୧୨ “ମୁଇ ତମ୍କେ କେତେକ୍ କେତେକ୍ କାତା କଇବାର୍ ଆଚେ । ମାତର୍ ଏବେ ତମେ ସେ ସବୁ କାତା ଦାରିନାପାରାସ୍ । ୧୩ ମାତର୍ ସତ୍ ଆତ୍ମା ଆଇଲେ, ସେ ତମ୍କେ ସବୁ ସତ୍ ବିସଇର୍ ବାଟେ ଡାକିନେଇସି । କାଇକେ ବଇଲେ, ସେ ନିଜର୍ ଅଦିକାରେ କାଇ କାତା ନ କଏ । ମାତର୍ ସେ ବାବାର୍ତେଇଅନି ଜନ୍ ଜନ୍ କାତା ସୁନ୍ସି, ସେ ସବୁ କଇସି । ଆରି ଆଇବା ଦିନ୍ମନ୍କେ କାଇଟା ଅଇସି ସେ ସବୁ ବିସଇ ମିସା କଇସି । ୧୪ ସେ ମୁଇ କଇବାଟାନେ ଅନି ନେଇକରି ଆକା ତମ୍କେ କଇସି । ଆରି ମକେ ଡାକ୍ପୁଟା କରାଇ ଦେକାଇସି । ୧୫ ଜନ୍ଟା ବାବାର୍ଟା, ସେ ସବୁ ମର୍ଟା । ସେଟାର୍ପାଇ ମୁଇ ତମ୍କେ କଇଲିନି, ସୁକଲ୍ ଆତ୍ମା ମର୍ଟାନେଅନି ନେଇକରି ସେ ତମ୍କେ କଇସି ।”
୧୭ ସେବେଲେ ତାର୍ ସିସ୍ମନର୍ ବିତ୍ରେଅନି କେତେ ଲକ୍ ତାକର୍ ବିତ୍ରେ କୁଆବଲା ଅଇଲାଇ । “ସେ ଆମ୍କେ କଇଲାନି, ଚନେକ୍ ଗାଲାପଚେ ତମେ ଆରି ମକେ ଦେକି ନାପାରାସ୍, ଆରି ଚନେକ୍ ଗାଲେ ମକେ ଦେକ୍ସା । ମୁଇ ଏବେ ବାବାର୍ ଲଗେ ଗାଲିନି ବଲି କଇବା ଅରତ୍ କାଇଟା ?” ୧୮ ତେବେ ସେମନ୍ କଇଲାଇ, “ଏ ଚନେକ୍ ପଚେ ବଲି କାଇକେ କଇଲାନି ? ସେ କାଇଟା ବଲି କଇଲାନି, ଆମେ ବୁଜି ନାପାର୍ଲୁନି ।”
୧୯ ସେମନ୍ ମକେ ପାଚାର୍ବାକେ ମନ୍ କଲାଇନି ବଲି ଜିସୁ ଜାନିକରି ସେମନ୍କେ କଇଲା, “ଚନେକ୍ ଗାଲେ ତମେ ଆରି ମକେ ଦେକି ନାପାରାସ୍ ଆରି ଚନେକ୍ ଗାଲାପଚେ ମକେ ଦେକ୍ସା ବଲି କଇଲା ଏ କାତା ନେଇକରି ତମର୍ ତମର୍ ବିତ୍ରେ କାଇକେ କୁଆବଲା ଅଇଲାସ୍ନି ? ୨୦ ମୁଇ ତମ୍କେ ସତ୍ କାତା କଇଲିନି, ତମେ ସାତାରି ସାତାରି କାନ୍ଦ୍ସା, ମାତର୍ ଦୁନିଆର୍ ଲକ୍ମନ୍ ସାର୍ଦା ଅଇବାଇ । ତମେ ପର୍ତୁମ୍ ଦୁକ୍ ଅଇରଇସା ମାତର୍ ତମର୍ ଦୁକ୍ ସାର୍ଦାଇ ପୁରୁନ୍ ଅଇଜାଇସି । ୨୧ ଗଟେକ୍ ମାଇଜି ନିକ ଅଇବା ବେଲା କେଟ୍ଲେ ବେସି ଦୁକ୍ ଅଇସି । କାଇକେବଇଲେ ତାର୍ ଦୁକ୍ କସ୍ଟର୍ ବେଲା କେଟିଆଚେ । ମାତର୍ ନିମାନ୍ ଅଇସାର୍ଲା ପଚେ ତାର୍ ଦୁକ୍ କସ୍ଟ ପାସ୍ରିଜାଇସି । କାଇକେ ବଇଲେ ତାର୍ତେଇଅନି ଗଟେକ୍ ପିଲା ଦୁନିଆଇ ଜନମ୍ ଅଇଲା ଆଚେ । ୨୨ ସେନ୍ତାରିସେ ତମ୍କେ ମିସା ଅଇସି । ଏବେ ତମେ ଦୁକ୍ଅଇ ଆଚାସ୍, ମାତର୍ ଆରି ତରେକ୍ ମୁଇ ତମ୍କେ ଦେକାଇଅଇବି, ତାର୍ ପଚେ ତମେ ବେସି ସାର୍ଦା ଅଇସା । ଆରି କେମିସା ତମର୍ ସାର୍ଦା ତମର୍ଟାନେଅନି ଚାଡାଇ ନେଇ ନାପାରତ୍ ।
୨୩ “ସେବେଲା ତମେ ମକେ ମୁଲ୍କେ ନ ପାଚାରାସ୍ । ମୁଇ ତମ୍କେ ସତ୍ କାତା କଇଲିନି, ତମେ ମର୍ ନାଉଁ ଦାରି ବାବାକେ କାଇଟା ମିସା ମାଙ୍ଗ୍ସା ବଇଲେ ସେଟା ଦେଇସି । ୨୪ ତମେ ଏବେ ଜାକ ମର୍ ନାଉଁ ଦାରି କାଇଟା ମିସା ମାଙ୍ଗାସ୍ ନାଇତା । ଏବେ ମାଙ୍ଗା, ତେବେ ତମ୍କେ ମିଲ୍ସି । ଆରି ତମର୍ ସାର୍ଦା ପୁରାପୁରୁନ୍ ଅଇସି ।”
୨୯ ଜିସୁର୍ ସିସ୍ମନ୍ କଇଲାଇ, “ଏବେ ତମେ ଆମ୍କେ କାତା ମଲ୍କାଇ ନ କଇକରି ସଲ୍କେସେ କଇଲାସ୍ନି । ୩୦ ତମେ ସବୁ ବିସଇ ଜାନିଆଚୁସ୍, ଏଟା ଏବେ ଆମେ ଜାନ୍ଲୁ । ଆରି କେ ତମ୍କେ ଜାନେ କି ନାଇ ବଲି, ପାଚାର୍ବାର୍ ଲଡା ନାଇ । ଏଟାର୍ପାଇ ତମେ ପର୍ମେସରର୍ଟାନେ ଅନି ଆସିଆଚୁସ୍ ବଲି ଆମେ ବିସ୍ବାସ୍ କଲୁନି ।”
୩୧ ଜିସୁ ସେମନ୍କେ କଇଲା, “ଏବେ କାଇ ତମେ ବିସ୍ବାସ୍ କଲାସ୍ନି ? ୩୨ ଦେକା, ଏନ୍ତି ବେଲା ଆଇଲାନି, ଉଁ ସେ ବେଲା କେଟ୍ଲା ଆଚେ, ତମେ ମକେ ଗଟେକ୍ ଲକ୍କେ ଚାଡି, ଏନେ ତେନେ ଅଇକରି ନିଜର୍ ନିଜର୍ ଗରେ ଉଟିପାଲାଇସା । ଏଲେମିସା ମୁଇ ଗଟେକ୍ ଲକ୍ ନାଇ, ସବୁବେଲା ମର୍ ସଙ୍ଗ୍ ବାବା ଆଚେ । ୩୩ ଜେନ୍ତାରି କି ତମେ ମର୍ତେଇ ରଇକରି ସାନ୍ତି ପାଇସା, ସେଟାର୍ପାଇ ମୁଇ ତମ୍କେ ଏ ସବୁ ବିସଇ କଇଆଚି । ଏ ଦୁନିଆଇ ତମର୍ପାଇ ବେସି ଦୁକ୍ କସ୍ଟ ଆଚେ, ମାତର୍ ଡାଟ୍ସଙ୍ଗ୍ ରୁଆ, ମୁଇ ଦୁନିଆର୍ କାରାପ୍ ବପୁ ନସାଇକରି ଜିତିଆଚି ।”
<- ଜଅନ୍ 15ଜଅନ୍ 17 ->