୬ ତୁମ୍ ବିତ୍ରେ ଏ ସବୁ ବିସଇ ସାଜାଡିଅଇରଇଲା । ପୁଜାରିମନ୍ ସବୁଦିନ୍ ତାମୁ ଗରର୍ ବାଇରର୍ ଜାଗାଇ ପୁରି, ସେମନର୍ କାମ୍ କର୍ବାଇ । ୭ ମାତର୍ ବିତ୍ରର୍ ଜାଗାଇ ବଡ୍ ପୁଜାରିସେ ଜିବାକେ ଅଦିକାର୍ ରଇଲା । ସେ ସିତି ବର୍ସେକ୍କେ ତରେକ୍ ସେ ଜାଇତେରଇଲା । ସେ ନିଜର୍ ପାଇ ଆରି ଲକ୍ମନ୍ ନ ଜାନିକରି କରିରଇବା ପାପ୍ ପାଇ ବନି ନେଇକରି ଜଦି ନ ପୁର୍ଲେ ସେ ଜାଇନାପାର୍ତେ ରଇଲା । ୮ ଏ ସବୁ ବିସଇର୍ଲାଗି ସୁକଲ୍ ଆତ୍ମା ଜାନାଇଲାନି ଜେ, ପର୍ମେସରର୍ ଅଦିକ୍ ସୁକଲ୍ ଜାଗାଇ ପୁର୍ବାକେ ଲକ୍ମନ୍କେ ଅଦିକାର୍ ନ ରଇଲା । କାଇକେବଇଲେ ସୁକଲ୍ ଜାଗା ଆରି ଅଦିକ୍ ସୁକଲ୍ ଜାଗା ବିସଇନେଇ ରଇବା ଆଗ୍ତୁର୍ ଆଦେସ୍ ସବୁ ଲକ୍ମନ୍ ମାନିଆଇତେ ରଇଲାଇ । ୯ ସେ ସବୁ ବିସଇ ଗଟେକ୍ ବାନା ପାରା । ଜନ୍ଟା ସବୁ ଏବର୍ ଦିନେ ସିଦ୍ ଅଇଲା ଆଚେ । କାଇକେବଇଲେ ଜନ୍ ପସୁମନ୍କେ ଉପାସନା ଇସାବେ ଲକ୍ମନ୍ ପର୍ମେସର୍କେ ସର୍ପି ଦେଇତେ ରଇଲାଇ, ସେଟା ସବୁ ଲକ୍ମନର୍ ବିବେକ୍ ଦଇ ନାପାର୍ଲା । ୧୦ କାଇକେବଇଲେ ସେଟା ସବୁ ଗାଗଡର୍ ଲାଗି ରଇବା ନିୟମ୍ ରଇଲା । ଜେନ୍ତାରି କି, କାଇଟା କାଇଅଇସି, କାଇଟା ପିଇ ଅଇସି ଆରି ସେ ସବୁ ନିକ ସଙ୍ଗ୍ ଦଇବା ବିସଇ, ବାଇରେ ଦେକାଅଇବା ରିତିନିତି ସେ । ପରମେସରର୍ ନୁଆ ନିୟମ୍ ଟିକ୍ ଅଇବାଜାକ, ଏ ସବୁ କର୍ବାଟା ରଇଲା ।
୧୧ ମାତର୍ ଆମେ ଜେତ୍କିଲକ୍ ସବୁର୍ତେଇଅନି ବଡିଆ ବିସଇ ପାଇଆଚୁ, କିରିସ୍ଟ ଆମର୍ ବଡ୍ ପୁଜାରି ଅଇ ଆଇଲା ଆଚେ । ସେ ସେବା କର୍ବା ଜାଗାର୍ ତୁମ୍ ଲଗେ ରଇବା ଅଦିକ୍ ସୁକଲ୍ ଜାଗାଇଅନି ଅଦିକ୍ ମୁଲିଅ ରଇଲାଟା ଆରି ଅଦିକ୍ ସିଦ୍ ଆଚେ । କାଇକେବଇଲେ ସେଟା ଲକ୍ମନ୍ ତିଆର୍ କଲାଟା ନଏଁ, କି ଏ ନସିଜିବା ଜଗତର୍ଟା ମିସା ନଏଁ । ୧୨ କିରିସ୍ଟ ସେ ତାମୁ ବାଟେଜାଇ ଏକାତରେକ୍ ସେ ବଡ୍ ସୁକଲ୍ ଜାଗାଇ ପୁର୍ଲା । ସେ ତେଇ ପୁର୍ବା ବେଲେ ବଲି କର୍ବାକେ ଚେଲି କି ପସୁ ବନି ନେଇ ନ ଜାଇରଇଲା । ମାତର୍ ସେ ନିଜର୍ ବନି ନେଇକରି ଜନ୍ ଜନ୍ଟା କର୍ବାର୍ ରଇଲା, ସେଟା ପୁରାପୁରୁନ୍ କଲା । ଜେନ୍ତାରି କି ଆମ୍କେ ମୁକ୍ଲାଇକରି କାଲ୍ କାଲ୍ ଜୁଗ୍ଜୁଗର୍ ପାଇ ମୁକ୍ତି ଦେଲା । ୧୩ ଆଗର୍ କାଲେ ଚେଲି ଆରି ବଲଦ୍ମନର୍ ବନି ଆରି ପଡାଇଲା ବାଚିପିଲାର୍ ଚାର୍ ଚିଚ୍ବାଟା, ଏସବୁ ଅସୁକଲ୍ ଅଇରଇବା