୫ ମିକିଂଙ୍କ୍ ବାତେଏ ଏର୍କା ଇଲେ ? ନାନ୍ ମିଇ ତଡ଼୍ ମାନ୍ଦାନ୍ ୱେଲେ ମିକିଂଙ୍କ୍ ଇ ସାରେ ବିଷୟ କେସ୍ମାତ୍ତାନ୍ ? ୬ ଆଦ୍ ବିପଦ୍ ଇଞ୍ଜେ ଗଟେମ୍ ଆୟ୍ୟ, ବାତେଙ୍କ୍ ଇତ୍କେ ଆଦିନ୍ ପ୍ରତିରଦ୍ ମାଡ଼ାନଙ୍କ୍ ଇଞ୍ଜ ୱେରଡ଼୍ ଶକ୍ତି ମିନ୍ଦେ, ଆଦ୍ ବାତେଏ ମିଡ଼୍ ପୁତ୍ତିଡ଼୍ ! ବାତେଙ୍କ୍ ଇତ୍କେ ଟିକ୍ ସମୟ୍ତେ ଆଦ୍ ଦୁଷ୍ଟଆତ୍ମା ତଅନ୍ଦିତ୍ । ୭ ବାତେଙ୍କ୍ ଇତ୍କେ ଅଦାର୍ମିତାଗ୍ ଆତ୍ମା ଇଞ୍ଜେ ଗାଲା ପାଡ଼୍ୟି ମାଡ଼ୁତ୍ । ମାତର୍ ଅନାଦ୍ ବାଦା ଇଦାନ୍ ନାରୁନ୍ ଦୁରାମ୍ ଆୟୱେ ଯାକ ଆଦ୍ ପାଡ଼୍ୟି ମାଡ଼ମାନ୍ତେ । ୮ ତାନ୍ ପେର୍କେ ପାପଆତ୍ମା ହେକାମ୍ ଆଦ୍ତେ; ବାତେଙ୍କ୍ ଇତ୍କେ ବେସୁଙ୍କ୍ ପ୍ରବୁ ଜିସୁ ୱାଦ୍ତନ୍, ଅନ୍ ତାନ୍ ମକମ୍ତେ ନେହେସ୍କାନାଲ୍ଦ୍ ତଡ଼୍ ଦଂସ ମାଡ଼ିତନ୍, ନୁ ଅନ୍ ଜାଜଲ୍ଲ୍ୟମାନ୍ ଦିନ୍ ଏୱୁକେ ୱିଡ଼୍ସି ଆଦ୍ତନ୍ । ୯ [b]ଆଦ୍ ଦୁରଆତ୍ମା ଶୟ୍ତାନ୍ ଲାୱ୍ଦେ ଡାଟୁମ୍ ଆସ୍ ୱାଦ୍ତନ୍ ନୁ ନାର୍ଗେ ଲେକ୍ତାଉ ଦାଦ୍ରେଲାନ୍ ପାଡ଼୍ୟି ମାଡ଼ାନଙ୍କ୍ ବୁସା ମାଡ଼ିତନ୍ । ୧୦ ନାର୍ଗେମୁଲ୍ ତାନ୍ ପ୍ରତାରଣାତାଗ୍ ବ୍ରାନ୍ତ ଆସ୍ ବିନଷ୍ଟ ଆଦ୍ତଡ଼୍ । ବେନ୍ ସତ୍ତିଙ୍କ୍ ଗ୍ରହନ୍ ମାଡ଼ି ତାନ୍ ସେଙ୍ଗେ ଆଶ୍ୱକ୍ତ ଆଦ୍ଦାନ୍ ତଡ଼୍ ବେନ୍ ନାରିଡ଼୍ ମାଇ ମିନ୍ଦେ, ଅଡ଼୍କିଂଙ୍କ୍ ପ୍ରତାରନ୍ ମାଡ଼ାନଙ୍କ୍ ଇଦ୍ କାରାପ୍ ନାରିଡ଼୍ ସାରେତ୍ଲେକେତ୍ କାରାପ୍ ପାଡ଼୍ୟି ସୃଷ୍ଟିମାଡ଼ିତଡ଼୍ । ଅଡ଼୍ ସତ୍ତିଙ୍ଗ୍ ପ୍ରେମ ଆଦିଲ୍ୱେ ସେଙ୍ଗେ ଅସ୍ୱୀକାର୍ ମାଡ଼୍ତଡ଼୍, ବେଦ୍ଲେକାମ୍ ଅଡ଼୍ ଉଦ୍ଦାର୍ ଦର୍ସିକି ଆୟେଡ଼୍ । ୧୧ ବାତେଏ ସତ୍, ଇଦିନ୍ ସେଙ୍ଗେ ଅଡ଼୍ ବେନ ମିଚ୍ତିଙ୍କ୍ ବିଶ୍ୱାସ୍ ମାଡ଼ିତଡ଼୍, ଆଦିନ୍ ସେଙ୍ଗେ ଇଶ୍ୱର୍ ଅଡ଼୍ ପାକେ ନଷ୍ଟ ଉତ୍ପାଦକ ଶକ୍ତିଡ୍ କାୟ୍ଦେ ୱିଡ୍ସିଦ୍ତନ୍ । ୧୨ ବେନଡ଼୍ ସତ୍ତିଙ୍କ୍ ବିଶ୍ୱାସ୍ ମାଡ଼କଟ୍ ମାନ୍ନ୍ତନ୍, ମାତର୍ ପାପାମ୍ତାଗ୍ ୱେଡ଼୍କ୍ ମାଡ଼ିତଡ଼୍, ଅଡ଼୍ ସାର୍ରେତଡ଼୍ ହିଦ୍ଲେକାମ୍ ଦଣ୍ଡ୍ ପାଏମ୍ ଆଦ୍ତଡ଼୍ ।
୧୬ ମାନ୍ ପ୍ରବୁ ଜିସୁ କ୍ରିଷ୍ଟ ନିଜେ, ମାନ୍ ବେନ୍ ବାବାଲ୍ ଇଶ୍ୱର୍ ମାନ୍ ପ୍ରେମ ମାଡ଼ି ମାନ୍ ଅନୁଗ୍ରହତେ ମାନ୍ ସାରେଦିନାତ୍ ସାନ୍ୱନା ନୁ ଲେକେତ୍ ଆଶେ ଇସ୍ମିନ୍ଦେନ୍ । ୧୭ ଅଣ୍ଡ୍ ମାନ୍ ସାରେଦିନାମ୍ ସାୟେ ପାଡ଼୍ୟି ମାଡ଼ାନ୍ ସେଙ୍ଗେ ନୁ ସତ୍ ବାକ୍ୟ କେତାନଙ୍କ୍ ରହତନ୍ ନୁ ଶକ୍ତି ଇୱିଣ୍ଡ୍ ।
<- ୨ ଥେସଲନିୟ 1୨ ଥେସଲନିୟ 3 ->
Languages