୩ ବେଲାନ୍ ମାନ୍ ପାଡ଼୍ୟିତାଗ୍ ମେଣ୍ଡେବାଗାତଡ଼୍ ବେନଗାଲା ଦଷି ଆୟ୍ମାକିଣ୍ଡ୍, ଆଦିନ୍ ସେଙ୍ଗେ ମାମ୍ମେ ବାତେଏ ବିଷୟ୍ତେ ବାଦା ଆୟମ୍, ୪ ମାତର୍, ମାମ୍ମେ ସାରେ ଦିନାମ୍ ନିଜେତିଙ୍ଗ୍ ଇଶ୍ୱର୍ତେ ଦାସ ଲେକାମ୍ କେସମିନ୍ଦେମ୍ । ନାର୍ଗେ ଦୈର୍ଯ୍ୟତଡ଼୍ ମାମ୍ମେ ସାରେପ୍ରକାର୍ ଦୁଃକାମ୍, ଅବାବ୍ ନୁ ତିପାଲ୍ ସାରେ ମାଡ଼ୁତମ୍; ୫ [a]ମାମ୍ମେ ଦେବ୍ ତିତ୍ତମ୍, ଜେଲ୍ଦଣ୍ଡ ଆତ୍ତମ୍, ନାରୁଡ଼୍ ମୁନେ ନିନ୍ଦ୍ ଆତ୍ତମ୍; ନାର୍କେତ୍ ପାୟାଲ୍ ତିପାଲ୍ ଆତ୍ତମ୍, ଉସ୍କାଡ଼୍ ଉଞ୍ଜକଟ ମାତ୍ତମ୍ ନୁ ଉପାସ୍ତେ କାଟେମ୍ ଆତ୍ତମ୍ । ୬ ମାୟାଦ୍ ପବିତ୍ରତା, ବୁଦ୍ତେ, ଗାଡ଼୍ସ୍, ଦୟା, ସାୟେତାଦ୍ ପ୍ରେମ ନୁ ସତ୍ୟତେ କାବୁର୍ ସେଙ୍ଗେ ପବିତ୍ର ଇଶ୍ୱର୍ତେ ଶକ୍ତି ତଡ଼୍ । ମାମ୍ମେ ଇଶ୍ୱର୍ତେ ଦାସ ଇଞ୍ଜ ପରିଚୟ ଇତ୍ତମ୍, ୭ ଶତ୍ରୁନଡ଼୍ ବିରୁଦ୍ଦ୍ତେ ଲଡ଼େମ୍ ଆଦାଙ୍କ୍ ନିଜାମ୍ ସତ୍ ମାୟାଦ୍ ବେଡ଼ିୟି ଅସ୍ତ୍ର । ୮ ମାମ୍ମେ ସମ୍ମାନିତ୍ ନୁ ଅପମାନିତ୍ ଅଦୁତମ୍, ପ୍ରଶଂସିତ୍ ନୁ ସିଗ୍ ଆତ୍ତମ୍, ମାକିଂଙ୍କ୍ ମିଚ୍ ଇଞ୍ଜ କେତ୍ତଡ଼୍, ଯଦି ମାନାଡ଼୍ ନିଜାମ୍ କେତୁତଡ଼୍ । ୯ ମାମ୍ମେ ପୁତ୍ତେନମ୍ ଆତ୍କେ ମିକା ପୁନ୍ୱେନମ୍, ଜୀୱେମାଞ୍ଜ୍ ମିକା, ଡଲ୍ତମ୍ ଇଞ୍ଜ୍ କେତିତଡ଼୍ । ମାମ୍ମେ ଦଣ୍ଡ୍ ଆତ୍ତମ୍, ବାତେଙ୍କ୍ ଇତ୍କେ ଡଲମ୍ । ୧୦ ମାମ୍ମେ ଦୁଃକାମ୍ ତଡ଼୍ ମାତ୍କେ ମିକା ସାରେଦାମ୍ ୱେଡ଼୍କିତମ୍ । ମାମ୍ମେ ଗରିବ୍ ଲେକାମ୍ ତନ୍ଦୁତମ୍, ବାତେଙ୍କ୍ ଇତ୍କେ ନାର୍ଗେ ନାରୁଡ଼୍କ୍ ସାଉକାର୍ ମାଡ଼୍ତମ୍ । ମାୟାଦ୍ ବାତେଏ ଇଲ୍ୱେ ଲେକାମ୍ ଏର୍କେ ଆଦ୍ତେ, ବାତେଙ୍କ୍ ଇତ୍କେ ବାସ୍ତବତେ ମାମ୍ମେ ସାରେତାୱିନ୍ ଅଦିକାରିମ୍ ।
୧୧ ହୋ କରନ୍ତିୟ ସାଙ୍ଗନଡ଼ି, ମାମ୍ମେ କପାମ୍ ଇଲ୍ୱେ ଲେକାମ୍ ମିକିଂଙ୍କ୍ ସାରେ କେସ୍ମିନ୍ଦେମ୍ । ମିଇ ଗାର୍ରେ ମାୟାଦ୍ ହୃଦୟ୍ ତେର୍ସିତ୍ତମ୍ । ୧୨ ମାମ୍ମେ ମିଇ ସେଙ୍ଗେ କଷ୍ଟ ହୃଦୟ୍ ଆୟମ୍, ଇତ୍କେ ମିୟାଦ୍ ହୃଦୟ୍ ମା ସେଙ୍ଗେ କଷ୍ଟ ଆତ୍ତେ । ୧୩ ମିକିଂଙ୍କ୍ ନା ପିଲା ଇନା ଏର୍କାମାଡ଼ି ଇୱୁସାରେ କେତୁତାନ୍ । ମାମ୍ମେ ଉଦାର୍ ମାଲ୍ପିଦାନ୍ ଲେକାମ୍ ମିୟାଦ୍ ହୃଦୟ୍ ତେର୍ସ୍ ଆୟି ।
Languages