୧ ଜିସୁ ଓଡେତାଗ୍ କୁଦି ଇଲ୍କେତ୍ ମେଣ୍ଡନ୍ ପାକ୍ ମାନ୍ଦାନ୍ ନିଜେତ୍ ସହର୍ତାଗ୍ ମାଲ୍ସ୍ ଆତ୍ତନ୍ । ୨ ଆଗେ ୱେରନ୍ ପକ୍ୟାଗାତ୍ ରୋଗିଙ୍କ୍ ନାରୁଡ଼୍ ଅନ୍ ଗାର୍ରେ ତାତ୍ତଡ଼୍ । ରୋଗି ତାନ୍ କେତ୍ତାଗ୍ ପାଟ୍ଟିମାତ୍ତନ୍ । ଜିସୁ ଅଡ଼ାଦ୍ ନାର୍ଗେ ବିଶ୍ୱାସ୍ ଉଡ଼ି ପକ୍ୟାଗାତ୍ ରୋଗିଙ୍କ୍ କେତ୍ତଣ୍ଡ୍, “ବାବୁ, ସାହାସ୍ ପୟିମ୍ । ନିୟାଦ୍ ପାପ୍ ସାରେ କ୍ଷମା ଆତ୍ତେ ।”
୩ ବେସ୍କ୍ତୁଡ଼୍ ଶାସ୍ତ୍ରୀନାରୁଡ଼୍ ଇଦ୍ ଗଟ୍ କେଞ୍ଜି ହେର୍କା ମାଡ଼୍ତଡ଼୍, “ହିଣ୍ଡ୍ ନାରୁନ୍ ଇଶ୍ୱର୍ତିଙ୍କ୍ ଲିନ୍ଦ୍ ମାଡ଼ୁତଣ୍ଡ୍ ।”
୪ ଅଡ଼ାଦ୍ ମନ୍ତାଦ୍ ଗଟ୍ ପୁଞ୍ଜ୍ ଜିସୁ କେତ୍ତଣ୍ଡ୍, “ମିଡ଼୍ ବାତେଙ୍କ୍ କାରାପ୍ ଶିନ୍ତେ ମାଡ଼ୁତିଡ଼୍ ? ୫ ‘ମିୟାଦ୍ ପାପ୍ କ୍ଷମା ଆତ୍ତେ ?’ ହିଦ୍ ଗଟ୍ କେତାନାଦ୍ ସହଜ୍ ନା ‘ତେଦି ଆନ୍’ କେତାନାଦ୍ ଅଦିକ୍ ସହଜ୍ ? ୬ ବାତେଙ୍କ୍ ଇତ୍କେ ପୃତିବିତେ ପାପ୍ କ୍ଷମା ମାଡ଼ାନାଦ୍ ଗାଲା ମନୁଷ୍ୟପୁତ୍ରନ୍ ଅଦିକାର୍ ମିନ୍ଦେ, ଇଦ୍ ଗଟ୍ ମିଇ ମୁନେ ପ୍ରମାନ୍ ମାଡ଼ିତାନ୍ ।” ତାନ୍ ପେର୍କେ ଜିସୁ ପକ୍ୟାଗାତ୍ ରୋଗିଙ୍କ୍ କେତ୍ତଣ୍ଡ୍, “ତେଦା, କେତ୍ ତେଇସ୍, ଲୋନ୍ ମାଲ୍ସ୍ ଆନ୍ ।”
୭ ଅନ୍ ମୁନେ ରୋଗି ତେଦିମେଣ୍ଡେ ଲୋନ୍ ଆତ୍ତନ୍ । ୮ ନାରୁଡ଼୍ ଆଦ୍ ଉଡ଼ି ବାକ୍ୱା ଆଦ୍ତଡ଼୍ । ବାତେଙ୍କ୍ ଇତ୍କେ ନାରୁନ୍ପିଲେତିଙ୍କ୍ ହିଦ୍ଲେକାମ୍ ଅଦିକାର୍ ହିତ୍ତାଙ୍କ୍ ଅଡ଼୍ ଇଶ୍ୱର୍ତିଙ୍କ୍ ଦନ୍ୟବାଦ୍ ହିତ୍ତଡ଼୍ ।
