୫ [b]ମାପ୍ରୁ ଜିସୁକିରିସ୍ଟକେ ବିସ୍ବାସ୍ ନ କଲା ଲକ୍ମନର୍ତେଇ ଜାଗ୍ରତ୍ ସଙ୍ଗ୍ ଚଲାଚଲ୍ତି କରା । ତମେ ମିଲାଇରଇବା ସବୁ ବେଲା ବୁଦିର୍ ସଙ୍ଗ୍ କରା । ୬ ସେମନ୍କେ ସନ୍ମାନ୍ ଦେଇ କାତା ଉଆ । ଜେନ୍ତିକି ତମେ କଇବା ବିସଇ ସେମନ୍ ମନ୍କର୍ବାଇ । ତେବେ ତମେ ବିସ୍ବାସ୍ କର୍ବା ବିସଇଟାନେ କାଇଆଲେ କାତା ଉଟ୍ଲେ, ତମେ ଉତର୍ ଦେଇପାର୍ସା ।
୧୦ [f]ଆରିସ୍ତାକସ୍ ତାର୍ ଜୁଆର୍ ଜାନାଇଲାନି । ସେ ମର୍ ସଙ୍ଗ୍ ବନ୍ଦିଗରେ ଆଚେ । ବର୍ନବାର୍ ମେଏନାବାଇ ମାର୍କ ମିସା ଜୁଆର୍ ଜାନାଇଲାନି । ମାର୍କର୍ ବିସଇ ତମେ ସୁନିସାରାଇ ଆଚାସ୍ । ସେ ତମର୍ ଲଗେ ଆଇଲେ ତାକେ ଡାକି ନିଆ । ୧୧ ଜୁସ୍ତ ନାଉଁଦାରି ଡାକ୍ପୁଟା ଅଇଲା ଜିୟସୁୟ ମିସା ତମ୍କେ ଜୁଆର୍ ଜାନାଇଲାନି । ଏ ତିନ୍ ଲକ୍ସେ ଇତି ରଇବା ଜିଉଦି ବିସ୍ବାସିମନ୍ । ପର୍ମେସରର୍ ରାଇଜ୍ ବିସଇତେଇ ରଇବା ସୁବ୍କବର୍ ଜାନାଇବାକେ ସେମନ୍ ମର୍ ସଙ୍ଗ୍ କାମ୍ କଲାଇନି । ସେମନ୍ ମକେ ବେସି ସାର୍ଦା କରାଇଆଚତ୍ ।
୧୨ [g]ଏପାପ୍ରା ତାର୍ ଜୁଆର୍ ଜାନାଇଲାନି । ସେ ମିସା ତମର୍ ନଅରର୍ ଲକ୍ । ସେ ମିସା ଗଟେକ୍ ଜିସୁକିରିସ୍ଟର୍ ଗତିଦାଙ୍ଗ୍ଡା । ସେ ତମର୍ପାଇ ସବୁବେଲେ ମନ୍ଦିଆନ୍ ଦେଇ ପାର୍ତନା କରିଲାଗିରଇସି । ଜେନ୍ତିକି ତମେ ଡାଟ୍ ଅଇ ସିଦ୍ ଅଇସା ଆରି ପର୍ମେସର୍ ତମ୍କେ କରା ବଲି ମନ୍କଲାଟା ଜାନିରଇସା । ୧୩ ଏରାପଲି ଆରି ଲାଉଦିକିଆଇ ରଇବା ବିସ୍ବାସିମନର୍ପାଇ ଆରି ତମର୍ପାଇ ମିସା ସେ ଆବଡ୍ ଅଇଲାନି ବଲି ମୁଇ ସାକି ଦେଲିନି । ୧୪ [h]ଆମର୍ ଆଲାଦର୍ ନିଜେ ଅସଦେଉ ଲୁକ ଆରି ଦିମା ତମ୍କେ ଜୁଆର୍ ଜାନାଇଲାଇନି ।
୧୫ ଲାଉଦିକିଆତେଇ ରଇବା ବାଇବଇନିମନ୍କେ, ମର୍ ଜୁଆର୍ ଜାନାଇଦିଆସ୍ । ବଇନି ନୁମ୍ପାକେ ଆରି ତାର୍ ଗରେ ରୁଣ୍ଡ୍ବା ସବୁ ବିସ୍ବାସିମନ୍କେ ମିସା ମର୍ ଜୁଆର୍ ଜାନାଆ । ୧୬ ତମେ ଏ ଚିଟିତେଇ ଲେକ୍ଲାଟା ସୁନିସାରାଇଲାପଚେ ଲାଉଦିକିଆଇ ରଇବା ବାଇବଇନିମନ୍କେ ମିସା ସୁନାଇଦେବାର୍ଆଚେ ଆକା । ୧୭ [i]“ମାପ୍ରୁ ତକେ ସର୍ପିଦେଲା କାମ୍ ତୁଇ କରିସାରାଇବାର୍ ଆଚେ ଆକା” ବଲି ଆର୍କିପସ୍କେ କୁଆ ।
୧୮ ମୁଇ ପାଉଲ୍ ଏଟା ନିଜେ ଲେକ୍ଲିନି, “ଜୁଆର୍ ! ମୁଇ ବନ୍ଦିଗରେ ଆଚିବଲି ଏତାଆ ।” ପର୍ମେସରର୍ ଜିବନ୍ ଦୁକାଇ ଦୟା ଦେକାଇଲାଟା ତମର୍ ସଙ୍ଗ୍ ରଅ ।
<- କଲସିଅ 3