3 ତେବେ ମୋଶା ଆସି ସଦାପ୍ରଭୁଙ୍କର ସେହି ସବୁ ବାକ୍ୟ ଓ ନିୟମ ବିଷୟ ଲୋକମାନଙ୍କୁ କହନ୍ତେ, ସମସ୍ତେ ଏକସ୍ୱରରେ ଉତ୍ତର କଲେ, “ସଦାପ୍ରଭୁ ଯେଉଁସବୁ କଥା କହିଅଛନ୍ତି, ତାହାସବୁ ଆମ୍ଭେମାନେ ପାଳନ କରିବା।” 4 ଏଥିଉତ୍ତାରେ ମୋଶା ସଦାପ୍ରଭୁଙ୍କର ସମସ୍ତ ବାକ୍ୟ ଲେଖିଲେ, ପୁଣି, ପ୍ରଭାତରେ ଉଠି ପର୍ବତ ତଳେ ଗୋଟିଏ ଯଜ୍ଞବେଦି ଓ ଇସ୍ରାଏଲର ଦ୍ୱାଦଶ ବଂଶାନୁସାରେ ଦ୍ୱାଦଶ ସ୍ତମ୍ଭ ନିର୍ମାଣ କଲେ। 5 ଆଉ, ସେ ଇସ୍ରାଏଲ-ସନ୍ତାନଗଣର ଯୁବାମାନଙ୍କୁ ପଠାନ୍ତେ, ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥେ ଓ ମଙ୍ଗଳାର୍ଥେ ବୃଷମାନଙ୍କୁ ବଳିଦାନ କଲେ। 6 ତହୁଁ ମୋଶା ରକ୍ତ ଘେନି ତହିଁର ଅର୍ଦ୍ଧେକ ପାତ୍ରରେ ରଖିଲେ, ଆଉ ଅର୍ଦ୍ଧେକ ରକ୍ତ ବେଦି ଉପରେ ସେଚନ କଲେ। 7 ପୁଣି, ନିୟମ-ପୁସ୍ତକ ନେଇ ଲୋକମାନଙ୍କ କର୍ଣ୍ଣଗୋଚରରେ ପାଠ କଲେ; ତହିଁରେ ସେମାନେ କହିଲେ, “ସଦାପ୍ରଭୁ ଯାହା ଯାହା କହିଅଛନ୍ତି, ତାହାସବୁ ଆମ୍ଭେମାନେ ପାଳନ କରିବା ଓ ଆଜ୍ଞାବହ ହେବା।” 8 ତହୁଁ ମୋଶା ସେହି ରକ୍ତ ଘେନି ଲୋକମାନଙ୍କ ଉପରେ ସେଚନ କରି କହିଲେ, “ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଏହି ସମସ୍ତ ବାକ୍ୟ ସମ୍ବନ୍ଧୀୟ ଯେଉଁ ନିୟମ କରିଅଛନ୍ତି, ସେହି ନିୟମର ରକ୍ତ ଏହି।”
9 ତେବେ ମୋଶା, ହାରୋଣ, ନାଦବ୍, ଅବୀହୂ ଓ ଇସ୍ରାଏଲର ପ୍ରାଚୀନବର୍ଗର ସତୁରି ଜଣ ଆରୋହଣ କଲେ; ଆଉ ସେମାନେ ଇସ୍ରାଏଲର ପରମେଶ୍ୱରଙ୍କୁ ଦର୍ଶନ କଲେ। 10 ପୁଣି, ତାହାଙ୍କ ଚରଣତଳ ସ୍ଥାନ ଉଜ୍ଜ୍ୱଳ ନୀଳକାନ୍ତମଣି ନିର୍ମିତ କାର୍ଯ୍ୟ ତୁଲ୍ୟ ଓ ନିର୍ମଳତାରେ ଠିକ୍ ଆକାଶ ପରି ଥିଲା। 11 ଆଉ ସେ ଇସ୍ରାଏଲ-ସନ୍ତାନଗଣର ଅଧ୍ୟକ୍ଷମାନଙ୍କ ବିରୁଦ୍ଧରେ ହସ୍ତ ବିସ୍ତାର କଲେ ନାହିଁ; ମାତ୍ର ସେମାନେ ପରମେଶ୍ୱରଙ୍କୁ ଦର୍ଶନ କଲେ, ପୁଣି, ଭୋଜନ ଓ ପାନ କଲେ।
15 ଏଉତ୍ତାରେ ମୋଶା ପର୍ବତରେ ଚଢ଼ିଲେ, ପୁଣି, ମେଘ ପର୍ବତକୁ ଆଚ୍ଛାଦନ କଲା। 16 ତହିଁରେ ସୀନୟ ପର୍ବତ ଉପରେ ସଦାପ୍ରଭୁଙ୍କ ପ୍ରତାପ ଅବସ୍ଥିତି କଲା; ଆଉ ତାହା ଛଅ ଦିନ ମେଘାଚ୍ଛନ୍ନ ହୋଇ ରହିଲା; ତହିଁ ଉତ୍ତାରେ ସେ ସପ୍ତମ ଦିନ ମେଘ ମଧ୍ୟରୁ ମୋଶାଙ୍କୁ ଡାକିଲେ। 17 ତହିଁରେ ଇସ୍ରାଏଲ-ସନ୍ତାନଗଣର ଦୃଷ୍ଟିରେ ପର୍ବତ ଶୃଙ୍ଗରେ ଗ୍ରାସକାରୀ ଅଗ୍ନି ତୁଲ୍ୟ ସଦାପ୍ରଭୁଙ୍କର ପ୍ରତାପ ପ୍ରକାଶିତ ହେଲା। 18 ପୁଣି, ମୋଶା ମେଘ ମଧ୍ୟରେ ପ୍ରବେଶ କରି ପର୍ବତ ଉପରେ ଉଠି ଚାଳିଶ ଦିବାରାତ୍ର ସେହି ପର୍ବତ ଉପରେ ରହିଲେ।
<- ଯାତ୍ରା ପୁସ୍ତକ 23ଯାତ୍ରା ପୁସ୍ତକ 25 ->