୪ ଅଣ୍ଡ୍ ୱେର୍ ସ୍ୱର୍ଗ ଦୂତତାକ୍ ଉଡ଼ି କେତ୍ତଣ୍ଡ୍, “ପ୍ରବୁ ବାତ୍ କେତୁତିନ୍ ?” ଦୂତ୍ ଉତ୍ତର୍ ହିତ୍ତଣ୍ଡ୍, “ଇଶ୍ୱର୍ ନିୟାଦ୍ ପ୍ରାର୍ତନା ନୁ ଦାନ ଉଡ଼ି ସାର୍ଦେ ଆତ୍ତଣ୍ଡ୍ ନୁ ଆଦିଙ୍କ୍ ନିକିଂଙ୍କ୍ ଉପହାର୍ ହିଦାଙ୍କ୍ ତିଆର୍ ଆତ୍ତଣ୍ଡ୍ । ୫ ଇଞ୍ଜେ ଶିମୋନ୍ ପିତର୍ ପେଦେର୍ତଣ୍ଡ୍ ୱେରଣ୍ଡ୍ ନାରୁଙ୍କ୍ କାର୍ଙ୍ଗି ତାତାନ୍ ମାଇଦିଙ୍କ୍ ଯୋପାତାଗ୍ ନାରୁଡ଼୍କ୍ ରହମୁଟ୍ । ୬ ଅଣ୍ଡ୍ ଗଦାଡ଼୍ ହାଞ୍ଚିନାଗ୍ ବାସେ ମାଡ଼ମାନ୍ଦାନ୍ ଶିମୋନ୍ ପେଦେର୍ତଣ୍ଡ ୱେରଣ୍ଡ୍ ତଲ୍କା ବେପାରିନ୍ ଲନ୍ ମିନ୍ଦେଣ୍ଡ୍ ।” ୭ ଇଦ୍ କେସ୍ ଦୂତ୍ ଆତ୍ତଣ୍ଡ୍ । କର୍ଣ୍ଣୀଲିୟ ତାମ୍ ଲୋତ୍ତେ ଇର୍ୱୁଡ଼୍ ଦାସ ନୁ ୱେରଣ୍ଡ୍ ସୈନିକ୍ତିଙ୍କ୍ ପେର୍ରକେ ଆଦାନଙ୍କ୍ କାର୍ଙ୍ଗ୍ତଣ୍ଡ୍ । ୮ ଅଣ୍ଡ୍ ଅଡ଼୍କିଂଙ୍କ୍ ସାରେ ବିଷୟ୍ କେସ୍ ଯୋପାତାଗ୍ ରହତଣ୍ଡ୍ ।
୯ ମେଣ୍ଡେଅନ୍ଦିନ୍ ପାୟାଲ୍ ଅଡ଼୍ ଯୋପ୍ପାତ୍ ଗାର୍ରେ ଏୱୁଦାନ୍ ୱେଲେ, ପିତର୍ ପ୍ରାର୍ତନା ମାଡ଼ାନ୍ ସେଙ୍ଗେ ମୁର୍ସିନାଗ୍ ଆଞ୍ଜ୍ମାତ୍ତଣ୍ଡ୍ । ୧୦ ଅଣ୍ଡ୍ କାର୍ପୟ୍ତ୍ତାଙ୍କ୍ ସୁଦୁଟ୍ ତିନ୍ଦାନଙ୍କ୍ ହାଲ୍ସ୍ତଣ୍ଡ୍ ନୁ କାଦି ତିଆର୍ ଆତ୍ତେ ସମୟ୍ତେ ଅଣ୍ଡ୍ ଅଣ୍ଡୟ୍ ଦର୍ଶନ୍ ଉଡ଼୍ତଣ୍ଡ୍ । ୧୧ ଅଣ୍ଡ୍ ଉଡ଼୍ତଣ୍ଡ୍, ସ୍ୱର୍ଗ କୁଲେମ୍ ଆତ୍ତେ ନୁ ଅଣ୍ଡୟ୍ ବେଡ଼୍ୟାଦ୍ ଡୁପଟ୍ ନାଲୁ ମୁଲାନାଗ୍ ଉଙ୍ଗିମିକା ପୃତିବିତାଗ୍ ପର୍ର ଡିଗୁତ୍ । ୧୨ ସ୍ୱର୍ଗ ନାର୍ଗେ ରକମ୍ତାୱ୍ ଜୀୱାକ୍, ପୃତିବିତାଗ୍ ବେନ୍ ଜିୱାକ୍ ନେଲ୍ ମେନ୍ଦୁଲ୍ ମସ୍ସ୍ପି ତାଆକାନାୱୁ ଜିୱାକ୍ ନୁ ଗୁପେତ୍ ପିଟ୍ଟେ ମିନ୍ଦେ । ୧୩ ମେଣ୍ଡେ ଅଣ୍ଡ୍ ଅଣ୍ଡୟ୍ ଗଟ୍ କେଞ୍ଜ୍ତଣ୍ଡ୍, “ପିତର୍ ! ତେଏଦେ, ହାୱ୍କି ମିକା ତିନ୍ !”
