5 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ, ‘ତୁମ୍ଭେ ନଦୀ, ନାଳ ଓ ପୁଷ୍କରିଣୀ ଉପରେ ଆପଣାର ସଯଷ୍ଟି ହସ୍ତ ବିସ୍ତାର କରି ମିସର ଦେଶ ଉପରେ ବେଙ୍ଗ ଅଣାଅ।’ ” 6 ତହିଁରେ ହାରୋଣ ମିସରର ସମସ୍ତ ଜଳ ଉପରେ ଆପଣା ହସ୍ତ ବିସ୍ତାର କରନ୍ତେ, ବେଙ୍ଗସମୂହ ଉଠି ମିସର ଦେଶରେ ବ୍ୟାପିଗଲେ। 7 ସେତେବେଳେ ମନ୍ତ୍ରଜ୍ଞମାନେ ଆପଣାମାନଙ୍କ ମାୟାରେ ସେପ୍ରକାର କରି ମିସର ଦେଶ ଉପରେ ବେଙ୍ଗ ଆଣିଲେ।
8 ତହୁଁ ଫାରୋ ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, “ଆମ୍ଭଠାରୁ ଓ ଆମ୍ଭ ଲୋକଙ୍କଠାରୁ ଏହିସବୁ ବେଙ୍ଗ ଦୂର କରିବା ପାଇଁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର; ତହିଁରେ ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଲୋକମାନଙ୍କୁ ଯିବାକୁ ଦେବା।” 9 ତେବେ ମୋଶା ଫାରୋଙ୍କୁ କହିଲେ, “ମୋʼ ଉପରେ ଦର୍ପ କର; ବେଙ୍ଗ ସବୁ ଯେପରି ଆପଣଙ୍କଠାରୁ ଓ ଆପଣଙ୍କ ଗୃହରୁ ଉଚ୍ଛିନ୍ନ ହୋଇ କେବଳ ନଦୀରେ ରହନ୍ତି, ଆପଣଙ୍କ ଓ ଆପଣଙ୍କ ଦାସମାନଙ୍କ ଓ ଲୋକସମସ୍ତଙ୍କ ନିମନ୍ତେ ସଦାପ୍ରଭୁଙ୍କ ଛାମୁରେ କେବେ ଏହି ପ୍ରାର୍ଥନା କରିବି?”
10 ସେ କହିଲେ, “ଆସନ୍ତାକାଲି କର।” ସେତେବେଳେ ମୋଶା କହିଲେ, “ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ତୁଲ୍ୟ କେହି ନାହାନ୍ତି, ଏହା ଯେପରି ଆପଣ ଜ୍ଞାତ ହୁଅନ୍ତି, ଏଥିପାଇଁ ଆପଣଙ୍କ ବାକ୍ୟାନୁସାରେ ହେଉ। 11 ବେଙ୍ଗମାନେ ଆପଣଙ୍କଠାରୁ ଓ ଆପଣଙ୍କ ଗୃହ, ଦାସ ଓ ସମସ୍ତ ଲୋକଙ୍କଠାରୁ ଦୂର ହୋଇ କେବଳ ନଦୀରେ ରହିବେ।” 12 ଏଥିଉତ୍ତାରେ ମୋଶା ଓ ହାରୋଣ ଫାରୋଙ୍କ ନିକଟରୁ ବାହାରକୁ ଗଲେ; ପୁଣି, ମୋଶା ଫାରୋଙ୍କ ବିରୁଦ୍ଧରେ ଆନୀତ ବେଙ୍ଗ ବିଷୟରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ।
13 ତହିଁରେ ସଦାପ୍ରଭୁ ମୋଶାଙ୍କ ବାକ୍ୟାନୁସାରେ କରନ୍ତେ, ଗୃହରେ, ପ୍ରାଙ୍ଗଣରେ ଓ କ୍ଷେତ୍ରରେ ସମସ୍ତ ବେଙ୍ଗ ମଲେ। 14 ତହୁଁ ଲୋକମାନେ ସେସବୁକୁ ଏକତ୍ର କରି ଗଦା କରନ୍ତେ, ଦେଶ ଦୁର୍ଗନ୍ଧମୟ ହେଲା। 15 ମାତ୍ର ଫାରୋ ବିପଦର ନିବୃତ୍ତି ଦେଖି ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ଆପଣା ହୃଦୟ କଠିନ କଲେ ଓ ସେମାନଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ।
