୍