The First Epistle of Paul to the Thessalonians ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କର ପ୍ରଥମ ପତ୍ର ଲେଖକ ପ୍ରେରିତ ପାଉଲ ଏହି ପତ୍ରର ଲେଖକ ଅଟନ୍ତି ବୋଲି ଏହି ପତ୍ର (ପ୍ର.ଥେସ. 1:1; 2:18) ଦୁଇ ଥର ପ୍ରକାଶ କରେ। ଯେତେବେଳେ ମଣ୍ଡଳୀ ସ୍ଥାପିତ ହେଲା ସେତେବେଳେ ଶୀଲା ଏବଂ ତୀମଥି (ପ୍ର.ଥେସ. 3:2,6) ପାଉଲଙ୍କ ସହିତ ଦ୍ୱିତୀୟ ମିଶନାରୀ ଯାତ୍ରା କରୁଥିଲେ (ପ୍ରେରି. 17:19) ସେଠାରୁ ପ୍ରସ୍ଥାନ କଲା ପରେ ଅଳ୍ପ ମାସ ମଧ୍ୟରେ ସେ ଏହି ପ୍ରଥମ ପତ୍ର ଥେସଲନୀକୀୟ ମଣ୍ଡଳୀର ବିଶ୍ଵାସୀମାନଙ୍କୁ ଲେଖିଥିଲେ। ଥେସଲନୀକୀୟରେ ପାଉଲଙ୍କ ସେବାକାର୍ଯ୍ୟ ଯିହୁଦୀମାନଙ୍କୁ କେବଳ ସ୍ପର୍ଶ କରିଥିଲା, ତାହା ନୁହେଁ ମାତ୍ର ଅଣଯିହୁଦୀମାନଙ୍କୁ ମଧ୍ୟ ସ୍ପର୍ଶ କରିଥିଲା। ମଣ୍ଡଳୀରେ ଅନେକ ବିଜାତିମାନେ ମୂର୍ତ୍ତିପୂଜା ଛାଡ଼ିଥିଲେ, ଯାହା ସେହି ସମୟରେ ଯିହୁଦୀମାନଙ୍କ ନିମନ୍ତେ ନିର୍ଦ୍ଧିଷ୍ଟ ଅସୁବିଧା ନଥିଲା (ପ୍ର.ଥେସ. 1:9)। ସମୟ ଓ ସ୍ଥାନ ପ୍ରାୟ 51 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଅଛି। ପାଉଲ ଥେସଲନୀକୀୟ ମଣ୍ଡଳୀ ନିକଟକୁ ତାହାଙ୍କର ପ୍ରଥମ ପତ୍ର କରିନ୍ଥ ସହରରୁ ଲେଖିଥିଲେ। ପ୍ରାପକ ପ୍ରଥମ ଥେସଲନୀକୀୟ 1:1 “ଥେସଲନୀକୀୟ ମଣ୍ଡଳୀର ଲୋକମାନଙ୍କୁ”, ଥେସଲନୀକୀୟ ମଣ୍ଡଳୀର ବିଶ୍ଵାସୀମାନଙ୍କୁ ପ୍ରଥମ ପତ୍ରର ମୁଖ୍ୟ ପାଠକମାନେ ବୋଲି ପ୍ରକାଶ କରେ, ଯଦିଓ ସାଧାରଣ ଭାବେ ଏହା ପ୍ରତ୍ୟେକ ସ୍ଥାନରେ ଥିବା ଖ୍ରୀଷ୍ଟଙ୍କର ଲୋକମାନଙ୍କୁ ଲେଖାଯାଇଥିଲା। ଉଦ୍ଦେଶ୍ୟ ନୂତନ ବିଶ୍ଵାସୀମାନଙ୍କୁ ସେମାନଙ୍କର ପରୀକ୍ଷା ସମୟରେ ଉତ୍ସାହ ଦେବାକୁ (ପ୍ର.ଥେସ. 3:35) ଧାର୍ମିକ ଜୀବନଯାପନ କରିବା ନିମନ୍ତେ ଉପଦେଶ ଦେବାକୁ (ପ୍ର.