୧ ଜିସୁ ଡଙ୍ଗାଇ ବସି ଗାଡ୍ ସେପାଟେ ରଇଲା ନିଜର୍ ଗଡେ ବାଉଡି ଗାଲା । ୨ ଆରି ତେଇ ଲକ୍ମନ୍ ଗଟେକ୍ ଚେରେଙ୍ଗ୍ ରଗିକେ ବଇକରି ତାର୍ ଲଗେ ଆନ୍ଲାଇ । ଚେରେଙ୍ଗ୍ ରଗି ଅଚ୍ନାଇ ସଇରଇଲା । ସେ ଲକ୍ମନର୍ ବିସ୍ବାସ୍ ଦେକି ରଗିକେ କଇଲା, “ସାଆସ୍ ଦାର୍, ତର୍ ସବୁ ପାପ୍ କେମା ଅଇଗାଲା ।”
୩ ଏ କାତା ସୁନି କେତେଟା ସାସ୍ତର୍ ସିକାଉମନ୍ ତାକର୍ ତାକର୍ ବିତ୍ରେ କାତା ଅଇଲାଇ, “ଏ ଲକ୍ କାଇକେ ପର୍ମେସରର୍ ନିନ୍ଦା କଲାନି ?”
୪ ଜିସୁ ତାକର୍ ମନର୍ ଚିନ୍ତା ଜାନି କଇଲା, “ତମେ ନିଜର୍ ନିଜର୍ ମନେ କାଇକେ କାରାପ୍ ଚିନ୍ତା କଲାସ୍ନି ? ୫ 'ତମର୍ ପାପ୍ସବୁ କେମା ଅଇଗାଲା ବଲି କଇବାଟା ସଅଜ୍ କି 'ଉଟିକରି, ଇଣ୍ଡିଜା ବଲି କଇବାଟା ଅଦିକ୍ ସଅଜ୍ ? ୬ ମାତର୍ ଜଗତର୍ ପାପ୍ କେମା କର୍ବାକେ ନର୍ପିଲା, ମର୍ ଅଦିକାର୍ ଆଚେ, ମୁଇ ଏଟା ତମର୍ ମୁଆଟେ ଦେକାଇବି ।” ତାର୍ ପଚେ ଜିସୁ ଚେରେଙ୍ଗ୍ ରଗିକେ କଇଲା, “ଉଟ୍, ନିଜର୍ ଟାଟି ଦାରି ଗରେ ଉଟିଜା ।”
୭ ଆରି ସେ ଲକ୍ ଉଟିକରି ଗରେ ବାରିଗାଲା । ୮ ଲକ୍ମନ୍ ସେଟା ଦେକି କାବା ଅଇଜାଇ ଡରିଗାଲାଇ । ମାତର୍ ନର୍ ଲକ୍କେ ଏନ୍ତାରି ଅଦିକାର୍ ଦେଲାର୍ ପାଇ ପର୍ମେସର୍କେ ଡାକ୍ପୁଟା କଲାଇ ।
୯ ଜିସୁ ତେଇଅନି ଉଟି ଜିବାବେଲେ ମାତିଉ ନାଉଁର୍ ଗଟେକ୍ ସିସ୍ତୁ ମାଙ୍ଗୁକେ, ତାର୍ ସିସ୍ତୁମାଙ୍ଗୁମନ୍ ମାଙ୍ଗ୍ବା ଜାଗାଇ ବସିରଇଲାଟା ଦେକି କଇଲା, “ମର୍ ସଙ୍ଗ୍ ଆଉ ।” ମାତିଉ ସିସ୍ତୁମାଙ୍ଗୁମନ୍ ମାଙ୍ଗ୍ବା ଜାଗାଇଅନି ଉଟି ଜିସୁର୍ ସଙ୍ଗ୍ ଗାଲା ।
୧୦ [a]ଜିସୁ ମାତିଉର୍ ଗରେ କାଇବାବେଲେ ବେସି ସିସ୍ତୁମାଙ୍ଗୁମନ୍, ଆରି ପାପି ଲକ୍ମନ୍ ତେଇ ଜିସୁ ଆରି ତାର୍ ସିସ୍ମନ୍ର୍ ସଙ୍ଗ୍ ବସି କାଇତେ ରଇଲାଇ । ୧୧ ଏଟା ଦେକି ପାରୁସି ଲକ୍ମନ୍ ଜିସୁର୍ ସିସ୍ମନ୍କେ ପାଚାର୍ଲାଇ, “କାଇକେ ତମର୍ ଗୁୁରୁ ସିସ୍ତୁମାଙ୍ଗୁମନର୍ ସଙ୍ଗ୍ ଆରି ପାପି ଲକ୍ମନର୍ ସଙ୍ଗ୍ ବସି କାଇଲାନି ?”