୧୪ ବାତେଙ୍କ୍ ଇତ୍କେ ପିତର୍ କେତ୍ତଣ୍ଡ୍, “ଇଲ୍ଲେ ପ୍ରବୁ, ନାନ୍ ପାର୍ୱନ୍ ! ନାନ୍ନେ ବେସୁଟ୍ ଅଶୁଚି ନୁ କାରାପ୍ ମାନ୍ଦାନ୍ ଜିନିଷ୍ ତିନନ୍ ।”
୧୫ ମେଣ୍ଡେ ଅଣ୍ଡ୍ କେଞ୍ଜ୍ତଣ୍ଡ୍; “ଇଶ୍ୱର୍ ବେନଙ୍କ୍ ଶୁଚି ମାଡ଼୍ତଣ୍ଡ୍, ନିମ୍ ଅଂକିଙ୍କ୍ କାରାପ୍ ଇଞ୍ଜ ହାଲ୍ସ୍ମା ।” ୧୬ ମୁଣ୍ଡ୍ଦାମ୍ ଇଦ୍ ରକମ୍ ଆତ୍ତେ ପେର୍କେ, ଡୁପଟ୍ତିଙ୍କ୍ ସ୍ୱର୍ଗତାକ୍ ତେଇସ୍ ଆତ୍ତଡ଼୍ ।
୧୭ ପିତର୍ ତାନ୍ ଦର୍ଶନ୍ ଉଡ଼୍ତେ ଇତ୍କେ ଆଲ୍ସି କାବା ଆତ୍ତଣ୍ଡ୍ । ଆସୁଟେ କର୍ଣ୍ଣୀଲିୟ ବେନଡ଼୍କ୍ ରହସ୍ମାତ୍ତଣ୍ଡ୍, ଅଡ଼୍ ଶିମୋନ୍ତେ ଲନ୍ ତିଙ୍କ୍ ଦର୍ସ୍କି ମାର୍ ବକେତ୍ ନିଶ୍ମାତ୍ତଡ଼୍ । ୧୮ ଅଡ଼୍ କାର୍ଙ୍ଗି ପାଚ୍ରାମାଡ଼୍ତଡ଼୍, ଶିମୋନ୍ ପିତର୍ ପେଦେର୍ତେ ଇଗେ ୱେରଣ୍ଡ୍ କୁଟ୍ମାମ୍ ନାରୁଡ଼୍ ମିନ୍ଦେଣ୍ଡ୍ କି ?
୧୯ ପିତର୍ ଆସୁଟ୍ ଯାକ ଦର୍ଶନ୍ତାଦ୍ ଅର୍ତ ବୁଜେମ୍ ଆଦାଙ୍କ୍ ଆଲ୍ସମାତ୍ତଣ୍ଡ୍, ଆସୁଟେ ପବିତ୍ର ଆତ୍ମା କେତ୍ତେ, “ଉଡ଼େ, ଇଗେ ମୁୱୁଡ଼୍ ନାରୁଡ଼୍ ନିକିଂଙ୍କ୍ ମେହେକୁତଡ଼୍ । ୨୦ ତିଆର୍ ଆସ୍ ମଦଲ୍ ଅନ୍ ନୁ ଅଡ଼୍ ତଡ଼୍ ଆଦାନଙ୍କ୍ ଆଲ୍ସାନାଦ୍ ଇଲେ, ବାତେଙ୍କ୍ ଇତ୍କେ ନାନ୍ ଅଡ଼୍କିଂଙ୍କ୍ ରହତ୍ତାନ୍ ।” ୨୧ ପିତର୍ ମଦଲ୍ ଆଞ୍ଜ୍ ଆ ନାରୁଡ଼୍କିଂଙ୍କ୍ କେତ୍ତଣ୍ଡ୍, “ମିଡ଼୍ ବେନଙ୍କ୍ ମେହେକୁତିଡ଼୍, ନାନ୍ ଅଣ୍ଡେ । ମିଡ଼୍ ବାତେଙ୍କ୍ ୱାତ୍ତିଡ଼୍ ?”
