୫ ମାର୍ନାଣ୍ତିଙ୍ଗ୍ ଜିହୁଦି ନେତାର୍, ମନ୍ଦିର୍ତି ଆଇନେତାର୍ ମାରି ଦାର୍ମୁଗୁରୁର୍ ଜିରୁସାଲାମ୍ତୁ ଉଣ୍ତ୍ରେମାନୁ ଉଣ୍ତାତାର୍ । ୬ ଆବେନୁ ୱିଜେରିଙ୍ଗ୍ ପେରି ଜାଜକ ହାନାନା, କୟାପା, ଜୋହନ, ଆଲେକ୍ଜାଣ୍ତର୍ ମାରି ୱିଜେରିଙ୍ଗ୍ପେରି ଜାଜକରି ଇଲ୍ତି ଆଇ ଲୋକାଙ୍ଗ୍ ମିସାତାର୍ । ୭ ସିସୁରିଙ୍ଗ୍ ୱାରି ଆଗ୍ଡ଼ି ତାପିସ୍ କିଜି ୱେନ୍ବାତାର୍, “ମିର୍ ଇୟାୱିଜୁ ଏଣ୍ତେସ୍ କିଜିନିଦେର୍ ? ଏ ସାକ୍ତିଦାନ୍ ବା ଏ ଦର୍ତାନ୍ ଇକା କିଜିନିଦେର୍ ?”
୮ ଆବେଟ୍ ପିତର ପବିତ୍ର ଆତ୍ମାଦୁ ପୁରା ଆଜି ୱାରିଙ୍ଗ୍ ଇର୍ହାନ୍, “ଏ ଲୋକା ନେତାର୍ ମାରି ପେରିକାର୍ : ୯ ଜଦି ନେର୍ ମାଙ୍ଗିଁ ଇୟା ସଟା ଉଣ୍ତିଙ୍ଗ୍ କିତିମାନି ନେଗି ପାଣି ବିସୟ୍ତାନ୍ ମିର୍ ୱେନ୍ବାଜିନିଦେର୍ ମାରି ୱାନ୍ ଏଣ୍ତେସ୍ ନେଗେନ୍ ଆତାନ୍ ଇଜି ନେସ୍ତେଙ୍ଗ୍ ବଦାକିଜିନିଦେର୍ । ୧୦ ଆବେଟ୍ ମିର୍ ମାରି ଇସ୍ରାଏଲ୍ତି ୱିଜେରେ ନେସ୍ନିକା ମାନାତ୍ ଜେ, ମି ଆଗ୍ଡ଼ି ନିର୍ଇ ମାନି ଇୟା ଲୋକୁ କେବଲ୍ ନାଜରିୟତିୟ ଜିସୁ କ୍ରିସ୍ତଦି ଦର୍ତି ସାକ୍ତିଦାନ୍ ପୁରା ନେଗେନ୍ ଆତାମାନାନ୍ । ଆୟା ଜିସୁଙ୍ଗୁଁ ମିର୍ କ୍ରୁସଦୁ ଏକିସ୍କିତି ମାରିଇଦେର୍ । ମାତର୍ ମାପୁରୁ ୱାନିଙ୍ଗ୍ ସାତିମାଣାନ୍ ମାରିଡ଼େସି ନିକ୍ତାନ୍ । ୧୧ ଜିସୁଦି ବିସୟ୍ତାନ୍ ନେ ଦାର୍ମୁସାସ୍ତ୍ରଦୁ ରାସାତାମାନାତ୍,
୧୩ ପିତର ନି ଜୋହନ ପଡ଼ାଇକାର୍ ମାରି ସାମାନ୍ତି ଲୋକୁ ଇଜି ପେରି ମିଟିଙ୍ଗ୍ତି ଜିହୁଦି ନେତାର୍ ନେସ୍ତାମାର୍ହାର୍ । ଆଦେଙ୍ଗ୍ ୱାରି ସାସ୍ ସୁଡ଼ୁଜି ୱାର୍ କାବାଆତାର୍ । ମାରି ୱାର୍ ନେସ୍ତାମାର୍ହାର୍, ଆୟା ରିଏର୍ ଜିସୁଦି ୱାଲେ ମାର୍ହାର୍ । ୧୪ ମାତର୍ ୱାର୍ ବିରୁଦ୍ କିଜି ଇନିକା ଇନ୍ଡ୍ରେଙ୍ଗ୍ ଆଟ୍ଏତାର୍; ଇରିଙ୍ଗ୍ ୱାର୍ ନେଗେନ୍ ଆତିମାର୍ଇ ଲୋକ୍ତିଙ୍ଗ୍ ପିତର ନି ଜୋହନତି ୱାଲେ ନିର୍ଇ ମାରିଇକା ସୁଡ଼ୁତାର୍ । ୧୫ ଆବେଟ୍ ୱାର୍ ସିସୁରିଙ୍ଗ୍ ମିଟିଙ୍ଗ୍ ଇଲ୍ତାନ୍ ସପ୍ସି ସିଜି ୱାରି ବିସୟ୍ତାନ୍ ନିଜେ ନିଜେମାନୁ ୱାର୍ଗିଦେଙ୍ଗ୍ ଆସ୍ତାର୍ । ୧୬ ୱାର୍ ଇର୍ହାର୍, “ମାଡ୍ ୱେରି ଉଣ୍ତିଙ୍ଗ୍ ଇନିକା କିନାଟ୍ ?” ଇକାର୍ କିତିମାନି