୧୨ ଜିସୁ କଇଲା, “ନିକ ରଇଲା ଲକର୍ ପାଇ ଡାକ୍ଦର୍ ଲଡା ନାଇ । ମାତର୍ ଜର୍ଦୁକାର୍ ଲକ୍ମନର୍ ପାଇ ଡାକ୍ଦର୍ ଲଡା ଆଚେ । ୧୩ [b]ସାସ୍ତରେ ଲେକାଅଇଆଚେ, 'ମୁଇ ପସୁ ପୁଜ୍ବା ବିରୁଟାନେଅନି, ଲକ୍ମନ୍କେ ଦୟା ଦେକାଇବାଟା ମନ୍ କଲିନି। ଏ କାତାର୍ ଅରତ୍ କାଇଟା ? ଜାଇକରି ବୁଜ୍ବାକେ ଚେସ୍ଟା କରା । ମୁଇ ଦରମ୍ ଲକ୍ମନ୍କେ ଡାକ୍ବାକେ ଆସି ନାଇ, ପାପିମନ୍କେ ଡାକ୍ବାର୍ ଆସିଆଚି ।”
୧୪ ତାର୍ ପଚେ ଦିନେକ୍ ଡୁବନ୍ ଦେଉ ଜଅନର୍ ସିସ୍ମନ୍ ଜିସୁର୍ ଲଗେ ଆସି ପାଚାର୍ଲାଇ, “ଆମେ ଆରି ପାରୁସିମନ୍ ବେସି ତର୍ ଲାକା ଉପାସ୍ କଲୁନି, ମାତର୍ ତମର୍ ସିସ୍ମନ୍ କାଇଜେ ଉପାସ୍ କରତ୍ ନାଇ ?”
୧୫ ଜିସୁ ସେମନ୍କେ କଇଲା, “ବିବା ଦାଙ୍ଗ୍ଡା ଜେଡେବେଲେ ଜାକ ଦାଙ୍ଗ୍ଡାମନର୍ ସଙ୍ଗ୍ ବିବାଗରେ ରଇସି, ସେ ଦିନ୍ ଜାକ ସଙ୍ଗର୍ ଦାଙ୍ଗ୍ଡାମନ୍ ଦୁକ୍ ନ କରତ୍ । ମାତର୍ ଜେଡେବଲ୍ ବିବା ଅଇବା ଦାଙ୍ଗ୍ଡାକେ ସଙ୍ଗର୍ଦାଙ୍ଗ୍ଡାମନର୍ଟାନେଅନି ଦାରିଜିବାଇ, ସେମନ୍ ଦୁକ୍ କରି ଉପାସ୍ କର୍ବାଇ ।”
୧୬ କେ ମିସା ପୁର୍ନା ଲୁଗା କାଣା ଅଇଲାଟାନେ, ନୁଆ ଲୁଗାର୍ ଗର୍ଣ୍ଡା ନ ସିଲାଅତ୍, କାଇକେ ବଇଲେ ନୁଆ ଗର୍ଣ୍ଡା ପୁର୍ନା ଲୁଗାକେ ବେସି ଚିରି ଦେଇସି । ୧୭ ଆରି, କେ ମିସା ନୁଆ ଅଙ୍ଗୁର୍ ରସ୍, ଚାମ୍ ସଙ୍ଗ୍ ତିଆର୍ ଅଇଲା ପୁର୍ନା ମୁନାଇ ବେସି ଦିନ୍ ନ ସଙ୍ଗଅତ୍, ସଙ୍ଗଇଲେ ମୁନା ପାଟିଜାଇସି ଆରି ରସ୍ ଚିଡ୍ତେ ଡାଲି ଅଇଜାଇସି । ସେଟାର୍ ପାଇ ନୁଆ ରସ୍ ନୁଆ ମୁନାଇ ସଙ୍ଗଇବାଇ । ଏନ୍ତି ସଙ୍ଗଇଲେ ମୁନା ଆରି ରସ୍ ଦୁଇଟା ଜାକ ନସ୍ଟ ନ ଅଏ ।
୧୮ ଜିସୁ ସେମନ୍କେ ଏ ସବୁ କାତା କଇଲା ବେଲେ, ଦେକା ଗଟେକ୍ ଜିଉଦିମନର୍ ପାର୍ତନା ଗରର୍ ନେତା ଜିସୁର୍ ଲଗେ ଆସି ମାଣ୍ଡିକୁଟା ଦେଇ କଇଲା, “ମର୍ ଟକି ଏବେସେ ମରିଗାଲା ଆଚେ, ମାତର୍ ତୁଇ ଆସି ତାର୍ ଉପ୍ରେ ଆତ୍ ସଙ୍ଗଇଲେ ସେ ବଁଚ୍ସି ।”