ଥେସ. 4:1-12) ଏବଂ ଯେଉଁ ବିଶ୍ଵାସୀମାନେ ଖ୍ରୀଷ୍ଟଙ୍କ ଆସିବା ପୂର୍ବରୁ ମୃତ୍ୟୁବରଣ କରନ୍ତି ସେମାନଙ୍କର ଭବିଷ୍ୟତ ଭରସା ଦେବା ନିମନ୍ତେ (ପ୍ର.ଥେସ. 4:13-18), ନୈତିକ ଏବଂ ବ୍ୟାବହାରିକ ସମ୍ବନ୍ଧୀୟ କିଛି ବିଷୟଗୁଡ଼ିକରେ ସଂଶୋଧନ କରିବା ନିମନ୍ତେ ପାଉଲ ଏହି ପତ୍ର ଲେଖିଥିଲେ। ବିଷୟବସ୍ତୁ ମଣ୍ଡଳୀ ନିମନ୍ତେ ଚିନ୍ତା ରୂପରେଖା 1. କୃତଜ୍ଞତା ଜ୍ଞାପନ — 1:1-10 2. ପ୍ରେରିତିକ କାର୍ଯ୍ୟର ପ୍ରତିରକ୍ଷା — 2:1-3:13 3. ଥେସଲନୀକୀୟ ବିଶ୍ଵାସୀମାନଙ୍କୁ ଉପଦେଶ — 4:1-5:22 4. ଶେଷ ପ୍ରାର୍ଥନା ଓ ଆଶୀର୍ବାଦ — 5:23-28
1ଅଭିବାଦନ 1 ପାଉଲ, ସିଲ୍ୱାନ ଓ ତୀମଥି, ପିତା ଈଶ୍ବର ଓ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଥେସଲନୀକୀ ସହରରେ ଥିବା ମଣ୍ଡଳୀ ନିକଟକୁ ପତ୍ର; ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ। ଥେସଲନୀକୀୟ ବିଶ୍ଵାସୀମାନଙ୍କର ଜୀବନ ଓ ବିଶ୍ୱାସ 2 ଆମ୍ଭମାନଙ୍କ ଈଶ୍ବର ଓ ପିତାଙ୍କ ଛାମୁରେ ଆମ୍ଭେମାନେ ତୁମ୍ଭମାନଙ୍କ ବିଶ୍ୱାସର କର୍ମ, ପ୍ରେମର ପରିଶ୍ରମ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ତୁମ୍ଭମାନଙ୍କ ଭରସାର ଧୈର୍ଯ୍ୟ ବିଷୟ ନିରନ୍ତର ସ୍ମରଣ କରି,3 ଆମ୍ଭମାନଙ୍କ ପ୍ରାର୍ଥନାରେ ତୁମ୍ଭମାନଙ୍କ ନାମ ଉଲ୍ଲେଖପୂର୍ବକ ସମସ୍ତଙ୍କ ନିମନ୍ତେ ସର୍ବଦା ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛୁ;
4 କାରଣ ହେ ଈଶ୍ବରଙ୍କ ପ୍ରିୟ ଭ୍ରାତୃବୃନ୍ଦ, ଆମ୍ଭେମାନେ ଜାଣୁ ଯେ, ତୁମ୍ଭେମାନେ ମନୋନୀତ ଲୋକ,
