୪ ସେ ଦୁଇଟା ସାକିମନ୍ ଜଗତର୍ ମାପ୍ରୁର୍ ମୁଆଟେ ଟିଆଅଇବା ଜିତ୍ ଗଚ୍ ଆରି ଦୁଇଟା ବତି ଅଇଆଚତ୍ । ୫ କେ ଜଦି ସେମନର୍ ଅନିଆଇ ଦେକି ମାର୍ବାକେ ଚେସ୍ଟା କର୍ବାଇ, ତାକର୍ ଟଣ୍ଡେଅନି ଜଇ ବାର୍କରାଇ ତାକର୍ ବିରଦିମନ୍କେ ବିନାସ୍ କର୍ବାଇ । ଏନ୍ତାରି ଜେ ସେମନ୍କେ ମାର୍ବାକେ ଚେସ୍ଟା କର୍ବାଇ, ସେମନ୍ ମରିଜିବାଇ । ୬ ସେମନ୍ ପର୍ମେସରର୍ କବର୍ ଜାନାଇବାବେଲେ ଜେନ୍ତାରି କି ବର୍ସା ନଅ ବଲି ବାଦଲ୍କେ ଡାବିକରି ସଙ୍ଗଇବାକେ ତାକର୍ ଅଦିକାର୍ଆଚେ । ପାଜ୍ରା ପାନିମନ୍କେ ବନି କର୍ବାକେ ମିସା ତାକର୍ ଅଦିକାର୍ ରଇସି । ଜେଡେବେଲେ ମନ୍କଲେ, ସେଡେବେଲେ ଜନ୍ ରକାମ୍ ମର୍ଡି ଦର୍ତନି ଉପ୍ରେ କେତେତର୍ ମିସା କରି ବାଦାଦେବାକେ, ସେମନର୍ ଅଦିକାର୍ ଆଚେ । ୭ [b]ସେମନ୍ ତାକର୍ କବର୍ ଜାନାଇଲା ପଚେ, ଗଟେକ୍ ବେସି ଡର୍ ଲାଗ୍ବା ପସୁ ପାତାଲେଅନି ବାରଇଆସି ତାକର୍ ବିରୁଦେ ଜୁଇଦ୍ କର୍ସି । ସେ ପସୁ ସେମନ୍କେ ଆରାଇକରି ମରାଇଦେଇସି । ୮ ବଡ୍ ନଅର୍ ସାଇର୍ ମଜାଇ ତାକର୍ ମଲା ଗାଗଡ୍ ରଇସି । ସେ ବଡ୍ ନଅରେ ତାକର୍ ମାପ୍ରୁ କୁରୁସ୍କାଟେ ସର୍ପି ଅଇରଇଲା । ସେ ନଅର୍ ସଦମ୍ କି ମିସର୍ ରାଇଜ୍ ପାରା ଆଚେ । ୯ ତିନ୍ ଦିନ୍ ଆରି ଅଦା ଦିନର୍ପାଇ ସବୁ ରାଇଜର୍, ସବୁ ଦେସର୍, ସବୁ ବଁସର୍, ସବୁ ଜାତିର୍ ଆରି ସବୁ ବାସାର୍ ଲକ୍ ଦେକ୍ବାଇ । ସେ ମଲା ମଡାମନ୍କେ ତପ୍ବାକେ ସେମନ୍ ରାଜି ନଅତ୍ । ୧୦ ଏ ଦୁଇ ଲକ୍ ମଲାର୍ପାଇ, ଜଗତର୍ ଲକ୍ ସାର୍ଦା ଅଇବାଇ । ଏ ଦୁଇଟା ବବିସତ୍ବକ୍ତାମନ୍ ଜଗତେ ବେସି ଦୁକ୍କସ୍ଟ ଆନାଇଲାଇଜେ ଲକ୍ମନ୍ ସାର୍ଦା ଅଇବାଇ ଆରି ସାଇସାର୍ଦା ଅଇକରି ସାର୍ଦା ଅଇବା ଜିନିସ୍ମନ୍ ଦିଆନିଆ ଅଇବାଇ । ୧୧ ତିନ୍ଦିନ୍ ଆରି ଅଦା ଦିନ୍ ପଚେ ଜିବନ୍ ଦେବା ଗଟେକ୍ ପୁଣ୍ଡା ପର୍ମେସର୍ ଟାନେଅନି ଆସି ତାକର୍ ବିତ୍ରେ ପୁର୍ଲା । ଆରି ଏଦେ ଦେକା ! ସେମନ୍ ଉଟ୍ଲାଇ । ସେମନ୍କେ ଦେକ୍ଲା ଲକ୍ମନ୍ ବେସି ଡରିଗାଲାଇ । ୧୨ ତାର୍ପଚେ ସର୍ଗେ ଅନି ଗଟେକ୍ ଜବର୍ ସବଦ୍ ବବିସତ୍ବକ୍ତାମନ୍କେ କଇଲା, “ଉପ୍ରେ ଆସା ।” ଆରି ତାକର୍ ବିରଦିମନ୍ ଦେକ୍ବାବେଲେ ସେମନ୍ ଗଟେକ୍ ବାଦଲ୍ ଉପ୍ରେ ବସି ସର୍ଗେ ଗାଲାଇ । ୧୩ [c]ସେଡ୍କିବେଲେ, ଏଦେ ଦେକା ! ବେସି ଦର୍ତନି ଚୁଲ୍ବୁଲି ଗାଲା । ନଅରର୍ ଦସ୍ବାଗେଅନି ଗଟେକ୍ ବାଗ୍ କୁରୁପ୍ନାସ୍ ଅଇଗାଲା । ଆରି ତେଇ ୭,୦୦୦ ଲକ୍ମନ୍ ମରିଗାଲାଇ । ବାକି ରଇଲା ଲକ୍ମନ୍ ଡରିକରି ସର୍ଗେ ରଇବା ପର୍ମେସରର୍ ବପୁକେ ଡାକ୍ପୁଟା କଲାଇ । ୧୪ ବେସି ଡର୍ ଅଇବା ଦୁଇ ଲମର୍ ଦୁକ୍କସ୍ଟ ସାରିଗାଲା । ମାତର୍ ଏବେ ଦେକା ପଚର୍ଟା ଦାପ୍ରେ ଆଇସି ।