୭ ମାଡ଼ିମାଉକୁୱିଜୁ ଜୁଦ୍କିନି ଉଣ୍ତିଙ୍ଗ୍ ତିଆର୍ଆତିମାନି ଗଡ଼ା ୱାଜା ତୋର୍ଜିମାରେ । ୱାନିକା ତାଲେକାଙ୍ଗ୍ ବାଙ୍ଗାଁରାମ୍ତି ମୁକୁଟ୍ ୱାଜା ତର୍ଜିମାରାତ୍ । ୱାନିକା ମୋକମ୍ ଲୋକା ମୋକମ୍ ୱାଜା, ୮ ଆଇମେକା କୁକୁଟି ୱାଜା ୱାନିକା କୁକୁଟି ମାରାତ୍, ୱାନିକା ପାଲୁକୁ ପାର୍ଟାନରେସ୍ ପାଲୁକୁ ୱାଜା ମାରେଏ । ୯ ତାମେ ବକାଦୁ ଲୁହା ସାଜୁ ନାନି ଇନି ଜିନିସ୍ ପିଡ଼ିଗିତା ମାର୍ହାତ୍ ମାରି ରତ ନି ଜୁଦ୍ବାଡିଦୁ ଉର୍କିସିମାନି ନାଣ୍ତ ଗଡ଼େଙ୍ଗାଁ ଆଉଲି ୱାଜା ତାମେକା ଡ଼େଣେଙ୍ଗାଁ ଆଉଲି ସୋସିମାରାତ୍ । ୧୦ ସର୍କୁପିଙ୍ଗାଁ ୱାଜା ତାମେକା ତକେଙ୍ଗ୍ ମାରି ୱିସାମ୍ମାର୍ହାତ୍ । ଆୟା ତକାଦାନ୍ ପାସ୍ଗୋଟା ଲେଜୁକୁ ସାନ୍ଦି ଲୋକାଙ୍ଗ୍ କାସ୍ଟୁ ସିନି ଉଣ୍ତିଙ୍ଗ୍ ୱାକ୍ ସାକ୍ତି ପୋଇତେମାର୍ଏ । ୧୧ ତାମେକା ମୁସୁକୁ ଅରେନ୍ ରାଜା ସାସନ୍ କିଜିନାନ୍ । ୱାନ୍ ପାତାଲ୍ତୁ ଦାୟିତଦୁ ମାନି ଅରେନ୍ ଦୁତ୍ । ଏବ୍ରି ବାସାଦାନ୍ ତାନି ଦରୁ ଆବାଦନ୍; ଗ୍ରିକ୍ ବାସାଦାନ୍ ଆୟା ଦରୁ ଆଜିନାତ୍, ଆପୋଲ୍ଲୀୟନ୍ । ଆମାତାନି ଦରୁ ଦଂସକିନିକାତ୍ ।
୧୨ ସୁଡ଼ୁଦୁ, ପାର୍ତୁମ୍ କାସ୍ଟୁଦୁକ୍ ୱିଜିତା ସୋରାତ୍ । ତେନିୱେନ୍କା ମାରି ରୁଣ୍ତି ବୟ୍ଙ୍କାର୍ତି କାସ୍ଟୁ ୱାଜିନାତ୍ ।
୧୩ ତେନିୱେନ୍କା ସୋଅ ନମ୍ୱର୍ତି ଦୁତ୍ ତାନି ମୋରି ଉକୁନି ଦାପେ ମାପୁରୁଦି ଆଗିଡ଼ି ମାନି ବାଙ୍ଗାଁରାମ୍ ବେଦିଦି ନାଲିଗି କନାଦାନ୍ ନାନୁ ଉଣ୍ତ୍ରି ବଲ୍ ୱେର୍ଆ । ୧୪ ଆୟା ମରି ଆସ୍ତିମାନି ସୋଅ ନମ୍ୱର୍ତି ଦୁତ୍ତିଙ୍ଗ୍ ଆଦେସ୍ ସିତାତ୍, “ୟୁପ୍ରେଟିସ ପେରିଗାଡା ଲାକୁତୁ ବନ୍ଦି ଆତିମାନି ନାଲ୍ଗି ଦୁତକାଙ୍ଗ୍ ଡ଼ିସ୍ତୁ ।” ୧୫ ଆର୍ତିଙ୍ଗ୍ ଇୟା ବାର୍ସେକ୍, ଲେଜୁ, ଦିନ୍ ମାରି ବେଡ଼ାଦୁ, ୱିଜୁ ଲୋକା ଜାତିଦି ମୁଣ୍ତ୍ରି ବାଗ୍ତାନ୍ ଉଣ୍ତ୍ରି ବାଗ୍ ଲୋକାଙ୍ଗ୍ ସାପିସ୍କିନି ଉଣ୍ତିଙ୍ଗ୍ ତିଆର୍ ଆଜିମାନି ଆୟା ନାଲିଗି ଦୁତ୍କାଙ୍ଗ୍ ଡ଼ିସ୍ତା ସିତାର୍ । ୧୬ ମାରି ନାନୁ ସୁଡୁତା, ଉଣ୍ତ୍ରି ଦଲ୍ତି ଗଡ଼େଙ୍ଗାଁସାଲାକିନି ସୌନ୍ୟଦଲ୍ । ୱାରି ଇସାବ୍ ୨,୦୦୦୦୦ ଲକ୍ୟ ଇଜି ନାଙ୍ଗିଁ ୱେର୍ତାସିତାର୍ । ୧୭ ମାରି ନାନୁ ଦର୍ସନତୁ ଗଡ଼ା ନି ତାମେ ସାଲାକିନିୱାରିଙ୍ଗ୍ଁ ଇୟାୱାଜା ସୁଡୁତା, ୱାରି ବକାସାଜୁ ସିସୁ ୱାଜା ନେତେର୍ ରଙ୍ଗ୍, ନିଳକାନ୍ତ ମଣି, ୱାଜା ନିଡ଼ି ମାରି ଗନ୍ଧକ ୱାଜା ଗେର୍କା ରଙ୍ଗ୍ ମାରାତ୍ । ଗଡ଼େଙ୍ଗ୍ଁ ନରେସ୍ ୱାଜା ତାଲାମାରାତ୍ ମାରି ତାମେ ୱେୟୁଦାନ୍ ସିସୁ, ଗୟି ନି ଗନ୍ଧକ ସତାତ୍ । ୧୮ ୱାରି ୱେୟୁଦାନ୍ ସନି ସିସୁ, ଗୋଇ ମାରି ଗନ୍ଧକ ୱାଜା ଇୟା ମୁଣ୍ତ୍ରି କାସ୍ଟୁଦାନ୍ ମୁଣ୍ତ୍ରି ବାଗ୍ତାନ୍ ଉଣ୍ତ୍ରି ବାଗ୍ ଲୋକାଙ୍ଗ୍ଁ ସାପିସ୍କିତାର୍ । ୧୯ ଗଡ଼େଙ୍ଗାଁ ସାକ୍ତି ତାମେ ୱେୟୁଦୁ ନି ତକାଦୁ ମାର୍ହାତ୍ । ତାମେକା, ତକେଙ୍ଗ୍, ତାଲେକ୍ ମାନି ସାରାସ୍ ୱାଜା ମାରି ଆବେଟ୍କୁ ୱାକ୍ ଲୋକାଙ୍ଗ୍ ଡାକ୍ସିମାରେଏ ।
୨୦ ମର୍ଡିଦାନ୍ ସାଏଣ୍ତା ତେବାତି ଲୋକୁ ଜାତିଦି, ଇନିକା ବା ବାଦେଲେ ଆଏତାତ୍ । ୱାର୍ ଦୁବେଆଙ୍ଗ୍ଁ ପୁଜାକିଦେଙ୍ଗ୍ ଡ଼ିସ୍ଏତାର୍ । ମାରି ସୁଡ଼ୁଦେଙ୍ଗ୍, ୱେନ୍ଡ୍ରେଙ୍ଗ୍ଁ ମାରି ବୁଲାଦେଙ୍ଗ୍ ଆଟ୍ଇକା ବାଙ୍ଗାଁରାମ୍, ୱେଣ୍ତି, ପିତଲ୍, କାଲୁ ନି ୱେର୍ଗୁଦାନ୍ ତିଆର୍ ଆତିମାନି ଦିୟାମ୍କାଙ୍ଗ୍ଁ ପୁଜା କିନିକା ଡ଼ିସ୍ଏତାର୍ । ୨୧ ୱାର୍ ମୋନ ଡ଼େପ୍ଏଣ୍ତା ଲୋକ୍ସାପିସ୍ନିକା, ଗୁଣିଆ ବିଦ୍ୟା, ଦାରିପାଣିକିନିକା ମାରି ଡଙ୍ଗାଁକିନି ବୁଦିଦୁ ମୁଜିତାମାରାର୍ ।
<- ପ୍ରକାଶିତ 8ପ୍ରକାଶିତ 10 ->
Languages