ଗାଲାତିୟ ମଣ୍ଡଲିର୍ ଲକ୍ମନ୍କେ ପାଉଲ୍ ଚିଟି ଲେକ୍ଲାଟା ଏ ବଇ ବିସଇ ପଦେକ୍ ଜାନ୍ବାଟା ଗାଲାତିୟ ବଇ ପେରିତ୍ ପାଉଲ୍ ଲେକିଆଚେ । ୧:୧ ଏ ଚିଟି ଗାଲାତିଅ ମଣ୍ଡଲିର୍ ବିସ୍ବାସିମନ୍କେ ଲେକାଅଇରଇଲା । ଏଟା ଜିସୁକିରିସ୍ଟ ଜନମ୍ ଅଇକରି ୪୮-୫୭ ବିତ୍ରେ ଲେକିରଇଲା । ଗାଲାତିୟର୍ ଲକ୍ମନ୍ ରମ୍ ରାଇଜର୍ ଗାତିଆ ନାଉଁର୍ ଜାଗାଇ ବାସା ଅଇରଇଲାଇ । ପାଉଲ୍ ଏ ଚିଟି ଲେକ୍ଲା ବେଲେ କନ୍ତି ରଇଲା, ସେ ବିସଇ ପଣ୍ଡିତ୍ମନ୍ ନିକସଙ୍ଗ୍ ନାଜାନତ୍ । ମାତର୍ ଏପିସେ ନଇଲେ କରନ୍ତି ଏ ଦୁଇଟା ଜାଗାଇ ରଇସି କାଇକି ବଲି କଇବାଇ । ପାଉଲ୍ ଗାଲାତିୟ ମଣ୍ଡଲିତେଇ ରଇବା ଜିଉଦି ଆରି ଜିଉଦି ନ ଅଇଲା ବିସ୍ବାସିମନର୍ କୁଟୁମ୍, ଜାଗା ସବୁ ମିସାଇକରି ଚିଟି ଲେକିଆଚେ । ସେ ମିଚ୍ ସିକିଆ ବିରଦ୍ କର୍ବାପାଇ ଅଦିକ୍ ଦିଆନ୍ ସଙ୍ଗ୍ ଲେକିଆଚେ । ସେଟା ଜିଉଦିମନ୍କେ ପୁର୍ନା ନିୟମର୍ ତାକର୍ ରିତିନିତି ମାନି ଚଲ୍ବାକେ ଲେକାଅଇଆଚେ । ଦେକ୍ବାକେଗାଲେ ସୁନତ୍ ଅଇବା ବିଦି ବିସଇ ଅଦିକ୍ ଦିଆନ୍ ଦିଆଅଇଆଚେ । ବିସ୍ବାସିମନର୍ ବିତ୍ରେଅନି କେତେକ୍ ଲକ୍, ଜନ୍ ଲକ୍ମନ୍କେ କି ଜୁଡାଇମ୍ ବଲି କଇତେରଇଲାଇ । ସେମନ୍ ଜିଉଦି ନଇଲା ବିସ୍ବାସିମନ୍କେ ସୁନତ୍ ଅଇବା ରିତିନିତି ମାନ୍ବାକେ କଇତେରଇଲାଇ । ସେମନ୍ ପାଉଲ୍ କେନ୍ତି ପେରିତ୍ ଅଇବା ଅଦିକାର୍ ପାଇଲା, ସେ ବିସଇ ପାଚାର୍ତେରଇଲାଇ । ପାଉଲ୍ ସେମନ୍କେ କେତେଟା କାତାନି ସଙ୍ଗ୍ ମିସାଇକରି ସେ ପେରିତ୍ ଅଇଲା ଅଦିକାର୍ ବିସଇ ଜୁକ୍ତି କର୍ତେରଇଲା । ୧:୧–୨:୧୪ ଜିସୁକିରିସ୍ଟକେ ବିସ୍ବାସ୍ କଲେ ମୁକ୍ତି ପାଇବାର୍ ଅଇସି ବଲି