୬ ଜିସୁ ତାର୍ ବାଇମନ୍କେ କଇଲା, “ଏବେ ଜାକ ମର୍ ସମାନ୍ ବେଲା ଆସେ ନାଇତା । ମାତର୍ ତମର୍ପାଇ ସବୁ ବେଲା ସମାନ୍ସେ । ୭ ଏ ଦୁନିଆର୍ ଲକ୍ମନ୍ ତମ୍କେ ଗିନ୍ ନ କରତ୍, ମାତର୍ ମକେ ଗିନ୍ କର୍ବାଇ । କାଇକେ ବଇଲେ ସେମନ୍ କର୍ବା କାମ୍ମନ୍ କାରାପ୍ ବଲି ମୁଇ ଜାନାଇଲିନି । ୮ ତମେ ପରବ୍ କର୍ବାକେ ଜାଆ, ମୁଇ ଜାଇ ନାପାରି । କାଇକେ ବଇଲେ ଏବେ ଜାକ ମର୍ ସମାନ୍ ବେଲା ଆସେ ନାଇତା ।” ୯ ଜିସୁ ସେମନ୍କେ ଏ ସବୁ କାତା କଇକରି ଗାଲିଲିତେଇସେ ରଇଗାଲା ।
୧୨ ତେଇ ରଇଲା ବେସି ଲକ୍ମନ୍ ନିଜର୍ ନିଜର୍ ବିତ୍ରେ ଜିସୁର୍ ବିସଇ କାତା ଅଇତେ ରଇଲାଇ । କେତେ ଲକ୍ ଜିସୁ ବେସି ନିକ ଲକ୍, ବଲି କଇତେ ରଇଲାଇ ମାତର୍ ଆରି ଅଦେକ୍ ଲକ୍ମନ୍ ତାକେ ନାଇ, ସେ ଲକ୍ମନ୍କେ ବୁଲ୍ ସିକିଆ ଦେଲାନି, ବଲି କଇତେ ରଇଲାଇ । ୧୩ ମାତର୍ ଜିଉଦି ନେତାମନ୍କେ ଡରିକରି କେ ମିସା ଜିସୁର୍ ବିସଇ ସବୁଲକ୍ ଜାନ୍ତେ ସବୁର୍ ମୁଆଁଟେ କଅତ୍ ନାଇ ।
୧୪ ଆରି ପରବ୍ ଅଦାଅଦି ସାରିଗାଲା ପଚେ, ଜିସୁ ମନ୍ଦିର୍ ବିତ୍ରେ ଜାଇକରି ଲକ୍ମନ୍କେ ସିକିଆ ଦେବାର୍ ଦାର୍ଲା । ୧୫ ତେଇ ଜିଉଦି ନେତାମନ୍ କାବାଅଇଜାଇ କରି କଇଲାଇ, “ଏ ଲକ୍ ପାଟ୍ ନ ପଡି ମିସା କେନ୍ତି ଏତ୍କି ବିସଇ ଜାନିଆଚେ ?”
୧୬ ଜିସୁ ସେମନ୍କେ କଇଲା, “ମୁଇ ସିକାଇଦେବା ଏ ସିକିଆ ମର୍ ନିଜର୍ଟାନେ ଅନି ନଏଁ, ମାତର୍ ମକେ ପାଟାଇରଇବା ପର୍ମେସରର୍ ତେଇଅନି ଆସିଆଚେ । ୧୭ ଜେ ଜଦି ପର୍ମେସର୍ ମନ୍କଲାଟା ପୁରୁନ୍ କର୍ବାକେ ମନ୍ କର୍ସି ବଇଲେ ସେ ଜାନିପାର୍ସି, ମୁଇ ଦେଇତେରଇବା ସିକିଆ ପର୍ମେସରର୍ ଟାନେ ଅନି ଆଇଲାନି କି ସେଟା ମର୍ ନିଜର୍ ବପୁର୍ ସଙ୍ଗ୍ କଲିନି ବଲି । ୧୮ ଜନ୍ ଲକ୍ ନିଜର୍ ଅଦିକାରେଅନି କାତା କଇସି ସେ ନିଜେ ମଇମା ପାଇ ଅଇବାକେ କଇସି । ମାତର୍ ଜନ୍ଲକ୍ ମକେ ପାଟାଇଲା ଲକ୍ ସନ୍ମାନ୍ ପାଅ ବଲି ମନ୍ କର୍ସି ବଇଲେ, ସେ ମିଚ୍ ନ କଇ ସତ୍ କାତା କଇସି । ଆରି ତାର୍ଟାନେ କାଇ ବୁଲ୍ ବିସଇ ନ ରଏ । ୧୯ ମସା ତମ୍କେ ନିୟମ୍ ଦେଲା ଆଚେ, ଏଟା ସତ୍ । ମାତର୍ ତମର୍ ବିତ୍ରେ କେ ମିସା ଏ ନିୟମ୍ ମାନାସ୍ ନାଇ । ତମେ କାଇକେ ମକେ ମରାଇବାକେ ଚେସ୍ଟା କଲାସ୍ନି ?”
୨୦ ଲକ୍ମନ୍ ତାକେ କଇଲାଇ, “ତକେ ଡୁମା ଦାର୍ଲା ଆଚେ । କେ ତକେ ମରାଇବାକେ ଚେସ୍ଟା କଲାନି ?”
୨୧ ଜିସୁ ସେମନ୍କେ କଇଲା, “ମୁଇ ଗଟେକ୍ ଚକିତ୍ ଅଇଜିବା କାମ୍ କଲି, ସେଟା ଦେକି ତମେ କାବା ଅଇଗାଲାସ୍ । ୨୨ ‘ତମର୍ ପିଲାଜିଲାମନ୍କେ ସୁନତ୍ କରାଆ’ ବଲି ମସା ଆଦେସ୍ ଦେଇରଇଲା । ଅଇଲେମିସା ମସା ଏ ନିୟମ୍ ଆରାମ୍ କରି ନ ରଇଲା । ତମର୍ ଆନିଦାଦିମନର୍ ବେଲେଅନି ଏଟା ଚଲିଆଇତେରଇଲା ଆରି ତମର୍ ପିଲାମନ୍କେ ବିସ୍ରାମ୍ବାରେ ସୁନତ୍ କରାଇଲାସ୍ନି । ୨୩ [a]ଜଦି ବିସ୍ରାମ୍ବାରେ ଗଟେକ୍ ପିଲାକେ ସୁନତ୍ କରାଇବାକେ ମସାର୍ ନିୟମ୍ ମାନାସ୍ ନାଇ, ମୁଇ ଜଦି ବିସ୍ରାମ୍ବାରେ ଗଟେକ୍ ଲକ୍କେ ପୁରାପୁରୁନ୍ ନିକ କଲେ, କାଇକେ ରିସା ଅଇଗାଲାସ୍ନି ? ୨୪ ବାଇରର୍ ବିସଇ ଦେକିକରି କାଇ ବିଚାର୍ କରାନାଇ । ଜନ୍ଟା ଟିକ୍, ସେ ଇସାବେ ବିଚାର୍ କରା ।”
୨୮ ଜିସୁ ମନ୍ଦିରେ ସିକିଆ ଦେବାବେଲେ ବେସି ଆଉଲିଅଇ କଇଲା, “ଉଁ ତମେ ମକେ ନିକ ସଙ୍ଗ୍ ଜାନିଆଚାସ୍ । ସତଇସେ ମୁଇ କେ ଆରି କନ୍ତିଅନି ଆସିଆଚି ଜାନିଆଚାସ୍ କି ? ମାତର୍ ମୁଇ ମର୍ ନିଜର୍ ଅଦିକାରେ ଆସିନାଇ, ମକେ ଜେ ପାଟାଇ ଆଚେ ସେ ସତ୍ । ତମେ ତାକେ ନାଜାନାସ୍ । ୨୯ ମାତର୍ ମୁଇ ତାକେ ଜାନି ଆଚି । କାଇକେ ବଇଲେ ମୁଇ ତାର୍ତେଇଅନି ଆଇଲି ଆଚି ଆରି ସେ ମକେ ପାଟାଇଲା ଆଚେ ।”
୩୦ ଜିସୁ ଏ କାତା କଇବାବେଲେ, ସେମନ୍ ସୁନିକରି ତାକେ ଦାର୍ବାକେ ଚେସ୍ଟା କଲାଇ । ମାତର୍ କେ ମିସା ଚିଇ ନାପାର୍ଲାଇ । କାଇକେ ବଇଲେ ସେଡ୍କି ବେଲା ଜାକ ତାର୍ ବେଲା କେଟି ନ ରଇଲା । ୩୧ ମାତର୍ ତେଇ ରଇଲା ଲକ୍ମନର୍ ବିତ୍ରେଅନି କେତେକ୍ ଲକ୍ ଜିସୁକେ ବିସ୍ବାସ୍ କରି କଇଲାଇ, “ମସିଅ ଆଇଲେ ଆର୍ଟାନେଅନି ସେ କାଇ ଅଦିକ୍ କାବା ଅଇଜିବା କାମ୍ କର୍ସି କି ? ନାଇ ନ କରେ ।”