୧୯ ଜିସୁ ଦାପ୍ରେ ଉଟିକରି ତାର୍ ସିସ୍ମନର୍ ସଙ୍ଗ୍ ଗାଲା ।
୨୦ ତେଇ ଗଟେକ୍ ମାଇଜି ଜିସୁର୍ ପଚ୍ବାଟେ ଆଇଲା । ତାକେ ବାର ବରସ୍ ଜାକ ବନି ଜାଇତେ ରଇବା ରଗ୍ ଅଇରଇଲା । ସେ ମାଇଜି ପଚେ ଜାଇ ଜିସୁର୍ ଲୁଗା ଚିଇଲା । ୨୧ ସେ ମନେ ମନେ ବାବ୍ଲା ମୁଇ ତାର୍ ପିନ୍ଦ୍ଲାଟା ଚିଇଲେ ନିମାନ୍ ଅଇଜିବି ।
୨୨ ମାତର୍ ଜିସୁ ପାସ୍ଲି କରି ତାକେ ଦେକି କଇଲା, “ଏ ନୁନି, ଡର୍ନାଇ ସାଆସ୍ ଦାର୍, ତର୍ ବିସ୍ବାସ୍ ତକେ ନିମାନ୍ କରିଆଚେ ।” ଏତ୍କି କଇଲା ଦାପ୍ରେ ସେ ମାଇଜି ନିମାନ୍ ଅଇଗାଲା । ୨୩ ତାର୍ ପଚେ ଜିସୁ ଜିଉଦିମନର୍ ପାର୍ତନା ଗରର୍ ମୁକିଆର୍ ଗରେ କେଟ୍ଲା । ତେଇ ଦନ୍କର୍ବାକେ ଆସି ରଇଲା ଲକ୍ମନ୍, ଆରି ବାଜ୍ନିଆମନ୍ କାନ୍ଦାବୁବା ଅଇବାଟା ଦେକି, ୨୪ ଜିସୁ କଇଲା, “ସବୁ ଲକ୍ ଇତିଅନି ବାରଇଜା । ଏ ଟକିତା ମରେନାଇ, ସଇଆଚେ ।” ତାର୍ କାତା ସୁନି ତେଇ ରଇଲା ଲକ୍ମନ୍ ତାକେ କିଜାଇବାର୍ ଦାର୍ଲାଇ । ୨୫ ମାତର୍ ଲକ୍ମନ୍କେ ବାର୍କଲା ପଚେ ଜିସୁ ବାକ୍ରାଇ ଜାଇ ଟକିର୍ ଆତେ ଦାରି ତାକେ ଉଟାଇଲା । ଟକି ଦାପ୍ରେ ଉଟିକରି ଟିଆଅଇଲା । ୨୬ ଏ ଗଟ୍ନାର୍ କବର୍ ସେ ଜାଗାର୍ ଗୁଲାଇ ବାଟର୍ ଲକ୍ ସୁନ୍ଲାଇ ।
୨୮ ଜିସୁ ଗଟେକ୍ ଗରେ ଗାଲା ଆରି କାଣାମନ୍ ମିସା ତାର୍ ପଚ୍ ପଚ୍ ପୁର୍ଲାଇ । ପୁର୍ଲାକେ ଜିସୁ ସେମନ୍କେ ପାଚାର୍ଲା, “ମୁଇ ତମର୍ ଆଁକି ନିକ କରି ପାର୍ବି ବଲି ତମେ ବିସ୍ବାସ୍ କଲାସ୍ନି କି ?” ସେମନ୍ କଇଲାଇ “ଉଁ ମାପ୍ରୁ ।”
୨୯ ତାର୍ ପଚେ ଜିସୁ ସେମନର୍ ଆଁକି ଚିଇକରି କଇଲା, “ମକେ ବିସ୍ବାସ୍ କଲାର୍ ଲାଗି ତମର୍ ଆଁକି ଡିସ ।” ୩୦ ଜିସୁ କଇଲା ଦାପ୍ରେ କାଣାମନ୍ ଆଁକି ଦେକିପାର୍ଲାଇ । ଆରି ଜିସୁ, ସେମନ୍କେ ଡାଟ୍କରି, “ଏ ବିସଇ କାକେ ମିସା କୁଆ ନାଇ ।” ବଲି କଇଲା ।
୩୧ ମାତର୍ ସେମନ୍ ବାରଇ ଜାଇ ଜିସୁର୍ ଏ କରିରଇବାଟା ଗୁଲାଇ ଦେସେ ଜାନାଇଲାଇ ।