ବୁଜାଇକରି ସୁବ୍କବର୍କେ ରକିଆକରିଆଚେ ୨:୧୬ । ଜନ୍ଟାକି ପର୍ମେସର୍ ଦୟାକଲେ ଅଇସି, ମୁନୁସ୍ କଲାଟା ନଏଁ । ଏ ବିତ୍ରେ ରଇବାଟା ୧. ପାଉଲ୍ ଜୁଆର୍ ଜାନାଇବାଟା । ୧:୧-୫ ୨. ଆଗ୍ତୁ ପାଉଲର୍ ଜିବନ୍ କେନ୍ତାର୍ ରଇଲା, ତାର୍ ସିକିଆଦେବା ଅଦିକାର୍ ଆରି ରିତିନିତି ମାନ୍ବା ବିସଇ । ୧:୬–୨:୨୧ ୩. ରିତିନିତି ମାନ୍ବାଟା ଆରି ପର୍ମେସରର୍ ଦୟାଟାନେ ଅନି ମୁକ୍ତି ପାଇବାଟା । ୩–୪ ୪. ନିକ ବିସ୍ବାସି ଅଇକରି ଜିଉନା କାଉନା ବିସଇର୍ ସିକିଆ । ୫:୧–୬:୧୦ ୫. ପାଉଲ୍ ଜୁଆର୍ ଜାନାଇବାଟା ଆରି ପର୍ମେସରର୍ ଟାନେ ରଇକରି ଜିବନ୍ ବାଦ୍ଲାଇବା ବିସଇ ଜାଗ୍ରତ୍ କରାଇଲାନି । ୬:୧୧-୧୮
୧ ୧ ମୁଇ ପେରିତ୍ ସିସ୍ ପାଉଲ୍ । ପେରିତ୍ ସିସ୍ ଅଇବାକେ ମୁଇ ଲକ୍ମନର୍ଟାନେଅନି କି ଲକ୍ମନର୍ ମାଲାକାରିଆ ଇସାବେ ଡାକ୍ରା ପାଇନାଇ । ଏ ଡାକ୍ରା ମୁଇ ବାବା ପରମେସରର୍ ଆରି ଜିସୁ କିରିସ୍ଟର୍ ତେଇଅନି ପାଇଲିଆଚି । ପରମେସର୍ ତାକେ ମଲାଟାନେଅନି ଉଟାଇଆଚେ । ୨ ଆରି ଏଟା ଗାଲାତିୟ ମଣ୍ଡଲିତେଇ ରଇବା ତମର୍ପାଇ ମର୍ ଚିଟି । ଜନ୍ ବିସ୍ବାସି ବାଇବଇନିମନ୍ ମର୍ ସଙ୍ଗ୍ ଆଚତ୍, ସେମନ୍ ମିସା ମର୍ ସଙ୍ଗ୍ ଜୁଆର୍ ଜାନାଇଲାଇନି ।୩ ଆମର୍ ବାବା ପରମେସର୍ ଆରି ମାପ୍ରୁ ଜିସୁ କିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
୪ ଏବେ ଏ ପାପ୍ ବର୍ତି ଅଇରଇବା ଜଗତେଅନି ଆମ୍କେ ଉଦାର୍ କର୍ବାକେ ଆମର୍ ବାବା ପରମେସର୍ ମନ୍ କଲାଟା, ମାନିକରି କିରିସ୍ଟ ଆମର୍ ପାପର୍ ପାଇ ନିଜ୍କେ ସର୍ପିଦେଲା । ୫ ପରମେସର୍ କାଲ୍ କାଲ୍ ଜୁଗ୍ ଜୁଗ୍ ଡାକ୍ପୁଟା ପାଅ । ଆମେନ୍ !
ଗଟେକ୍ ସେ ସୁବ୍କବର୍ ୬ କିରିସ୍ଟ ଜିବନ୍ ଦୁକାଇକରିସେ ତମ୍କେ ଡାକିରଇଲା । ମାତର୍ ତମେ ତାକେ ଏତେକ୍ ଦାପ୍ରେ ଚାଡିଦେଇକରି ଆରି ଗଟେକ୍ ବିନ୍ ସୁବ୍କବର୍ବାଟେ ମନ୍ ଦେଲାସ୍ନି । ତମର୍ ଏ ମନ୍ ବାଦ୍ଲାଇବାଟା ଦେକିକରି ଇତି ମୁଇ କାବା ଅଇଗାଲିନି । ୭ ଏ ସୁବ୍କବର୍ ଚାଡି ଆରି ଗଟେକ୍ ବିନ୍ ସୁବ୍କବର୍ ନାଇ । ମାତର୍ ମୁଇ ଏନ୍ତି କଇଲିନି, କାଇକେ ବଇଲେ କେତେଲକ୍ କିରିସ୍ଟର୍ ସୁବ୍କବର୍ ବିନ୍ ବିନ୍ ରକାମ୍ କରି, ତମ୍କେ କଚପଚ କର୍ବାକେ ଚେସ୍ଟା କଲାଇନି ବଲି ମୁଇ ସୁନ୍ଲିନି । ୮ ମାତର୍ ଆମେ ତମର୍ ଲଗେ ଜନ୍ ସୁବ୍କବର୍ ଜାନାଇ ରଇଲୁ, ଜଦି ସେଟାକେ ଚାଡି ବିନ୍ ଗଟେକ୍ ସୁବ୍କବର୍ ଆମେ ନିଜେ, ନଇଲେ ସରଗ୍ ଦୁତ୍ ମିସା ଜାନାଇସି ବଇଲେ, ସେ ଅବିସାପ୍ ପାଅ । ୯ ଏଟା ଆମେ ଆଗ୍ତୁ କଇରଇଲୁ ଆରି ମୁଇ ଏବେ ଆରି ତରେକ୍ କଇଲିନି, ତମେ ତମର୍ ଜିବନେ ଜନ୍ ସୁବ୍କବର୍ ମାନିରଇଲାସ୍, ସେଟା ଚାଡି ଆରି ଜଦି କେ, କାଇମିସା ବିନ୍ ସୁବ୍କବର୍ ଜାନାଇସି ବଇଲେ ସେ ଅବିସାପ୍ ପାଅ ।୧୦ ଏଟା ସୁନି ତମେ ମନେ ମନେ କାଇଟା ବାବ୍ଲାସ୍ନି ? ମୁଇ ଲକ୍ମନର୍ ମାନ୍ବାଟା ପାଇବାକେ ଚେସ୍ଟା କଲିନି କି ? ନାଇ, କେବେ ନାଇ । ମୁଇ ପରମେସରର୍ ମାନ୍ବାଟାସେ ମନ୍ କଲିନି । ମୁଇ କାଇ ଡାକ୍ପୁଟା ଅଇବି ବଲି ମନ୍ କଲିନି କି ? ମୁଇ ଜଦି ଏବେ ଜାକ ଡାକ୍ପୁଟା ଅଇବାକେ ମନ୍ କର୍ତି ବଇଲେ, ଆଜି କିରିସ୍ଟର୍ ସେବାକାରିଆ ନ ଅଇତି ।
ପାଉଲ୍ କେନ୍ତାରି ପେରିତ୍ ସିସ୍ ଅଇଲା ୧୧ କାଇକେବଇଲେ, ଏ ବାଇବଇନିମନ୍ ମୁଇ ତମ୍କେ ଜନ୍ ସୁବ୍କବର୍ ଜାନାଇଲିନି, ସେଟା ମୁନୁସର୍ଟାନେଅନି ବାରଏ ନାଇ । ୧୨ ତେବେ ମୁଇ ସେଟା ମୁନୁସ୍ ମନର୍ ଟାନେଅନି ପାଇନାଇ, କି କେ ମକେ ସିକାଅତ୍ ନାଇ । ନିଜେ ଜିସୁ କିରିସ୍ଟ ସେଟା ମକେ ଜାନାଇଲା ଆଚେ ।୧୩ [a]ଆଗ୍ତୁ ମୁଇ ଜିଉଦି ଦରମ୍ ନାମ୍ବା ବେଲାଇ ଜେନ୍ତିକି ଜିଇତେ କାଇତେ ରଇଲି । ପାର୍ତନା କର୍ବାକେ ରୁଣ୍ଡ୍ବା ଲକ୍ମନ୍କେ କେନ୍ତି କସ୍ଟ ଦେଇତେ ରଇଲି ଆରି ସେଟାମନ୍ ନସ୍ଟ କର୍ବାକେ କେନ୍ତି ଚେସ୍ଟା କରିରଇଲି, ଏଟା ସବୁ ବିସଇ ତମ୍କେ ଜାନାଇଦିଆଅଇଆଚେ । ୧୪ [b]ଜିଉଦି ଦରମ୍ ମାନ୍ବା ବେଲେ, ମୁଇ ଦାଙ୍ଗ୍ଡା ବଇସେ ଆମର୍ ଜିଉଦିମନର୍ ବିତ୍ରେ ସବୁକେ ଅନି ଆଗ୍ତୁ ରଇଲି ଆରି ଆମର୍ ଆନିଦାଦିମନ୍ ବିସ୍ବାସ୍ କରି ଆଇତେରଇବା ରିତିନିତି ବେସି ଡାଟ୍ ସଙ୍ଗ୍ ମାନ୍ତେରଇଲି ।
୧୫ [c]ମାତର୍ ପରମେସର୍ ତାର୍ ଜିବନ୍ ଦୁକାଇ ମର୍ ମାଆର୍ ଗର୍ବେ ରଇଲା ବେଲେ, ମକେ ବାଚିରଇଲା ଆରି ତାର୍ ସେବା କର୍ବାକେ ଡାକ୍ଲା । ୧୬ ଆରି ଜେଡେବେଲେ ଜିଉଦି ନଇଲା ଲକ୍ମନର୍ ଟାନେ ସୁବ୍କବର୍ ଜାନାଇବାକେ ପର୍ମେସର୍ ମକେ ତାର୍ ପଅକେ ଦେକାଇଲା, । ଏ ବିସଇନେଇ ମୁଇ କାର୍ଲଗେ ଜିବି ଆରି ସେମନ୍ ମକେ ସିକାଇଦେଅତ୍ ବଲି ଚିନ୍ତାକରି ନାଇ । ୧୭ ଜେନ୍ତିକି ମର୍ ଆଗ୍ତୁ ଜେତ୍କି ଲକ୍ ପେରିତ୍ ସିସ୍ ଅଇରଇଲାଇ, ସେମନର୍ ସଙ୍ଗ୍ ମିସ୍ବାକେ ଜିରୁସାଲାମେ ଜାଇନାଇ । ସେବେଲେ ମୁଇ ଦାପ୍ରେ ବାରଇ ଆରବ୍ ଦେସେ ଉଟିଗାଲି । ଜାଇକରି ଆରିତରେକ୍ ଦାମାସ୍କସେ ବାଉଡି ଆଇଲି । ୧୮ [d]ଆରି ତିନ୍ ବରସ୍ ପଚେ ମୁଇ ପିତର୍କେ ବେଟ୍ ଅଇବାକେ ଜିରୁସାଲାମେ ଗାଲି । ତେଇ ତାର୍ସଙ୍ଗ୍ ଦୁଇ ଆଟ୍ ରଇଲି । ୧୯ ମାତର୍ ମାପ୍ରୁର୍ ବାଇ ଜାକୁବ୍କେ ଚାଡ୍ଲେ ଆରି ମୁଇ କନ୍ ପେରିତ୍ ସିସ୍କେ ମିସା ବେଟ୍ ଅଇନାଇ ।
୨୦ ମୁଇ ଜେତ୍କି ବିସଇ ଲେକ୍ଲିନି, ସେଟା ସତ୍, ପରମେସର୍ ଜାନିଆଚେ ମୁଇ କାଇଟା ମିସା ମିଚ୍ କଇନାଇ !
୨୧ ତାର୍ପଚେ ମୁଇ ସିରିଆ ଆରି ସିଲିସିଆର୍ ବେସି ଜାଗାଇ ଜାଇରଇଲି । ୨୨ ସେବେଲା ଜିଉଦା ରାଇଜେ ରଇଲା କିରସ୍ଟକେ ବିସ୍ବାସ୍ କର୍ବା ମଣ୍ଡଲିର୍ ଲକ୍ମନ୍ ମକେ ନିକସଙ୍ଗ୍ ନାଜାନି ରଇଲାଇ । ୨୩ ବିନ୍ ଲକ୍ମନ୍ ମର୍ ବିସଇ ଜାଇଟା କଇରଇଲାଇ, ସେମନ୍ ସେତ୍କିସେ ଜାନିରଇଲାଇ । ବିନ୍ ଲକ୍ମନର୍ଟାନେଅନି ସେମନ୍ ସୁନିରଇଲାଇ କି, ଜନ୍ ଲକ୍ ଗଟେକ୍ ବେଲାଇ ଆମ୍କେ କସ୍ଟ ଦେଇତେ ରଇଲା, ଆମର୍ ଦରମ୍ କୁରୁପ୍ନାସ୍ କରିଦେବାକେ ଚେସ୍ଟା କର୍ତେ ରଇଲା, ଏବେ ସେ ଆକା ମାପ୍ରୁର୍ ସୁବ୍କବର୍ ଜାନାଇଲାନି ! ୨୪ ସେଟାର୍ ପାଇ ସେମନ୍ ମର୍ପାଇ ପରମେସରର୍ ଡାକ୍ପୁଟା କର୍ତେରଇଲାଇ ।
ଗାଲାତିୟ 2 ->
୩ ଆମର୍ ବାବା ପରମେସର୍ ଆରି ମାପ୍ରୁ ଜିସୁ କିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
୪ ଏବେ ଏ ପାପ୍ ବର୍ତି ଅଇରଇବା ଜଗତେଅନି ଆମ୍କେ ଉଦାର୍ କର୍ବାକେ ଆମର୍ ବାବା ପରମେସର୍ ମନ୍ କଲାଟା, ମାନିକରି କିରିସ୍ଟ ଆମର୍ ପାପର୍ ପାଇ ନିଜ୍କେ ସର୍ପିଦେଲା । ୫ ପରମେସର୍ କାଲ୍ କାଲ୍ ଜୁଗ୍ ଜୁଗ୍ ଡାକ୍ପୁଟା ପାଅ । ଆମେନ୍ !
୧୦ ଏଟା ସୁନି ତମେ ମନେ ମନେ କାଇଟା ବାବ୍ଲାସ୍ନି ? ମୁଇ ଲକ୍ମନର୍ ମାନ୍ବାଟା ପାଇବାକେ ଚେସ୍ଟା କଲିନି କି ? ନାଇ, କେବେ ନାଇ । ମୁଇ ପରମେସରର୍ ମାନ୍ବାଟାସେ ମନ୍ କଲିନି । ମୁଇ କାଇ ଡାକ୍ପୁଟା ଅଇବି ବଲି ମନ୍ କଲିନି କି ? ମୁଇ ଜଦି ଏବେ ଜାକ ଡାକ୍ପୁଟା ଅଇବାକେ ମନ୍ କର୍ତି ବଇଲେ, ଆଜି କିରିସ୍ଟର୍ ସେବାକାରିଆ ନ ଅଇତି ।
୧୩ [a]ଆଗ୍ତୁ ମୁଇ ଜିଉଦି ଦରମ୍ ନାମ୍ବା ବେଲାଇ ଜେନ୍ତିକି ଜିଇତେ କାଇତେ ରଇଲି । ପାର୍ତନା କର୍ବାକେ ରୁଣ୍ଡ୍ବା ଲକ୍ମନ୍କେ କେନ୍ତି କସ୍ଟ ଦେଇତେ ରଇଲି ଆରି ସେଟାମନ୍ ନସ୍ଟ କର୍ବାକେ କେନ୍ତି ଚେସ୍ଟା କରିରଇଲି, ଏଟା ସବୁ ବିସଇ ତମ୍କେ ଜାନାଇଦିଆଅଇଆଚେ । ୧୪ [b]ଜିଉଦି ଦରମ୍ ମାନ୍ବା ବେଲେ, ମୁଇ ଦାଙ୍ଗ୍ଡା ବଇସେ ଆମର୍ ଜିଉଦିମନର୍ ବିତ୍ରେ ସବୁକେ ଅନି ଆଗ୍ତୁ ରଇଲି ଆରି ଆମର୍ ଆନିଦାଦିମନ୍ ବିସ୍ବାସ୍ କରି ଆଇତେରଇବା ରିତିନିତି ବେସି ଡାଟ୍ ସଙ୍ଗ୍ ମାନ୍ତେରଇଲି ।