୩୫ ଜିଉଦି ନେତାମନ୍ ନିଜର୍ ନିଜର୍ ବିତ୍ରେ କାତା ଅଇଲାଇ “ଏନ୍ତି ବଇଲେ ଏ ଲକ୍ କନ୍ତି ଜାଇସିଜେ ଆମେ ତାକେ କଜି ନାପାରୁ । ସେ କାଇ ଗିରିକ୍ ନଅରେ ଜାଇକରି ଏନେ ତେନେ ଅଇରଇବା ଆମର୍ ଲକ୍ମନ୍କେ ସିକିଆ ଦେଇସି କି ? ୩୬ ସେ କଇଲାନି, ତମେ ମକେ କଜ୍ସା ମାତର୍ ବେଟ୍ ଅଇ ନାପାର୍ସା ବଲି । ଆରି ଏନ୍ତି ମିସା କଇଲାନି, ‘ମୁଇ ଜନ୍ ଜାଗାଇ ଜିବି, ତେଇ ତମେ ଆସିନାପାରାସ୍’ ବଲି । ଏନ୍ତି ବଇଲେ ସେ କଇବା କାତାର୍ ଅରତ୍ କାଇଟା ?”
୪୭ ପାରୁସିମନ୍ ସେମନ୍କେ କଇଲାଇ, “ଏନ୍ତି ବଇଲେ ତମ୍କେ ମିସା ସେ ବକୁଆ କରିଦେଲା କି ?” ୪୮ ଆରି ପାଚାର୍ଲାଇ, “ଗଟେକ୍ ନେତା ନଅଇଲେ ଗଟେକ୍ ପାରୁସି ତାକେ ବିସ୍ବାସ୍ କରିଆଚତ୍ ବଲି ତମେ ସୁନିଆଚାସ୍ କି ? ୪୯ ମାତର୍ ଏ ଲକ୍ମନ୍, ମସାର୍ ନିୟମ୍ ନାଜାନତ୍ । ତେବର୍ ପାଇ ଏମନ୍ ସବୁ ଅବିସାପ୍ ପାଇରଇବା ଲକ୍ ।” ୫୦ [b]ତେଇ ସେ ଦଲେଅନି ନିକଦିମ ନାଉଁର୍ ଗଟେକ୍ ନେତା ରଇଲା । ସେ ତରେକ୍ ଜିସୁକେ ଦେକ୍ବାର୍ ଜାଇରଇଲା । ସେ କଇଲା, ୫୧ “ଆମର୍ ନିୟମ୍ ଇସାବେ ଗଟେକ୍ ଲକ୍କେ ଦସି କର୍ବା ଆଗ୍ତୁ ତାର୍ କାତା ସୁନ୍ବାକେ ପଡ୍ସି ଆରି କାଇଟା କଲାଆଚେ କଜ୍ବାକେ ପଡ୍ସି ।” ୫୨ ବିନ୍ଲକ୍ମନ୍ କଇଲାଇ, “ଏନ୍ତି ବଇଲେ ତୁଇ ମିସା କାଇ ଗଟେକ୍ ଗାଲିଲିର୍ ଲକ୍ କି ? କେ ମିସା ପର୍ମେସରର୍ ତେଇଅନି ବବିସତ୍କାତା କଇବା ଲକ୍ ଗାଲିଲିଅନି ଆସତ୍ ନାଇ ।” ୫୩ ତାର୍ ପଚେ ତେଇ ରଇଲା ଲକ୍ମନ୍ ସେ ଜାଗା ଚାଡିକରି ନିଜର୍ ନିଜର୍ ଗରେ ବାଉଡି ଗାଲାଇ ।
<- ଜଅନ୍ 6ଜଅନ୍ 8 ->