ଲକ୍ମନର୍ ଗାଗଡ୍ ଦଇବା କାମ୍କେସେ ଆଇଲା । ୧୪ ଏଟା ଜଦି ଲକ୍ମନର୍ ଗାଗଡ୍ ଦଇପାର୍ଲା, ସେନ୍ତାର୍ଆଲେ କିରିସ୍ଟର୍ ବନିସଙ୍ଗ୍ ଆରି କେତେକ୍ ଅଦିକ୍ କରିଅଇସି ? ନ ସାର୍ବା ଆତ୍ମାର୍ପାଇ ସେ ନିଜେ ପରମେସରର୍ ସାଇଜ ନେଇ, କାଇ ପାପ୍ଦସ୍ ନ ଅଇତେ ବିରୁ ଇସାବେ ନିଜ୍କେ ପୁରାପୁରୁନ୍ ସର୍ପି ଦେଲାଆଚେ । ତାର୍ ବନିର୍ଲାଗି ବାନିଆ ରିତିନିତି କାମେଅନି ଜିତି କରି ଆମର୍ ବିବେକ୍ ସୁକଲ୍ ଅଇସି । ଆରି ଆମେ ସତଇସେ ଜିବନ୍ ରଇଲା ପରମେସରର୍ ସେବା କର୍ବା ଅଦିକାର୍ ପାଇଆଚୁ ।
୧୫ ଏଟାର୍ପାଇ କିରିସ୍ଟସେ ନୁଆ ନିୟମ୍ ସାଦନ୍ କଲାଆଚେ । ଜେନ୍ତାରି କି, ଜେତ୍କି ଲକ୍ମନ୍କେ ପରମେସର୍ ଡାକିଆଚେ, ସେମନ୍ ପରମେସର୍ ସପତ୍ କରି କଇରଇବା ନ ସାର୍ବା ଆସିର୍ବାଦ୍ ପାଇବାଇ । କିରିସ୍ଟ ମଲାର୍ପାଇ ଆଗର୍ ରାଜିନାମାତେଇ କରିରଇବା ସବୁ ପାପେଅନି ସେମନ୍ ମୁକଲ୍ଲାଇ ।
୧୬ ଗଟେକ୍ ଲକ୍ ଜଦି ତାର୍ ଦନ୍ ସଁପତି ବାଗ୍ ବାଟା କର୍ବା ବିସଇର୍ ଚିଟି କରିରଇସି । ସେଟା ଜାନାଇବାକେ ସେ ଲକର୍ ନାଉଁଦାରି ରାଜିନାମା ପାଆଟା ପତର୍ ରଇବାର୍ ଆଚେ । ସେ ମରିଗାଲାପଚେ ତାର୍ଟା ଜାନାପଡ୍ବାର୍ ଆଚେ । ୧୭ କାଇକେ ବଇଲେ ବାଗ୍ବାଟା ଲେକିରଇଲା ଲକ୍ ବଁଚି ରଇଲା ଜାକ, ବାଗ୍ବାଟାର୍ କାଗଜ୍ ପତରର୍ କିଚି ମୁଲିଅ ନାଇ । ସେଟା ତାର୍ ମରିଗାଲା ପଚେ ସେ କାମ୍ ଦେଇସି । ୧୮ ସେନ୍ତାରିସେ, ପର୍ତୁମ୍ ରାଜିନାମା ମିସା ବନି ଜରାଇଲାକେସେ ସେଟାର୍ ମୁଲିଅ ରଇଲା । ୧୯ ମସା ପର୍ତୁମ୍ ନିୟମର୍ ଆଦେସ୍ ଲକ୍ମନର୍ ଲଗେ କଇଲା । ତାର୍ପଚେ ସେ ବଲଦ୍ ଆରି ଚେଲିମନର୍ ବନି ନେଇ ପାନି ସଙ୍ଗ୍ ମିସାଇଲା । ତାର୍ପଚେ ଅଲପ୍ ମେଣ୍ଡାର୍ ବାଲେ ଏସୁବ୍ ନାଉଁର୍ ଗଚର୍ କେନ୍ଦିତେଇ ଗୁଡାଇଲା । ପଚେ ସେଟା ବନିଟାନେ ବୁଡାଇ ନିୟମର୍ ବଇତେଇ ଆରି ଲକ୍ମନର୍ ଉପ୍ରେ ଚିଚ୍ଲା । ୨୦ ସେ କଇଲା, ଜନ୍ ନିୟମ୍ ମାନ୍ବାକେ ପରମେସର୍ ତମ୍କେ ଆଦେସ୍ ଦେଲାଆଚେ, ଏ ବନି ସେ ନିୟମ୍କେ ଚିନ୍ ମାରିଆଚେ । ୨୧ ତାର୍ପଚେ ମସା ସେ ବନିନେଇ ତମୁ, ମନ୍ଦିର୍ ଆରି ପର୍ମେସର୍କେ ପାର୍ତନା କର୍ବାବେଲେ କାମେ ଆଇବା ସବୁ ଜିନିସ୍ ପତର୍ ଉପ୍ରେ ଚିଚ୍ଲା । ୨୨ କାଇକେବଇଲେ ମସାର୍ ନିୟମ୍ ଇସାବେ ସବୁ ବିସଇ ସୁକଲ୍ କର୍ବାକେ, ବନି ଦର୍କାର୍ । ବନି ନ ଜରାଇଲେ ପାପ୍ କେମା ନ ଅଏ ।