୯ ଜିସୁ ଆଗାଙ୍କ୍ ଆଦାନ୍ ୱେଲେ ମାତିଉ ପେଦେର୍ତଣ୍ଡ୍ ୱେରଣ୍ଡ୍ କରହାଦାୟ୍ ମାଡ଼ାନକିଙ୍କ୍ ଅପିସ୍ତାଗ୍ କୁଦିମାନ୍ଦାନାଦ୍ ଉଡ଼୍ତନ୍ ନୁ ଅଂକିଙ୍କ୍ କାର୍ଙ୍ଗି କେତ୍ତଣ୍ଡ୍, “ନା ପେର୍କେପେର୍କେ ୱାଡ଼େ ।” ମାତିଉ ତେଦି ଅଂକିଙ୍କ୍ ଲେକେତ୍ ମାଡ଼୍ତଣ୍ଡ୍ ।
୧୦ [a]ଜିସୁ ମାତିଉନ୍ ଲୋନ୍ ତିନ୍ଦାନ୍ ୱେଲେ ନାର୍ଗେ କରଆଦାୟନଡ଼୍ ନୁ ଦୁଷ୍ଟ ନାରୁଡ଼୍ ନୁ ତାନ୍ ଶିଷ୍ୟଡ଼୍ ତଡ଼୍ ତିନ୍ଦାଙ୍କ୍ କୁଦ୍ତଡ଼୍ । ୧୧ ବେସ୍କ୍ତୁଡ଼୍ ଦୁଷ୍ଟ ନାରୁଡ଼୍ ଉଡ଼ିମେଣ୍ଡେ ଶିଷ୍ୟଡ଼୍କିଂଙ୍କ୍ ପାଚ୍ରିଞ୍ଚ୍ତଡ଼୍, “ମିଇ ଗୁରୁ ହିଦ୍ରକମ୍ ନାରିଡ଼୍ ତଡ଼୍ ବାତ୍ତିଙ୍କ୍ ଅଣ୍ଡୟାଗେ କୁଦିତିନ୍ଦୁତଣ୍ଡ୍ ?”
୧୨ ଜିସୁ ଅଂକିଙ୍କ୍ ଉତ୍ତର୍ ଇସ୍ କେତ୍ତଣ୍ଡ୍, “ସୁସ୍ଥ ନାରୁଡ଼୍ତେ ସେଙ୍ଗେ ଡାକ୍ଟର୍ ଦର୍କାର୍ ଆୟ୍ୟ । ମାତର୍ ରୋଗି ନାରିଡ଼୍ ସେଙ୍ଗେ ଡାକ୍ଟର୍ ଦର୍କାର୍ । ୧୩ [b]ଶାସ୍ତ୍ରତାଗ୍ ଲେକ୍ତାଦ୍ ମିନ୍ଦେ, ନାୱାଦ୍ ଇଚ୍ଛା ଦୟା, ବଲିଦାନ୍ ଆୟ୍ୟ, ଇ ଗଟ୍ତେ ଇତ୍କେ ବାତେଏ, ଆଞ୍ଜ୍ ମେଣ୍ଡେ ବୁଜେମ୍ଆଦାନଙ୍କ୍ ଆଲ୍ସି ମାଡ଼େ । ନାନ୍ ଦାର୍ମିକ୍ ନାରିଡ଼୍କ୍ କାର୍ଙ୍ଗାଙ୍କ୍ ୱାଡ଼ନ୍; ୱାତ୍ତାନ୍ ପାପିନାରିଡ଼୍ ସେଙ୍ଗେ ।”
୧୪ ତାନ୍ ପେର୍କେ ବାପ୍ତିସ୍ମ ଯୋହନ୍ତେ ଶିଷ୍ୟନଡ଼୍ ଜିସୁନ୍ ପାକେ ୱାସ୍ ପାଚ୍ରାମାଡ଼୍ତଡ଼୍, “ମାମ୍ମେ ନୁ ପାରୂଶୀଡ଼୍ ହିସଦାମ୍ ଉପବାସ୍ ମାଡ଼ୁତମ୍, ନି ଶିଷ୍ୟଡ଼୍ ବାତ୍ତିଙ୍କ୍ ବେସୁଙ୍କ୍ ବା ଉପବାସ୍ ମାଡ଼ଡ଼୍ ?”