18 ସେତେବେଳେ ମନ୍ତ୍ରଜ୍ଞମାନେ ଆପଣା ଆପଣା ମାୟାରେ ସେପ୍ରକାର ଉକୁଣିଆ ପୋକ ଉତ୍ପନ୍ନ କରିବାକୁ ଚେଷ୍ଟା କଲେ, ମାତ୍ର ପାରିଲେ ନାହିଁ; ତହିଁରେ ମନୁଷ୍ୟ ଓ ପଶୁମାନଙ୍କ ଉପରେ ଉକୁଣିଆ ପୋକ ହେଲା। 19 ତେବେ ମନ୍ତ୍ରଜ୍ଞମାନେ ଫାରୋଙ୍କୁ କହିଲେ, “ଏ ତ ପରମେଶ୍ୱରଙ୍କ ଅଙ୍ଗୁଳିକୃତ କର୍ମ,” ତଥାପି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କର ହୃଦୟ କଠିନ ହେଲା, ପୁଣି, ସେ ସେମାନଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ।
25 ସେତେବେଳେ ଫାରୋ ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ଯାଇ ଦେଶ ମଧ୍ୟରେ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କର।” 26 ତହିଁରେ ମୋଶା କହିଲେ, “ତାହା କରିବା ଉପଯୁକ୍ତ ନୁହେଁ; କାରଣ ତାହା କଲେ, ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମିସରୀୟମାନଙ୍କର ଘୃଣାଜନକ ବଳିଦାନ କରିବାକୁ ହେବ; ଦେଖ, ମିସରୀୟମାନଙ୍କ ଚକ୍ଷୁଗୋଚରରେ ସେମାନଙ୍କର ଘୃଣାଜନକ ବଳିଦାନ କଲେ, ସେମାନେ କି ଆମ୍ଭମାନଙ୍କୁ ପଥର ପକାଇ ମାରିବେ ନାହିଁ? 27 ଏଣୁକରି ଆମ୍ଭେମାନେ ତିନି ଦିନର ବାଟ ପ୍ରାନ୍ତରକୁ ଯାଇ ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱର ଯେଉଁ ଆଜ୍ଞା ଦେବେ, ତଦନୁସାରେ ତାହାଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା।”
28 ତହୁଁ ଫାରୋ କହିଲେ, “ଆମ୍ଭେ ତୁମ୍ଭମାନଙ୍କୁ ଯିବାକୁ ଦେବା, ତୁମ୍ଭେମାନେ ପ୍ରାନ୍ତରକୁ ଯାଇ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କର; ମାତ୍ର ବହୁ ଦୂରକୁ ଯାଅ ନାହିଁ, ପୁଣି, ଆମ୍ଭ ନିମନ୍ତେ ପ୍ରାର୍ଥନା କର।” 29 ଏଥିଉତ୍ତାରେ ମୋଶା କହିଲେ, “ଦେଖ, ମୁଁ ଆପଣଙ୍କ ନିକଟରୁ ଯାଇ ସଦାପ୍ରଭୁଙ୍କ ଛାମୁରେ ପ୍ରାର୍ଥନା କରିବି, ତହିଁରେ ଆପଣଙ୍କର, ଆପଣଙ୍କ ଦାସମାନଙ୍କ ଓ ଆପଣଙ୍କ ଲୋକମାନଙ୍କ ନିକଟରୁ ଆସନ୍ତାକାଲି ସମସ୍ତ ଦଂଶକ ଝିଙ୍କ ଦୂର ହୋଇଯିବେ; ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଲୋକମାନଙ୍କୁ ଯିବାକୁ ଦେବା ବିଷୟରେ ଫାରୋ ପୁନର୍ବାର ପ୍ରବଞ୍ଚନା କରିବେ ନାହିଁ।”
30 ତହୁଁ ମୋଶା ଫାରୋଙ୍କ ନିକଟରୁ ବାହାରକୁ ଯାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। 31 ତହିଁରେ ସଦାପ୍ରଭୁ ମୋଶାଙ୍କ ପ୍ରାର୍ଥନାନୁସାରେ ଫାରୋଙ୍କଠାରୁ, ତାଙ୍କ ଦାସଗଣ ଓ ଲୋକ ସମସ୍ତଙ୍କଠାରୁ ସମସ୍ତ ଦଂଶକାଦି ଝିଙ୍କ ଦୂର କଲେ; ଗୋଟିଏ ଅବଶିଷ୍ଟ ରହିଲା ନାହିଁ। 32 ଏଥର ମଧ୍ୟ ଫାରୋ ଆପଣା ହୃଦୟ କଠିନ କଲେ ଓ ଲୋକମାନଙ୍କୁ ଯିବାକୁ ଦେଲେ ନାହିଁ।
<- ଯାତ୍ରା ପୁସ୍ତକ 7ଯାତ୍ରା ପୁସ୍ତକ 9 ->- a ଏବ୍ରୀୟ ଶବ୍ଦ ମୁକ୍ତ