୩ ସେଡ୍କି ବେଲେ ପିତର୍ ଆରି ସେ ସିସ୍, ଜିସୁକେ ସଙ୍ଗଇଲା ଜାଗାଇ ଜିବାକେ ବାରଇଲାଇ । ୪ ସେମନ୍ ଦୁଇ ଲକ୍ ମିସ୍ତେ ପାଲାଇତେ ରଇଲାଇ । ଆରି ସେ ବିନ୍ ସିସ୍ ପିତର୍କେ ପଚେ କରି ଆଗ୍ତୁ ସଙ୍ଗଇ ରଇଲା ଜାଗାଇ କେଟ୍ଲା । ୫ ସେ ପାଆର୍ ବିତ୍ରେ ଲଇଁକରି ଏରି ଦେକ୍ଲାଜେ, ଏଦେ ଦେକା ! ତେଇ ଜିସୁର୍ ଗାଗ୍ଡେ ଗୁଡିଆଇ ଅଇରଇଲା ଲୁଗା ଅଦ୍ରିରଇଲାଟା ଦେକ୍ଲା । ମାତର୍ ସେ ବିତ୍ରେ ପୁରେନାଇ । ୬ ପଚେ ସିମନ୍ ପିତର୍ ମିସା ତାର୍ ପଚେ ପଚେ ଜାଇ କେଟ୍ଲା ଆରି ପାଆର୍ ବିତ୍ରେ ଜାଇ ତେଇ ଅଦ୍ରି ରଇଲା ଲୁଗା ଦେକ୍ଲା । ୭ ଆରି ଜିସୁର୍ ମୁଣ୍ଡେ ଜନ୍ ଲୁଗା ଗୁଡିଆଇ କରି ବାନ୍ଦିରଇଲାଇ, ସେଟା ପାତଲ୍ ଲୁଗା ସଙ୍ଗ୍ ନ ଅଇକରି ଗଟେକ୍ ବିନ୍ଟାନେ ଗୁଡିଆଇଅଇ ରଇଲା । ୮ ତାର୍ ପଚେ ସେ ବିନ୍ ସିସ୍ ଜେକି ଆଗ୍ତୁ କେଟି ରଇଲା ସେ ପାଆର୍ ବିତ୍ରେ ଜାଇକରି ସେଟା ସବୁ ଦେକିକରି ବିସ୍ବାସ୍ କଲା । ୯ (ସେ ସିସ୍ମନ୍ ସେ ବେଲା ଜାକ ପର୍ମେସରର୍ ବଇତେଇ ଲେକା ଅଇଲା ଇସାବେ, ଜିସୁ ମଲାଟାନେଅନି ଆରି ତରେକ୍ ଜିବନ୍ ଅଇ ଉଟ୍ସି ବଲି ବୁଜି ନ ରଇଲାଇ ।) ୧୦ ତାର୍ ପଚେ ସିସ୍ମନ୍ ପାଆର୍ ଦେକି ସାରାଇ ଗରେ ବାଉଡି ଉଟି ଗାଲାଇ ।
୧୧ ମାତର୍ ମରିୟମ୍ ଜିସୁର୍ ଗାଗଡ୍ ସଙ୍ଗଇରଇଲା ପାଆର୍ ଲଗେ ଟିଆଅଇ କାନ୍ଦ୍ତେ ରଇଲା । ସେ କାନ୍ଦି କାନ୍ଦି ଲଇଁକରି ପାଆର୍ ବିତ୍ରେ ଦେକ୍ଲା, ୧୨ ଆରି ଏଦେ ଦେକା ! ତେଇ ଦବ୍ପଚିଆ ପିନ୍ଦିରଇବା ଦୁଇଟା ସରଗର୍ ଦୁତ୍ମନ୍ ଜିସୁକେ ଜନ୍ ଜାଗାଇ ସଙ୍ଗଇରଇଲାଇ, ଗଟେକ୍ ଲକ୍ ମୁଣ୍ଡ୍ବାଟେ ଆରିଗଟେକ୍ ଲକ୍ ଗଡ୍ବାଟେ ବସିରଇଲାଟା ଦେକ୍ଲା । ୧୩ ସେମନ୍ ମରିୟମ୍କେ ପାଚାର୍ଲାଇ, “ତୁଇ କାଇକେ ମା କାନ୍ଦ୍ଲୁସ୍ନି ?” ମରିୟମ୍ କଇଲା, “ ସେମନ୍ ମର୍ ମାପ୍ରୁର୍ ଗାଗଡ୍ କେନେକି ଦାରିଗାଲାଇ ଆଚତ୍ । ଆରି ସେମନ୍ ତାକେ କନ୍ତି ସଙ୍ଗଇଲାଇ ଆଚତ୍ ସେଟା ମୁଇ ନାଜାନି ।” ୧୪ ସେ ଏନ୍ତି କଇକରି ପାସଲ୍ଲା ବେଲେ, ତେଇ ଜିସୁ ଟିଆଅଇ ରଇଲାଟା ଦେକ୍ଲା । ମାତର୍ ମରିୟମ୍ ତାକେ ଜିସୁ ବଲି ଚିନି ନାପାର୍ଲା । ୧୫ ଜିସୁ ତାକେ ପାଚାର୍ଲା “ଏ ମାଆ ତୁଇ କାଇକେ କାନ୍ଦ୍ଲୁସ୍ନି ? ତୁଇ କାକେ କଜ୍ଲୁସ୍ନି ?” ମରିୟମ୍ ଏ ଲକ୍ ବାଡର୍ କାମ୍ କରୁ ମାଲି ବଲି ବାବିକରି ତାକେ କଇଲା, “ଏ ଆଗିଆଁ, ତୁଇ କାଇ ଜିସୁର୍ ଗାଗଡ୍ ନେଇ ଆଚୁସ୍ କି ? ତାକେ ତୁଇ କନ୍ତି ସଙ୍ଗଇ ଆଚୁସ୍ ? ମକେ କଇଦେ, ମୁଇ ଜାଇକରି ତାକେ ଦାରିଜିବି ।”
୧୬ ଜିସୁ ତାକେ “ମରିୟମ୍ !” ବଲି ଡାକ୍ଲା । ମରିୟମ୍ ତାର୍ ବାଟେ ପାସ୍ଲି କରି “ରାବ୍ବୁନି !” ବଲି ଏବ୍ରି ବାସାଇ କଇଲା । ଏଟାର୍ ଅରତ୍ ଅଇଲାନି ଗୁରୁ ।
୧୭ ଜିସୁ ତାକେ କଇଲା, “ମକେ ଦାରି ର ନାଇ, ଏବେ ଜାକ ମୁଇ ବାବା ପର୍ମେସର୍ ଲଗେ ଜାଇନାଇ । ମାତର୍ ତୁଇ ଜାଇକରି ମର୍ ବାଇମନ୍କେ କଅ, ମୁଇ, ମର୍ ବାବା ଆରି ସେମନର୍ ବାବା, ମର୍ ପର୍ମେସର୍ ଆରି ସେମନର୍ ପର୍ମେସରର୍ ଲଗେ ବାଉଡି ଗାଲିନି ।” ୧୮ ମଗ୍ଦଲିନି ମରିୟମ୍ ସିସ୍ମନର୍ ଲଗେ ବାଉଡି ଗାଲା ଆରି କଇଲା “ମୁଇ ମାପ୍ରୁକେ ଦେକ୍ଲି ଆଚି ।” ଆରି ଜିସୁ କଇଲା ସବୁ କାତା ସିସ୍ମନ୍କେ କଇଦେଲା ।
୧୯ ସେ ଦିନ୍ ଆଟର୍ ପର୍ତୁମ୍ ଦିନ୍ ଅଇରଇଲା । ସଞ୍ଜ୍ ବେଲା ସବୁ ସିସ୍ମନ୍ ଗଟେକ୍ ତେଇ ରୁଣ୍ଡ୍ଲାଇ । ସେମନ୍ ଜିଉଦି ନେତାମନ୍କେ ଡରିକରି ଗରର୍ କାପାଟ୍ ସବୁ ଡାବିଅଇଦେଇ ରଇଲାଇ । ସେ ବେଲା, ଏଦେ ଦେକା ! ଜିସୁ ଅଟାତ୍ ସେମନ୍କେ ଦେକାଇଅଇକରି