5 ଯେଣୁ ଆମ୍ଭମାନଙ୍କ ସୁସମାଚାର କେବଳ ବାକ୍ୟରେ ନୁହେଁ, ମାତ୍ର ଶକ୍ତି, ପବିତ୍ର ଆତ୍ମା ଓ ଅତ୍ୟନ୍ତ ନିଶ୍ଚୟତା ସହ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇଥିଲା ଓ ତୁମ୍ଭମାନଙ୍କ ମଧ୍ୟରେ ଥିବା ସମୟରେ ତୁମ୍ଭମାନଙ୍କ ସହିତ ଆମ୍ଭେମାନେ କି ପ୍ରକାର ବ୍ୟବହାର କରିଥିଲୁ, ତାହା ତ ତୁମ୍ଭେମାନେ ଜାଣ।
6 ପୁଣି, ତୁମ୍ଭେମାନେ ବହୁ କ୍ଲେଶ ଭୋଗ ମଧ୍ୟରେ ପବିତ୍ର ଆତ୍ମାଦତ୍ତ ଆନନ୍ଦ ସହ ସେହି ବାକ୍ୟ ଗ୍ରହଣ କରି ଆମ୍ଭମାନଙ୍କ ଓ ପ୍ରଭୁଙ୍କର ଅନୁକାରୀ ହୋଇଥିଲ,
7 ଯେପରିକି ତୁମ୍ଭେମାନେ ମାକିଦନିଆ ଓ ଆଖାୟା ନିବାସୀ ସମସ୍ତ ବିଶ୍ୱାସୀଙ୍କ ପ୍ରତି ଆଦର୍ଶ ସ୍ୱରୂପ ହୋଇଥିଲ।
8 କାରଣ ତୁମ୍ଭମାନଙ୍କ ଦ୍ୱାରା ପ୍ରଭୁଙ୍କର ବାକ୍ୟ ଯେ କେବଳ ମାକିଦନିଆ ଓ ଆଖାୟାରେ ପ୍ରଚାରିତ ହୋଇଅଛି, ତାହା ନୁହେଁ, ମାତ୍ର ଈଶ୍ବରଙ୍କ ପ୍ରତି ତୁମ୍ଭମାନଙ୍କ ବିଶ୍ୱାସର ବିଷୟ ସର୍ବତ୍ର ଏପରି ବ୍ୟାପ୍ତ ହୋଇଅଛି ଯେ, ସେ ସମ୍ବନ୍ଧରେ ଆମ୍ଭମାନଙ୍କର କିଛି କହିବା ଆବଶ୍ୟକ ନୁହେଁ।
9 ଯେଣୁ ଲୋକମାନେ ନିଜେ ନିଜେ ଆମ୍ଭମାନଙ୍କ ସମ୍ବନ୍ଧରେ କହିଥାଆନ୍ତି ଯେ, ତୁମ୍ଭମାନଙ୍କ ମଧ୍ୟକୁ ଆମ୍ଭମାନଙ୍କ ଆଗମନ ସମୟରେ କଅଣ ଘଟିଥିଲା ଆଉ କିପରି ତୁମ୍ଭେମାନେ ପ୍ରତିମାସବୁ ପରିତ୍ୟାଗ କରି ଜୀବିତ ଓ ସତ୍ୟ ଈଶ୍ବରଙ୍କର ସେବା କରିବା ନିମନ୍ତେ,
10 ପୁଣି, ସେ ଆପଣା ଯେଉଁ ପୁତ୍ରଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ଆଗାମୀ କ୍ରୋଧରୁ ଆମ୍ଭମାନଙ୍କ ସେହି ଉଦ୍ଧାରକର୍ତ୍ତା ଯୀଶୁଙ୍କ ସ୍ୱର୍ଗରୁ ଆଗମନ କରିବାର ଅପେକ୍ଷାରେ ରହିବା ନିମନ୍ତେ ଈଶ୍ଵରଙ୍କ ପ୍ରତି ଫେରିଲ।
୧ ଥେସଲନୀକୀୟ 2 ->
3 ଆମ୍ଭମାନଙ୍କ ପ୍ରାର୍ଥନାରେ ତୁମ୍ଭମାନଙ୍କ ନାମ ଉଲ୍ଲେଖପୂର୍ବକ ସମସ୍ତଙ୍କ ନିମନ୍ତେ ସର୍ବଦା ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛୁ;