୮ ସେ ଦିନେ ସଞ୍ଜ୍ ଅଇଲାକେ ଅଙ୍ଗୁର୍ ବାଡର୍ ସାଉକାର୍ ଗୁମୁସ୍ତାକେ କଇଲା, “କୁଲିଆର୍ମନ୍କେ ଡାକ୍ । ଜନ୍ ଲକ୍ମନ୍ ସବୁର୍ ପଚେ କାମ୍ ଦାର୍ଲାଇ, ସେମନ୍କେ ଆଗେ ବୁତି ଦେଇଦେସ୍ । ଜନ୍ ଲକ୍ମନ୍ ସବୁର୍ତେଇଅନି ପର୍ତୁମ୍ କାମେ ମିସି ଆଚତ୍, ସେମନ୍କେ ତାକର୍ ବୁତି ସାରାସାରି ପଚେ ଦେସ୍ ।” ୯ ଜନ୍ ଲକ୍ମନ୍ ସଞ୍ଜୁଆ ପାଁଚ୍ଟା ବେଲେ କାମେ ମିସି ରଇଲାଇ ସେମନ୍କେ ସବୁ ଲକ୍କେ ଗଟେକ୍ ଗଟେକ୍ ରୁପା ଟାଙ୍ଗା ଦେଲାଇ । ୧୦ ଜନ୍ ଲକ୍ମନ୍ ପର୍ତୁମ୍ କାମ୍ ଆରାମ୍ କରି ରଇଲାଇ, ସେମନ୍କେ ଅଦିକ୍ ବୁତି ମିଲ୍ସି ବଲି ଆସା କଲାଇ । ମାତର୍ ସେମନ୍ ମିସା ଗଟେକ୍ସେ ରୁପା ଟାଙ୍ଗା ମିଲାଇଲାଇ । ୧୧ ସେମନ୍ ସେତ୍କି ନେଇ ମୁର୍ମୁରା ଅଇକରି ସାଉକାରର୍ ବିରୁଦେ କଇଲାଇ, ୧୨ “ସଞ୍ଜୁଆ ପାଁଚ୍ଟା ବେଲେ କାମ୍ ଆରାମ୍ କଲା କୁଲିଆର୍ମନ୍ ଏକାଇ ଗଟେକ୍ ଗଁଟାସେ କାମ୍ କଲାଇ ଆଚତ୍ । ଆମେ ଟାଇ ଟାଇ କାରାଇ, ଦିନ୍ଜାକ କଟ୍ଲୁ, ଏଲେ ମିସା ବୁତି ଦେବା ବେଲେ ଆମ୍କେ ମିସା ସେମନର୍ ସଙ୍ଗ୍ ସମାନ୍ କରିଦେଲାସ୍ ।”
୧୩ ସାଉକାର୍ ସେମନର୍ ବିତ୍ରେଅନି ଗଟେକ୍ ଲକ୍କେ କଇଲା, “ମଇତର୍ ମୁଇ ତମ୍କେ ନାଡାଇ ନାଇ । ଗଟେକ୍ ଦିନର୍ ବୁତି ପାଇ ଗଟେକ୍ ରୁପା ଟାଙ୍ଗା ନେଇ କାମ୍କର୍ବାକେ ତମେତା ସବୁ ଲକ୍ ରାଜି ଅଇରଇଲାସ୍ । ୧୪ ତମର୍ ସେତ୍କି ବୁତି ଦାରି ଗରେ ଜାଆ । ତମ୍କେ ଜେତ୍କି ଦେଲି ଆଚି, ଗଟେକ୍ ଗଁଟା କାମ୍ କରିରଇବା ଲକ୍ମନ୍କେ ମିସା ସେତ୍କିସେ ଦେବାକେ ମର୍ ମନ୍ । ୧୫ ମର୍ ନିଜର୍ ଦନ୍, ମୁଇ ଜେନ୍ତି ମନ୍ କଲିନି, ସେନ୍ତି କର୍ଚ କର୍ବାକେ ମର୍କାଇ ଅଦିକାର୍ ନାଇ କି ? କି ମୁଇ ଦାନ୍ ଇସାବେ ଦେଲିନି ବଲି ଆଁକାର୍ ଅଇଲାସ୍ନି ?”
୧୬ [a]ଜିସୁ ଏ କାତା କଇସାରାଇ କଇଲା, “ଜନ୍ ଲକ୍ମନ୍ ଏବେ ପଚେ ଆଚତ୍ ସେମନ୍, ଆଗ୍ତୁ ଅଇବାଇ । ଆରି ଜନ୍ ଲକ୍ମନ୍ ଆଗ୍ତୁ ଆଚତ୍ ସେମନ୍ ପଚେ ସେ ରଇଜିବାଇ ।”
୧୭ ଜିସୁ ଜିରୁସାଲାମ୍ ଜିବା ବାଟେ ତାର୍ ବାର୍ଟା ସିସ୍ମନ୍କେ ଗଟେକ୍ ଲଗେ ଡାକି ନେଇ, କେ ନଇଲା ବେଲେ କଇଲା, ୧୮ “ସୁନା, ଆମେ ଜିରୁସାଲମେ ଗାଲୁନି । ତେଇ ନର୍ପିଲା ମୁଇ, ମୁକିଅ ପୁଜାରି ଆରି ଦରମ୍ ଗୁରୁମନ୍କେ ସର୍ପି ଅଇବି । ସେମନ୍ ମକେ ମରନ୍ ଡଣ୍ଡ୍ ଦେବାଇ । ୧୯ ତାର୍ପଚେ ସେମନ୍ ମକେ, ଜିଉଦି ନ ଅଇଲା ଲକ୍ମନ୍କେ ସର୍ପି ଦେବାଇ । ଜିଉଦି ନ ଅଇଲା ଲକ୍ମନ୍, ମକେ କିଜାଇବାଇ, କର୍ଡା ସଙ୍ଗ୍ ମାର୍ବାଇ ଆରି କୁର୍ସେ ଚଗାଇବାଇ । ମାତର୍ ତିନ୍ଦିନ୍ ପଚେ ମୁଇ ଆରି ତରେକ୍ ଜିବନ୍ ଅଇ ଉଟ୍ବି ।”
୨୦ ସେଡିକିବେଲେ ଜେବଦିର୍ ମାଇଜି ତାର୍ ଦୁଇଟା ପିଲାମନର୍ ସଙ୍ଗ୍ ଜିସୁର୍ଲଗେ ଆସି ତାକେ ଜୁଆର୍କରି, ଗଟେକ୍ ବିସଇ ମାଙ୍ଗ୍ଲା ।
୨୧ ଜିସୁ ତାକେ ପାଚାର୍ଲା, “ତୁଇ କାଇଟା ମନ୍ କଲୁସ୍ନି ?” ସେ କଇଲା, “ଜେଡେବଲ୍ ତମେ ତମର୍ ରାଇଜେ ରାଜା ଅଇସା, ମର୍ ଏ ଦୁଇଟା ପିଲାମନ୍କେ ତମର୍ ଡେବ୍ରି ବାଟେ ଆରି ଉଜା ବାଟେ ବସାଇବି ବଲି ମକେ କାତା ଦିଆ ।”
୨୨ ଜିସୁ ଜେବଦିର୍ ପିଲାମନ୍କେ କଇଲା, “ତମେ କାଇଟା ମାଗ୍ଲାସ୍ନି ସେଟା ବୁଜି ନାପାର୍ଲାସ୍ନି । ମୁଇ ଜନ୍ ଦୁକ୍ପୁରୁନ୍ ମୁତାର୍ ପାନି କାଇବାର୍ ଗାଲିନି, ତମେ କାଇ ପାରାସ୍ କି ?” ସେମନ୍ “ଉଁ” ବଲି କଇଲାଇ ।
୨୩ ଜିସୁ ସେମନ୍କେ କଇଲା, “ତମେ, ମର୍ ମୁତାର୍ ପାନି କାଇଲେ କାଇପାରାସ୍ । ମାତର୍ ମର୍ ଉଜା ବାଟେ ଆରି ଡେବ୍ରି ବାଟେ କେ ବସିପାରେ ସେଟା ବାଚ୍ବାକେ ମର୍ ଅଦିକାର୍ ନାଇ । ଜନ୍ ଲକ୍ମନର୍ ପାଇ ମର୍ ବାବା ସେ ଜାଗା ତିଆର୍ କଲା ଆଚେ, ସେଟା ସେମନର୍ ପାଇ ଆକା ।”
୨୪ ବିନ୍ ସିସ୍ମନ୍ ଜେଡେବେଲ୍ ଏ କାତା ସୁନ୍ଲାଇ, ସେ ଦୁଇ ବାଇର୍ ଲାଗି ବେସି ରିସା ଅଇଗାଲାଇ । ୨୫ [b]ଜିସୁ ସିସ୍ମନ୍କେ ଗଟେକ୍ଟାନେ ଟୁଲ୍କରି କଇଲା, “ତମେତା ଜାନାସ୍ ଏ ଦୁନିଆର୍ ରାଜାମନ୍ ବିନ୍ ଲକ୍ମନ୍କେ ନିଜର୍ ଅଦିକାର୍ କରିରଇବାଇ । ବଡ୍ ବଡ୍ ନେତାମନ୍ ମିସା ବିନ୍ ଲକ୍ମନ୍କେ ସାସନ୍ କର୍ବାଇ । ୨୬ [c]ମାତର୍ ତମେ ସେନ୍ତାର୍ ଉଆନାଇ । ତମର୍ ବିତ୍ରେ ଗଟେକ୍ ଲକ୍ ବଡ୍ ଅଇବାକେ ମନ୍ କଲାନି ବଇଲେ, ସେ ସବୁଲକର୍ ସେବା କର୍ବାର୍ ଆଚେ । ୨୭ ତମର୍ ବିତ୍ରେ ଜେ ମୁକିଅ ଅଇବାକେ ମନ୍ କଲାସ୍ନି, ସେ ବିନ୍ ଲକର୍ ଗତିଦାଙ୍ଗ୍ଡା ପାରା ଅଇ ସେମନର୍ ସେବା କର । ୨୮ ଜେନ୍ତାରି କି ପର୍ମେସର୍ ପାଟାଇଲା ନର୍ପିଲା ମୁଇ ମିସା ସେବା ମିଲ ବଲି ଆସି ନାଇ, ମାତର୍ ବିନ୍ ଲକ୍ମନର୍ ସେବା କରି ସେମନ୍କେ ମୁକ୍ତି ମିଲ ବଲି ନିଜର୍ ଜିବନ୍ ଦେବାକେ ଆଇଲି ଆଚି ।”
୨୯ ଦିନେକ୍ ଜିସୁ ସିସ୍ମନର୍ ସଙ୍ଗ୍ ଜିରିଅ ସଅର୍ ଚାଡିକରି ଜିବାବେଲେ କେତେ କେତେ ଲକ୍ମନ୍ ତାର୍ ପଚେ ପଚେ ଇଣ୍ଡ୍ବାର୍ ଦାର୍ଲାଇ । ୩୦ ଆରି ଏଦେ ଦେକା ! ବାଟ୍ପାଲି ବସି ରଇବା ଦୁଇଟା କାଣା, ଜିସୁ ସେ ବାଟେ ଆଇଲାନି ବଲି ସୁନି, ଆକ୍ମାରି ଡାକ୍ଲାଇ, “ଏ ମାପ୍ରୁ ଦାଉଦର୍ ପଅ ! ଆମ୍କେ ଦୟା କର ।”
୩୧ ଲକ୍ମନ୍ ସେମନ୍କେ ଦମ୍କାଇ କରି ଚୁପ୍ଅଇ ରଇବାକେ କଇଲାଇ । ମାତର୍ ସେମନ୍ ଅଦିକ୍ ଅଦିକ୍ ଆକ୍ମାରି କଇଲାଇ, “ଏ ମାପ୍ରୁ, ଦାଉଦର୍ ପଅ ! ଆମ୍କେ ଦୟା କର ।”
୩୨ ଜିସୁ ତେଇ ଟିଆଅଇ ସେମନ୍କେ ଡାକି ପାଚାର୍ଲା, “ମୁଇ ତମର୍ ପାଇ କାଇଟା କର୍ବି ବଲି ମନ୍ କଲାସ୍ନି ?”
୩୩ ସେମନ୍ କଇଲାଇ, “ମାପ୍ରୁ ଆମ୍କେ ଦେକ୍ବା ବପୁ ଦିଆ ।”
୩୪ ଜିସୁ ସେମନର୍ ପାଇ ଦୟା ଅଇ, ତାକର୍ ଆଁକି ଚିଇଲା । ସେ ଦାପ୍ରେସେ ସେମନ୍ ଦେକିପାର୍ଲାଇ ଆରି ଜିସୁର୍ ପଚେ ପଚେ ଗାଲାଇ ।
<- ମାତିଉ 19ମାତିଉ 21 ->