୧୫ ଜିସୁ କେତ୍ତଣ୍ଡ୍, ପେଣ୍ଡୁଲ୍ ଆଦାନାଗ୍ ବର ମାନ୍ଦାନ୍ ଯାକ କୁଟ୍ମାମ୍ ବାତେଏ ଦୁଃକାମ୍ ମାଡ଼ିତଡ଼୍ ? ବେସୁଙ୍କ୍ ବା ଆୟ୍ୟ । ବାତେଙ୍କ୍ ଇତ୍କେ ଦିନାମ୍ ୱାଦ୍ତେ, ବେସୁଙ୍କ୍ ବର ଆଦ୍ତନ୍; ଆସୁଟେ ଅଡ଼୍ ଉପବାସ୍ ମାଡ଼ିତଡ଼୍ ।
୧୬ “ବେନ ପାଃନ୍ତେ ସିଲେନାଗ୍ ପୁନାଲାଉ କନାନ୍ ତାଲି ୱାଟଡ଼୍ । ବାତେଙ୍କ୍ ଇତ୍କେ ପୁନାଲାଉ କନା ତାଲି ମୁଦାନାଉ ଆସ୍ ଇଙ୍କ୍ତେ ପଡ଼ିୟେ ତାଗ୍ ଅଦିକ୍ ଇକିତ୍ । ୧୭ ବେନ ପାଃନ୍ତେ ତଲ୍କେ ଗିନେତାଗ୍ ପୁନାଦ୍ ଦ୍ରାକ୍ଷାରସ୍ ବର୍ତ୍ତି ମାଡ଼ଡ଼୍ । ବାତେଙ୍କ୍ ଇତ୍କେ ଆଦିନ୍ ତଡ଼୍ ତଲ୍କେ ତାଲି ହିଙ୍ଗି ନଷ୍ଟ ଆଦ୍ତେ ନୁ ଦ୍ରାକ୍ଷାରସ୍ ୱାଙ୍ଗ୍ଗି ନେଲ୍ ରାଲ୍ତେ । ପୁନାଦ୍ ଦ୍ରାକ୍ଷାରସ୍ତିଙ୍କ୍ ପୁନେ ତଲ୍କେ ଗିନେତାଗ୍ ୱାଟ୍କେ, ରେଣ୍ଡ୍ ଦ୍ରାକ୍ଷାରସ୍ ନୁ ତାଲି ସାୟେ ମାନ୍ତେ ।”
୧୮ ଜିସୁ ଇଉ ସାରେ ଶିକ୍ଷା ହିଦାନ୍ ୱେଲେ ୱେରନ୍ ଇହୁଦୀ ମୁକ୍ୟଦାସ ଅନ୍ ପାକେୱାସ୍ ମର୍ମିଣ୍ଡା ଉସ୍ କେତ୍ତଣ୍ଡ୍, “ହିଞ୍ଜେନେ ନା ମାୟାଡ଼୍ ଡଲ୍ତେ । ବାତେଙ୍କ୍ ଇତ୍କେ ନିମ୍ ୱାସ୍ ତାନ୍ ପର୍ର କାୟ୍ ୱାଟ୍କେ, ଆଦ୍ ନିଜାମ୍ ଜିୱୁନ୍ଆଦ୍ତେ ।”
୧୯ ସାଙ୍ଗେ ସାଙ୍ଗେ ଜିସୁ ତେଦ୍ତନ୍ ନୁ ଅଣ୍ଡ୍ ନୁ ତାନ୍ ଶିଷ୍ୟନଡ଼୍ ଅନ୍ ଶିଷ୍ୟ ପେର୍କେ ଆଦ୍ତଡ଼୍ ।
୨୦ ଜିସୁ ଆଦାନ୍ ୱେଲେ ୱେରଡ଼୍ ନାଟାଡ଼୍ ଅନ୍ ଗାରେ ୱାସ୍ ଅନ୍ ସିଲେତିଙ୍କ୍ ହିଟ୍ତେ । ଆଦ୍ ବାରହେଣ୍ଡ୍ ଯାକ ଗାଟି ନେତୁର୍ ପେଇତାନ୍ ରୋଗ୍ତେ କଷ୍ଟ ଆସମାତ୍ତେ । ୨୧ ଆଦ୍ ଏର୍କା ମାଡ଼୍ତେ, “ମାତର୍ ଅନ୍ ସିଲେତିଙ୍କ୍ ୱେରଡ଼୍ଦାମ୍ ହିଟ୍କେ, ନାନ୍ ସୁସ୍ଥ ଆଦ୍ତନ୍ ।”