ସେମନ୍ ଟିଆଅଇଲା ଜାଗାଇ “ତମ୍କେ ସାନ୍ତି ମିଲ !” ବଲି କଇଲା । ୨୦ ଜିସୁ ଏ କାତା କଇଲା ପଚେ ନିଜର୍ ଆତ୍ ଆରି ପାଞ୍ଜ୍ରା ଦେକାଇଲା । ସିସ୍ମନ୍ ମାପ୍ରୁକେ ଦେକିକରି ବେସି ସାର୍ଦା ଅଇଗାଲାଇ । ୨୧ ଜିସୁ ଆରି ତରେକ୍ ସେମନ୍କେ କଇଲା “ତମ୍କେ ସାନ୍ତି ମିଲ ! ବାବା ପର୍ମେସର୍ ମକେ ଜେନ୍ତି ପାଟାଇଆଚେ, ସେନ୍ତିସେ ମୁଇ ତମ୍କେ ପାଟାଇଲିନି ।” ୨୨ ତାର୍ ପଚେ ଜିସୁ ସେମନର୍ ଉପ୍ରେ ପୁଣ୍ଡ୍ଲା ଆରି “ତମେ ସୁକଲ୍ ଆତ୍ମାକେ ନାମା !” ୨୩ [a]“ ଜଦି ତମେ ଲକ୍ମନର୍ ପାପ୍ କେମା କର୍ସା ବଇଲେ, ପର୍ମେସର୍ ମିସା ସେମନର୍ ପାପ୍ କେମା ଦେଲା ଆଚେ । ଜଦି ତମେ ଲକ୍ମନର୍ ପାପ୍ କେମା ନ କରାସ୍ ବଇଲେ ପର୍ମେସର୍ ମିସା ସେମନର୍ ପାପ୍ କେମା ନ କରେ ।” ବଲି କଇଲା ।
୨୬ ଗଟେକ୍ ଆଟ୍ ଗାଲା ପଚେ ସିସ୍ମନ୍ ଆରି ତରେକ୍ ଗର୍ ବିତ୍ରେ ରଇଲାଇ, ତମା ମିସା ସେମନର୍ ସଙ୍ଗ୍ ତେଇ ରଇଲା । କାପାଟେ ଗାଡା ଦେଇରଇଲାଇ । ମାତର୍ ଏଦେ ଦେକା ! ଆଗ୍ତୁର୍ ପାରା ଜିସୁ ଗର୍ ବିତ୍ରେ ପୁରିକରି ସେମନର୍ ମଜାଇ ଟିଆଅଇକରି କଇଲା, “ତମ୍କେ ସାନ୍ତି ମିଲ !” ୨୭ ତାର୍ ପଚେ ଜିସୁ ତମାକେ କଇଲା, “ତର୍ ଆଙ୍ଗ୍ଟି ଇତି ସଙ୍ଗଇ ମର୍ ଆତ୍ ଦେକ୍, ଆରି ମର୍ ପାଞ୍ଜ୍ରାଇ ଆତ୍ ପୁରାଇ ଦେକ୍ । ଆରି କେବେ ମିସା ବିସ୍ବାସ୍ କରିନାଇ ବଲି କଅ ନାଇ, ମାତର୍ ବିସ୍ବାସ୍ କର୍ ।” ୨୮ ତମା ଜିସୁକେ କଇଲା, “ଏ ମର୍ ମାପ୍ରୁ, ଏ ମର୍ ପର୍ମେସର୍ !”
୨୯ ଜିସୁ ତାକେ କଇଲା, “ତୁଇ ମକେ ଦେକିକରି ବିସ୍ବାସ୍ କଲୁସ୍ନି କି ? ମାତର୍ ଜନ୍ ଲକ୍ମନ୍ ମକେ ନ ଦେକିକରି ମିସା ବିସ୍ବାସ୍ କଲାଇନି, ସେମନ୍ କେତେ ସାର୍ଦା ପାଇବାଇ ! ”
- a ମାତିଉ ୧୬:୧୯;୧୮:୧୮