୪
ଜଗତର୍ ସଙ୍ଗ୍ ମଇତର୍
୧ ତମର୍ ବିତ୍ରେ ମାରାମାରି ଆରି ଲାଗାଜଡା କାଇକେ ଆଇଲାନି ? ତମର୍ ମନ୍ବିତ୍ରେ ଡସିରଇବା କାରାପ୍ ମନ୍କଲାଟା ଉଟିକରି ତମର୍ ବିତ୍ରେ ଜୁଜ୍ଲାନି, ଏଟାର୍ ଲାଗି ଏନ୍ତାରି ଅଇଲାନି । ସେଟାର୍ପାଇ ଗଟେକ୍ ଲକ୍ ଆରିଗଟେକ୍ ଲକର୍ ସଙ୍ଗ୍ ଲାଗ୍ଲାସ୍ନି । ୨ କାଇକେବଇଲେ ତମେ ଜନ୍ଟା ମିଲାଇବାକେ ମନ୍ କଲାସ୍ନି, ସେଟା ମିଲାଇ ନାପାର୍ଲେ, ମରାଇବାକେ ମନ୍କଲାସ୍ନି । ଜନ୍ଟା ମିଲାଇବାକେ ବେସି ମନ୍ ଅଇଲାନି, ସେଟା ମିଲାଇବାକେ ତମ୍କେ ବପୁନାଇ । ସେଟାର୍ପାଇ ତମର୍ତମର୍ ବିତ୍ରେ ଲାଗାଜଡା ଅଇ ମାରାମାରି ଅଇଲାସ୍ନି । ତମେ ପର୍ମେସର୍କେ ମାଙ୍ଗାସ୍ ନାଇଜେ ମନ୍କଲାଟା ମିଲାଇ ନା ପାର୍ଲାସ୍ନି । ୩ ତମେ ମାଙ୍ଗ୍ତେରଇସା, ମାତର୍ ସେ ତମ୍କେ ଦେଏ ନାଇ । କାଇକେବଇଲେ ସେଟା କାରାପ୍ କର୍ବାକେ ମାଙ୍ଗ୍ଲାସ୍ନି । ସୁକେ ରଇକରି ସାଇସାର୍ଦା ସଙ୍ଗ୍ ରଇବୁ ବଲି ମାଙ୍ଗ୍ଲାସ୍ନି । ୪ ଏ ବିସ୍ବାସେ ବିସ୍ଦେବା ଲକ୍ମନ୍, ତମେ କାଇ ନାଜାନାସ୍ କି ଜଗତ୍କେ ଆଲାଦ୍ କରୁମନ୍ ପର୍ମେସରର୍ ସତ୍ରୁ ବଲିକରି ? ଜନ୍ଲକ୍ ଏ ଜଗତର୍ ଚଲାଚଲ୍ତି ଆଲାଦ୍ କର୍ବାଇ ସେମନ୍ ପର୍ମେସରର୍ ବିରଦି । ୫ ତମେ ଦରମ୍ ସାସ୍ତରେ ଲେକାଅଇରଇବା ଏ ବାକିଅ ଚୁଚାଇ ବଲିକରି ବାବ୍ଲାସ୍ନି କି ? ପର୍ମେସର୍ ଜନ୍ ଆତ୍ମାକେ ଆମର୍ ବିତ୍ରେ ବାସାଅଇରଇବାକେ ଦେଲାଆଚେ, ସେ ଆମ୍କେ ପୁରାପୁରୁନ୍ ଅଦିକାର୍ କର୍ବାକେ ମନ୍ କଲାନି । ୬ ମାତର୍ ପର୍ମେସର୍ ଜିବନ୍ ଦୁକାଇଲାଟା, ତାର୍ତେଇଅନି ଅଦିକ୍ ବପୁଆଚେ । ସେଟାର୍ପାଇ ସାସ୍ତର୍ କଇଲାନି, ଆଁକ୍ରିଆମନ୍କେ ପର୍ମେସର୍ ବିରଦ୍ କର୍ସି, ମାତର୍ ସୁଆଲେ ରଇବା ଲକ୍କେ ତାର୍ ଜିବନ୍ ଦୁକାଇ, ଦୟା କର୍ସି ।
୭ ତେବର୍ ପାଇ, ତମେ ପର୍ମେସର୍କେ ସର୍ପାଇଉଆ । ସଇତାନ୍କେ ଜାକି ଦିଆସ୍ । ସେନ୍ତାରି କଲେ ସଇତାନ୍ ତମର୍ଲଗେ ଅନି ପାଲାଇସି । ୮ ପର୍ମେସରର୍ ଲଗେ ଆସା, ତେବେ ସେ ମିସା ତମର୍ ଲଗେ ଲଗେ ରଇସି । ଏ ପାପିମନ୍, କାରାପ୍ କାମ୍କର୍ବାଟା ଚାଡିଦିଆସ୍ । ଆରି ଏ ଦୁଇବାଟେ ମନ୍କରୁମନ୍ ତମର୍ ମନ୍ ନିର୍ମଲ୍ କରା । ୯ ତମର୍ ପାପର୍ଲାଗି ମାରିଚପି ଅଇକରି କାନ୍ଦ୍ତେରୁଆ । ନ ଆଁସିକରି କାନ୍ଦ୍ତେରୁଆ, ସାର୍ଦା ନ ଅଇକରି ଦୁକେ ରୁଆ । ୧୦ ମାପ୍ରୁର୍ ମୁଆଟେ ନିଜେ ନିଜେ ସର୍ପିଉଆ, ସେ ତମ୍କେ ଉଟାଇସି ।
ବିନ୍ଲକର୍ ବିଚାର୍ କରାନାଇ
୧୧ ଏ ମର୍ ବାଇବଇନିମନ୍, ନିଜର୍ ନିଜର୍ ବିତ୍ରେ କୁଟ୍ କାତା କୁଆ ନାଇ । ଜଦି ବିସ୍ବାସି ବାଇମନର୍ ବିରୁଦେ କୁଟ୍ କାତା କଇ ତାକେ ଦସ୍ ଦେଇସା, ତମେ ପର୍ମେସରର୍ ନିୟମ୍ ବିରୁଦେ କାତା ଅଇଲାସ୍ନି । ଆରି ତାର୍ ନିୟମ୍କେ ବିଚାର୍ କଲାସ୍ନି । ପର୍ମେସରର୍ ନିୟମ୍ ବିଚାର୍ କଲେ, ତମେ ତାର୍ ଆଦେସ୍ ମାନାସ୍ ନାଇ । ମାତର୍ ବିଚାର୍କାରିଆ ଇସାବେ ରଇଲାସ୍ନି । ୧୨ ପର୍ମେସର୍ସେ ନିୟମ୍ ଦେଇପାର୍ସି । ସେ ସେ ଆମ୍କେ ବିଚାର୍ କରିପାର୍ସି । ସେ ସେ ଲକ୍ମନ୍କେ ରକିଆ କରିପାର୍ସି ଆରି ସେ ସେ କୁରୁପ୍ନାସ୍ କରିପାର୍ସି । ମାତର୍ ତମେ କେ ଜେ, ବିନ୍ ଲକର୍ ବିଚାର୍ କରିପାରାସ୍ ?
ବଡ୍ପନ୍ ବିସଇର୍ ଚେତ୍ନା
୧୩ ତେବେ ମର୍ କାତା ସୁନା । ତମର୍ ବିତ୍ରେ ଜନ୍ ଲକ୍ମନ୍ ଏନ୍ତାରି କାତା ଅଇତେରଇସା, ଆଜି ନଇଲେ କାଲିକେ ଆମେ ଏ ନଅରେ କି ସେ ନଅରେ ଜିବୁ, ତେଇ ବର୍ସେକ୍ ରଇବୁ ଆରି ବେବାର୍ କରି ଡାବୁ ଅରଜ୍ବୁ । ୧୪ ମାତର୍ କାଲିକେ କାଇଟା ଗଟ୍ସି, ସେଟା ତମେତା ନାଜାନାସ୍ ! ତମର୍ ଜିବନ୍ ଦୁଉଁରି ସମାନ୍, ଜନ୍ଟାକି ଚନେକର୍ ପାଇ ଡିସ୍ସି ଆରି ମାୟା ଅଇଜାଇସି । ୧୫ ତାର୍ ବାଦୁଲେ ତମେ ମାପ୍ରୁ ମନ୍ କଲେ ଆମେ ଜିଇକରି ଏନ୍ତାରି ନଇଲେ ସେନ୍ତାରି କରୁ ବଲି କଇବାର୍ ଆଚେ । ୧୬ ମାତର୍ ତମେ ସେନ୍ତାରି କରାସ୍ ନାଇ । ଆଁକ୍ରିଆମନ୍ ଆରି ବଡ୍ପନ୍ କାତା କଉଁମନ୍ । ଏନ୍ତାରି ବଡ୍ପନ୍ କାତା କଇବାଟା ବୁଲ୍ଆଚେ ।
୧୭ ଏତାଇ ରୁଆ । ଜେ ଜଦି ଏଟା ନିକ କାମ୍ ବଲି ଜାନେ, ମାତର୍ ସେଟା ନ କରେ ବଇଲେ, ପର୍ମେସର୍ ଦେକ୍ବା ଇସାବେ ସେ ଦସ୍ କଲାଆଚେ ।
<- ଜାକୁବ 3ଜାକୁବ 5 ->