୨୨ ଜିସୁ ତାଙ୍କ୍ ମାଲ୍ସ୍ ଉଡ଼୍ତନ୍ ନୁ ମେଣ୍ଡନ୍ ପାକ୍ ଇସ୍ କେତ୍ତାନ୍, “ନନି, ସାହାସ୍ ପହିମ୍ । ନି ବିଶ୍ୱାସ୍ ନିକିଂଙ୍କ୍ ସୁସ୍ଥ ମାଡ଼୍ତେ ।” ଆସୁଟେ ଆ ମୁତ୍ତେ ସୁସ୍ଥ ଆତ୍ତେ ।
୨୩ ତାନ୍ ପେର୍କେ ଜିସୁ ଇହୁଦୀ ଦାସନ୍ ଲୋନ୍ ହେଉତନ୍ । ଆଗେ କାର୍ଙ୍ଗି ମାନ୍ଦାନ୍ ବାଦ୍ୟକାର୍ ନୁ ମେଣ୍ଡ୍ବାଗାତ୍ ନାରୁଡ଼୍ ଗଲ୍କ୍ ମାଡ଼ାନାଦ୍ ଉଡ଼ି, ୨୪ ଜିସୁ କେତ୍ତଣ୍ଡ୍, “ସାର୍ତଡ଼ି ହିଗାଙ୍କ୍ ପେଇସ୍ ଆନୁଟ୍ । ପିକିର୍ ଡଲ୍ଲ । ଆଦ୍ ଉଞ୍ଜିମିନ୍ଦେ ।” ଅନାୱୁ ଗଟି କେଞ୍ଜି ଅଡ଼୍ ପରିହାସ୍ ମାଡ଼୍ତଡ଼୍ । ୨୫ ବାତେଙ୍କ୍ ଇତ୍କେ ଅଡ଼୍ ପେଇସ୍ ଆତ୍ତେ ପେର୍କେ ଜିସୁ ପିକ୍ତେ ବାକ୍ଡ଼େତାଗ୍ ଆଞ୍ଜ୍ ତାନ୍ କାଇଦିଙ୍କ୍ ପଇସ୍ ତେହେତ୍ତଣ୍ଡ୍ ନୁ ଆଦ୍ ସାଙ୍ଗେ ସାଙ୍ଗେ ତେଦି କୁଦ୍ତଣ୍ଡ୍ । ୨୬ ଇଦ୍ ଗଟନାତାଦ୍ କବର୍ ଆଦ୍ ପଡ଼ିୟେତାଗ୍ ସାରେପାକ୍ ଗଟ୍ ଆତ୍ତେ ।
୨୮ ଅଡ଼୍ ଜିସୁନ୍ ପେର୍କେପେର୍କେ ଆଞ୍ଜ୍ ଅଣ୍ଡୟ୍ ଲୋନ୍ ହସ୍ତଡ଼୍ । ଆଗେ ଜିସୁ ଅଡ଼୍କିଂଙ୍କ୍ ପାଚ୍ରାମାଡ଼ତଣ୍ଡ୍, “ନାନ୍ ମିକିଂଙ୍କ୍ ସୁସ୍ଥ ମାଡ଼ିତାନ୍ ଇଞ୍ଜ ମିଡ଼୍ ବିଶ୍ୱାସ୍ ମାଡ଼ୁତିଡ଼୍ କି ?” ଅଡ଼୍ ଉତ୍ତର୍ ହିତ୍ତଡ଼୍, “ହୋ ପ୍ରବୁ ।”
୨୯ ଆସୁଟେ ଜିସୁ ଅଡ଼ାୱୁ କଣ୍ଡାଙ୍କ୍ ଇଟି ମିକା କେତ୍ତଣ୍ଡ୍, “ନିମ୍ ବେଲା ବିଶ୍ୱାସ୍ ମାଡ଼ୁତିନ୍ ଆଦେରକମ୍ ଆୟି ।” ୩୦ ଆସୁଟେ ସାଙ୍ଗେ ସାଙ୍ଗେ ଅଡ଼୍ କଣ୍ଡା ଉଡ଼୍ତଡ଼୍ । ଜିସୁ ଅଡ଼୍କିଂଙ୍କ୍ କଡ଼ା ଗଟ୍ ଇସ୍ କେତ୍ତଣ୍ଡ୍, “ସାବ୍ଦାନ୍ ! ବେନମେଣ୍ଡ୍ ଇଦ୍ ଗଟ୍ ପୁନ୍ମାକି ।”
୩୧ ବାତେଙ୍କ୍ ଇତ୍କେ ଅଡ଼୍ ଆଗାଙ୍କ୍ ଆଞ୍ଜ୍ ଜିସୁନ୍ ଗଟି ସାରେଏକାମ୍ ପ୍ରଚାର୍ ମାଡ଼୍ତଡ଼୍ ।
୩୪ [c]ବାତେଙ୍କ୍ ଇତ୍କେ ପାରୂଶୀଡ଼୍ କେତ୍ତଡ଼୍, “ଇଣ୍ଡ୍ ନାରୁଡ଼୍ ବୁତ୍ପତି ଶକ୍ତିତଡ଼୍ ବୁତ୍କ୍ ୱିଡ଼୍ସ୍ପୁତଣ୍ଡ୍ ।”
Languages