୯ ତାର୍ପଚେ ମୁଇଦେକ୍ଲି ଏଦେ ଦେକା ! ତେଇ ଏତେକ୍ ମାନ୍ଦା ଲକ୍କେ ଦେକ୍ଲି ଜେ ସେ ଲକ୍ମନ୍କେ କେ ମିସା ଏଜି ନାପାରତ୍ । ସେମନ୍ ସବୁ ଜାତିଅନି, ବଁସେଅନି, ରାଇଜେଅନି, ଆରି ବାସାଇଅନି ଆସିରଇଲାଇ । ସେମନ୍ ବସ୍ବା ଜାଗାର୍ ମୁଆଟେ ଆରି ମେଣ୍ଡାପିଲାର୍ ମୁଆଟେ ଟିଆଅଇଲାଇ । ସେମନ୍ ଦବ୍ ଲୁଗାପିନ୍ଦିକରି ଆରି ଆତେ କଜ୍ରି ଡାଲ୍ ଦାରିରଇଲାଇ ।
୧୦ ସେମନ୍ ଆଉଲି ଅଇକରି କଇତେ ରଇଲାଇ, “ଆମର୍ ପର୍ମେସର୍ ଜେ କି ବସ୍ବା ଜାଗାଇ ବସିଆଚେ, ତାର୍ଟାନେଅନି ଆରି ମେଣ୍ଡା ପିଲାର୍ ଟାନେଅନି ମୁକ୍ତି ମିଲ୍ସି ।”
୧୧ ସବୁ ଦୁତ୍ମନ୍ ବସ୍ବା ଜାଗାର୍ ଆରି ପାର୍ଚିନ୍ ମନର୍ ଆରି ଚାରିଟା ଜିବନ୍ ରଇବା ପସୁମନର୍ ଚାରିବେଟ୍ତି ଟିଆଅଇଲାଇ । ତାର୍ପଚେ ସେମନ୍ ବସ୍ବା ଜାଗାର୍ ମୁଆଟେ ଡାଣ୍ଡାସନ୍ ପଡି ପର୍ମେସର୍କେ ଜୁଆର୍ କରି,
୧୨ କଇଲାଇ, ଆମେନ୍, ଦନିଅବାଦ୍, ମଇମା, ଗିଆନ୍, ଡାକ୍ପୁଟା, ବପୁ ଆରି ସକ୍ତି କାଲ୍ କାଲ୍ ଜୁଗ୍ ଜୁଗ୍ ଆମର୍ ପର୍ମେସର୍କେ ଅ । ଆମେନ୍, ବଲି କଇତେରଇଲାଇ ।
୧୩ ପାର୍ଚିନ୍ ମନର୍ ବିତ୍ରେ ଅନି ଗଟେକ୍ ଲକ୍ ଆସିକରି ମକେ ପାଚାର୍ଲା, “ଏ ଲକ୍ମନ୍ କାଇକେ ଦବ୍ ଲୁଗା ପିନ୍ଦି ଆଚତ୍ ଆରି ସେମନ୍ କନ୍ତିଅନି ଆଇଲାଇ ?” ୧୪ [a]ମୁଇ ତାକେ କଇଲି “ଆଗିଆ ମୁଇ ନାଜାନି, ତୁଇତା ଜାନୁସ୍ ।” ସେ ମକେ କଇଲା “ବେସି ବଡ୍ ତାଡ୍ନା ପଚେ ରକିଆ ପାଇ ଆଇଲାଇଆଚତ୍ । ମେଣ୍ଡାପିଲାର୍ ବନି ସଙ୍ଗ୍ ସେମନ୍ ତାକର୍ ବସ୍ତର୍ ଦଇକରି ଦବ୍ କଲାଇଆଚତ୍ ।” ୧୫ ସେଟାର୍ ପାଇ ସେ ଲକ୍ମନ୍ ପର୍ମେସରର୍ ବସ୍ବା ଜାଗାର୍ ମୁଆଟେ ରଇ ତାର୍ ମନ୍ଦିରେ ଦିନ୍ ରାତି ତାକେ ସେବା କଲାଇନି । ଜେ ବସ୍ବା ଜାଗାଇ ବସ୍ଲାଆଚେ, ସେ ସେମନ୍କେ ରକିଆ କର୍ସି । ୧୬ ସେମନ୍କେ କେବେ ବୁକ୍ ନ ଲାଗେ କି ସସ୍ ନ କରେ । ବେଲ୍ କି ଅଦିକ୍ ତପି ରଇବା ତାତି ସେମନ୍କେ ପଡାଇନାପାରେ । ୧୭ କାଇକେବଇଲେ ବସ୍ବା ଜାଗାର୍ ମଜାଇ ରଇବା ମେଣ୍ଡାପିଲା, ସେ ଲକ୍ମନର୍ ସେବାକାରିଆ ଅଇସି, ଆରି ଜିବନ୍ ରଇବା ଗାଡ୍ବାଟେ ସେ ଲକ୍ମନ୍କେ ବାଟ୍କାଡାଇ ନେଇସି । ଆରି ପର୍ମେସର୍ ସେ ଲକ୍ମନର୍ ଆକିର୍ ଆଁସୁ ପୁଚି ଦେଇସି ।
<- ପର୍କାସିତ 6ପର୍କାସିତ 8 ->
- a ମାତିଉ ୨୪:୨୧; ମାର୍କ ୧୩:୧୯