ଇୟା କାବାଆନି ପାଣି ବିସୟ୍ତାନ୍ ଜିରୁସାଲାମ୍ତି ୱିଜେରେ ନେସ୍ତା ମାନାର୍ । ତେନି ସତ୍ ମାଡ୍ ମାରି ସିଲେ ଇନ୍ଡ୍ରେଙ୍ଗ୍ ଆଟ୍ଇକା । ୧୭ ମାତର୍ ଇୟା ମାଟା ଏଣ୍ତେସ୍ ଲୋକା ଲୋଇ ନାଣ୍ତ ୱେଙ୍ଗ୍ଁଏତ୍, ଜିସୁଦି ଦର୍ତାନ୍ ମାରି ଏସାଙ୍ଗ୍ ଆମାୱାରି ଆଗ୍ଡ଼ି ଇନିକା ଇନ୍ଇ ଉଣ୍ତିଙ୍ଗ୍ ଇୟାୱାରିଙ୍ଗ୍ ମାପ୍ ଜାଗାର୍ତା କିନା ସିନାଟ୍ ।
୧୮ ଆବେଟ୍ ୱାର୍ ପିତର୍ ନି ଜୋହନତିଙ୍ଗ୍ ମାରିଡ଼େସି ଲୋଇ କୁକିସ୍ କିତାର୍ ମାରି ଏସାଙ୍ଗ୍ ବା ଜିସୁଦି ଦର୍ତାନ୍ ଇନି ମାଟା ଇନ୍ଇ ଉଣ୍ତିଙ୍ଗ୍ ମାରି ସିକିୟା ସିଇ ଉଣ୍ତିଙ୍ଗ୍ ଜାଗାର୍ତା କିତା ସିତାର୍ । ୧୯ ମାତର୍ ପିତର ନି ଜୋହନ ଇର୍ହାର୍, “ମିଙ୍ଗିଁ ମାନାନିକା, ଅବା ମାପୁରୁଦିଙ୍ଗ୍ ମାନାନିକା ଏମେ ବିସୟ୍ ମାପୁରୁଦି ଆଗ୍ଡ଼ି ଟିକ୍, ଆକା ମିର୍ ବିସାର୍ କିଦୁ । ୨୦ ଇରିଙ୍ଗ୍ ମାପ୍ ଆମାକା ସୁଡ଼ୁତାମାନାପ୍, ମାରି ୱେର୍ଆମାନାପ୍, ଆୟା ବିସୟ୍ ଇନ୍ଏଣ୍ତା ତେବାଦେଙ୍ଗ୍ ଆଟ୍ଏପ୍ ।” ୨୧ ମାତର୍ ଜିହୁଦିର୍ ପେରି ମିଟିଙ୍ଗ୍ତୁ ଲୋକୁ ୱାରିଙ୍ଗ୍ ମାରି ଡାଟ୍ତାନ୍ ଆଦ୍ରିସ୍କିଜି ଡ଼ିସ୍ତା ସିତାର୍ । ୱାରିଙ୍ଗ୍ ଦଣ୍ଡ୍ ସିନିକା ଆଏତ୍ ଇଜି ୱାର୍ ନେସ୍ତେଙ୍ଗ୍ ଆଟ୍ତାର୍, ଇରିଙ୍ଗ୍ ଆୟାଗଟନା ଉଣ୍ତିଙ୍ଗ୍ ଲୋକୁ ୱିଜେରେ ମାପୁରୁଦି ଦନ୍ୟବାଦ୍ କିଜିମାର୍ହାର୍ । ୨୨ ଏମେ ଲୋକୁ କାବା ଇସାବ୍ତାନ୍ ନେଗେନ୍ ଆତାମାର୍ହାନ୍, ୱାନି ବୟସ୍ ସାଲିସ୍ ବାର୍ସେକ୍ତାନ୍ ନାଣ୍ତ ମାର୍ହାତ୍ ।
୩୧ ୱାର୍ ପାର୍ତନା ୱିସ୍ତି ୱେନ୍କା ଏମେ ବାଡିଦୁ ଉଣ୍ତାତା ମାର୍ହାର୍, ଆକା ଦୁଙ୍ଗିଁତା ସର୍ହାତ୍ । ୱାର୍ ୱିଜେରେ ପବିତ୍ରଆତ୍ମାଦୁ ପୁରା ଆତାର୍ ମାରି ସାହାସ୍ତାନ୍ ମାପୁରୁଦି ବାକ୍ୟ ପ୍ରଚାର୍ କିଦେଙ୍ଗ୍ ଆସ୍ତାର୍ ।
୩୬ ସାଇପ୍ରସ୍ ଦର୍ତି ବାଡିଦୁ ଜନମ୍ ଆତିମାର୍ଇ ଲେବି କଟୁମ୍ତି ଜସେପ୍, ଆମାୱାନିଙ୍ଗ୍ ପ୍ରେରିତ ସିସୁର୍ ବର୍ଣ୍ଣବା ଇଜି ଦର୍ ଇଟ୍ତାମାର୍ହାର୍, ବର୍ଣ୍ଣବାଦି ଅର୍ତ “ଦୁଃକ୍ତୁ ୱେଡ଼ିକାସିନି ମାରିନ୍” ୩୭ ୱାନି ବୁମି ପର୍ସି ଆବେଣି ଡାବୁଙ୍ଗୁଁ ତାସି ପ୍ରେରିତ ସିସୁରିଙ୍ଗ୍ ସିତାନ୍ ।
<- ପ୍ରେରିତ 3ପ୍ରେରିତ 5 ->
Languages