୨୨ ଅଡ଼୍ ଉତ୍ତର୍ ହିତ୍ତଡ଼୍, “ସେନାପତି କର୍ଣ୍ଣୀଲିୟ ମାକିଂଙ୍କ୍ ରହତ୍ତଣ୍ଡ୍ । ଅଣ୍ଡ୍ ୱେରଣ୍ଡ୍ ସାୟେତ୍ ନାରୁଣ୍ଡ୍ । ଅଣ୍ଡ୍ ଇଶ୍ୱର୍ତିଙ୍କ୍ ପ୍ରାର୍ତନା ମାଡ଼ାନଣ୍ଡ୍ ନୁ ଇହୁଦୀ ନାରୁଡ଼୍ ସାରେତଡ଼୍ ଅଂକିଙ୍କ୍ ସନ୍ମ୍ମାନ୍ ହିଦ୍ତଡ଼୍ । ନିକିଂଙ୍କ୍ ତାମ୍ ନାର୍ କାର୍ଙ୍ଗି ମିକା ନିୟାଦ୍ ଗଟି କେଞ୍ଜାନ୍ ମାଇଦିଙ୍କ୍ ଇଶ୍ୱର୍ତେ ୱେରଣ୍ଡ୍ ପବିତ୍ର ଦୂତ୍ ଅଂକିଙ୍କ୍ ଗଟ୍ ହିତ୍ତଣ୍ଡ୍ ।” ୨୩ ପିତର୍ ଅଡ଼୍କିଂଙ୍କ୍ ଲୋପେ କାର୍ଙ୍ଗି ଆସ୍ ଆଦ୍ ନାର୍କେତ୍ ଆଗେ ମାନ୍ଦାନ୍ ମାଇଦିଙ୍କ୍ ଅନୁରଦ୍ ମାଡ଼୍ତଣ୍ଡ୍ । ମେଣ୍ଡନ୍ଦିନେ ତିଆର୍ ଆସ୍ ଅଡ଼୍ ତଡ଼୍ ଆତ୍ତଡ଼୍ । ଯୋପାତାଗ୍ ବେସ୍ତୁଡ଼୍ ବିଶ୍ୱାସିଡ଼୍ ଦାଦାଲଡ଼୍ ମିକା ଅଡ଼୍ ତଡ଼୍ ଆତ୍ତଡ଼୍ । ୨୪ ପେର୍ନେଟି ଅଡ଼୍ କାଇସରିଆତାଗ୍ ଏୱୁତ୍ତଡ଼୍ । ଆଗେ କର୍ଣ୍ଣୀଲିୟ ତାନ୍ ସାଙ୍ଗ ନୁ ଲୋତ୍ତେନଡ଼୍ ତଡ଼୍ ପିତର୍ତିଙ୍କ୍ କେପିମାତ୍ତଡ଼୍ । ୨୫ ପିତର୍ ଲୋପେ ଆଦ୍ଦାନ୍ ୱେଲେ କର୍ଣ୍ଣୀଲିୟ ଅଂକିଙ୍କ୍ କାଇଲିମିକା ଡେକେତ୍ ମଦଲ୍ ରାଲି ପ୍ରଣାମ୍ ମାଡ଼୍ତଣ୍ଡ୍ । ୨୬ ଇତ୍କେ ପିତର୍ ଅଂକିଙ୍କ୍ ତେଇସ୍ କେତ୍ତଣ୍ଡ୍, “ତେଏଦେ, ନାନ୍ ନିଜେ ୱେରଣ୍ଡ୍ ନାରୁନ୍ ।” ୨୭ ପିତର୍ କର୍ଣ୍ଣୀଲିୟ ତଡ଼୍ ତିର୍ୟ ତିର୍ୟ ଲୋତ୍ତେ ଲୋପେ ହସ୍ତଣ୍ଡ୍ ନୁ ଆଗେ ନାର୍ଗେ ନାରୁଡ଼୍କିଂଙ୍କ୍ ଅଣ୍ଡୟାଗେ ଗୁଡ଼ିମାନ୍ଦାନାଦ୍ ଉଡ଼୍ତଣ୍ଡ୍, ୨୮ ଅଡ଼୍କିଂଙ୍କ୍ କେତ୍ତଣ୍ଡ୍, “ମିଡ଼୍ ସାୟେ ପୁଞ୍ଜ୍ ମାନୁଟ୍, ୱେରଣ୍ଡ୍ ଇହୁଦୀ ନାରୁଡ଼୍ ତାନ୍ ବିଶ୍ୱାସ୍ ଲେକାମ୍ ଅବିଶ୍ୱାସୀ ନାରୁଡ଼୍ ତଡ଼୍ କାଇଲାନଙ୍କ୍ ପାର୍ୱଣ୍ଡ୍ । ଇତ୍କେ ଇଶ୍ୱର୍ ନାକିଂଙ୍କ୍ କେତ୍ତଣ୍ଡ୍, ବେନଙ୍କ୍ ବା କାରାପ୍ ବା ଅପବିତ୍ର ହେର୍କା ମାଡ଼ାନାଦ୍ ଅଶୁଚି ଆୟ୍ୟ । ୨୯ ଆଦିଙ୍କ୍ ମିଡ଼୍ ବେସୁଟ୍ ନାକିଂଙ୍କ୍ କାର୍ଙ୍ଗ୍ତିଡ଼୍, ନାନ୍ ବାତେମିକା ଆପତ୍ତି ମାଡ଼୍ୱେ କନ୍ସ୍ ୱାତ୍ତାନ୍ । ନାନ୍ ପୁନ୍ଦାଙ୍କ୍ ଇଚ୍ଛା ମାଡ଼ୁତାନ୍, ମିଡ଼୍ ବାତେଙ୍କ୍ ନାକିଂଙ୍କ୍ କାର୍ଙ୍ଗ୍ତିଡ଼୍ ?”
୩୦ କର୍ଣ୍ଣୀଲିୟ କେତ୍ତଣ୍ଡ୍, “ନାଲୁ ଦିନା ମୁନେଙ୍କ୍ ଇଦ୍ ସମୟ୍ତେ ପାୟାଲ୍ ମୁଣ୍ଡ୍ ଗାଣ୍ଟାତ୍ ୱେଲେ ନାନ୍ ନା ଲୋନ୍ ପ୍ରାର୍ତନା ମାଡ଼ମାତ୍ତାନ୍ । ହଟାତ୍ ପାଣ୍ଡ୍ରି ଚକାସିଲେ କେର୍ତେନଣ୍ଡ୍ ୱେରଣ୍ଡ୍ ନାରୁଡ଼୍ ନା ମୁନ୍ନେ ନିତ୍ତଣ୍ଡ୍; ଅଣ୍ଡ୍ କେତ୍ତଣ୍ଡ୍ ୩୧ ‘କର୍ଣ୍ଣୀଲିୟ ! ଇଶ୍ୱର୍ ନିୟାଦ୍ ପ୍ରାର୍ତନା କେଞ୍ଜ୍ତଣ୍ଡ୍ ନୁ ଗରିବିଡ଼୍କ୍ ଦାନ୍ ମାଡ଼ାନ୍ ସେବାକାମ୍ ଉଡ଼୍ତଣ୍ଡ୍ । ୩୨ ଶିମୋନ୍ ପିତର୍ ପେଦେର୍ତଣ୍ଡ୍ ୱେରଣ୍ଡ୍ ନାରୁଙ୍କ୍ ତାତାନ୍ ସେଙ୍ଗେ ଯୋପାତାଗ୍ ନାରୁଡ଼୍କ୍ ରହମୁଟ୍ । ଅଣ୍ଡ୍ ଗଦାଡ଼୍ତେ ବକେତ୍ ମାନ୍ଦାନ୍ ତଲ୍କା ବେପାରିନ୍ ଲନ୍ କୁଟ୍ମାମ୍ ଆସ୍ ମିନ୍ଦେଣ୍ଡ୍ ।’ ୩୩ ଆଦିଙ୍କ୍ ସାଙ୍ଗେ ସାଙ୍ଗେ ନାନ୍ ନିକିଂଙ୍କ୍ କାର୍ଙ୍ଗ୍ତାନ୍ ନୁ ନିମେ ଦୟା ମାଡ଼ି ୱାତ୍ତିନ୍ । ପ୍ରବୁ ନିକିଂଙ୍କ୍ ବାତ୍ କେତାନଙ୍କ୍ ବୁଦ୍ଦ୍ ହିତ୍ତଣ୍ଡ୍, ଆଦ୍ କେଞ୍ଜାନଙ୍କ୍ ମାମ୍ମେ ସାରେତମ୍ ଇଞ୍ଜେ ଇଶ୍ୱର୍ତେ ବକେତ୍ ମିନ୍ଦେମ୍ ।”
Languages