୩ ସେ ନିଜେ ଏ କବରର୍ ଅରତ୍ ବୁଜାଇପାର୍ସି । ସେଟା ଗଟେକ୍ ବେସି ମୁଲିଅ ରଇବା ବିସଇ ।
୪ କେ ମିସା କାତାର୍ ଚାଲାକିସଙ୍ଗ୍ ତମ୍କେ ନ ନାଡାଅତ୍ ବଲି ଆସାକରି ଏଟା ମୁଇ ତମ୍କେ ଲେକ୍ଲିନି । ସେମନ୍ କଇବା କାତା ସତ୍ପାରା ଲାଗ୍ଲେମିସା ନାଡାଇ ଉଆନାଇ । ୫ କାଇକେବଇଲେ ଗାଗଡ୍ ଇସାବେ ମୁଇ ତମର୍ ସଙ୍ଗ୍ ନ ରଇଲେ ମିସା ଆତ୍ମା ଇସାବେ ଆଚି । ତମେ କିରିସ୍ଟକେ ଡାଟ୍ସଙ୍ଗ୍ ବିସ୍ବାସ୍ କଲାଟା ଆରି ଗଟେକ୍ ମନ୍ ଅଇରଇବାଟା ଦେକି ମୁଇ ବେସି ସାର୍ଦା ଅଇଲିନି ।
୮ କେ ମିସା ନିଜର୍ ଚାଲାକିକରି ପର୍ମେସରର୍ ବିସଇ ତିଆର୍କରି ରଇବାଟା ସଙ୍ଗ୍ ତମ୍କେ ପାନ୍ଦେ ନ ଲାଗାଅତ୍, ସେଟାର୍ପାଇ ଜାଗ୍ରତ୍ ଅଇରୁଆ । ସେମନ୍ ସିକାଇବାଟା କାଇ ଲଡାକେ ନ ଆସେ ଆରି ସେଟା ସତ୍ ବିସଇ ନଏଁ । ସେଟା ବିନ୍ ଲକର୍ଟାନେଅନି ସୁନି ସୁନି ଆଇବାଟା ଆରି ସେଟା ଏ ଜଗତ୍ ବିତ୍ରେ ରଇବା ନିୟମ୍ । ମାତର୍ କିରିସ୍ଟର୍ ବିସଇଟାନେ ରଇବା, ସତ୍ ସିକିଆ ନଏଁ । ୯ କାଇକେବଇଲେ ନର୍ରୁପ୍ ଦାରିରଇବାବେଲେ ମିସା କିରିସ୍ଟ ପୁରାପୁରୁନ୍ ପର୍ମେସର୍ ରଇଲା । ୧୦ ଆରି ତମେ ତାର୍ ସଙ୍ଗ୍ ମିସିରଇଲାର୍ପାଇ ଆତ୍ମା ଇସାବେ ପୁରାପୁରୁନ୍ ଅଇଆଚାସ୍ । ବିନ୍ ବିନ୍ ବପୁ ଆରି ଅଦିକାର୍ ଉପ୍ରେ ରଇ, କିରିସ୍ଟର୍ ସାସନ୍ ବଡ୍ ।
୧୧ ତମେ କିରିସ୍ଟ ସଙ୍ଗ୍ ମିସ୍ଲାର୍ପାଇ ସୁନତ୍ ଅଇଲାପାରା ଅଇଆଚାସ୍ । ଜେନ୍ତିକି ତମର୍ ପାପର୍ ଗୁନ୍ଚଲନେ ଅନି ମୁକ୍ଲିଆଚାସ୍ । ଗାଗଡ୍ ଇସାବେ ସୁନତ୍ ଅଇଆଚାସ୍ ବଲି ମୁଇ କଇନାଇ, ମାତର୍ କିରିସ୍ଟସେ ତମର୍ ପାପର୍ ଗୁନ୍ଚଲନେଅନି ମୁକ୍ଲାଇଆଚେ । ୧୨ [a]ତମେ ଜେଡେବେଲେ ଡୁବନ୍ ନେବାକେ ପାନିଟାନେ ବୁଡ୍ଲାସ୍, ସେଟା ତମର୍ ପାପର୍ ଗୁନ୍ଚଲନ୍ କିରିସ୍ଟର୍ ସଙ୍ଗ୍ ମରିକରି ତପିଅଇଲାପାରା ଅଇରଇଲାସ୍ । ପାନିବିତ୍ରେଅନି ବାରଇଲାଟା ନୁଆ ଗୁନ୍ଚଲନ୍ ଦାରି କିରିସ୍ଟର୍ ସଙ୍ଗ୍ ଆରି ତରେକ୍ ଉଟ୍ଲାପାରା ଅଇଲା । ପର୍ମେସର୍ ତାର୍ ବପୁସଙ୍ଗ୍ ମଲାତେଇଅନି ଜିବନ୍କରି କିରିସ୍ଟକେ ଉଟାଇଲା ବଲି ତମେ ବିସ୍ବାସ୍ କଲାର୍ପାଇ ଏଟା ତମ୍କେ ଗଟ୍ଲା । ୧୩ [b]ତମେ ଜିଉଦି ନ ଅଇଲା ଲକ୍ମନ୍ ପର୍ମେସରର୍ ନିୟମ୍ ନ ମାନ୍ଲାର୍ପାଇ ତାର୍ଟାନେଅନି ବେଗ୍ଲି ରଇଲାସ୍ । ଆରି ତମର୍ ପାପର୍ ଗୁନ୍ଚଲନର୍ ବପୁଅନି ମୁକ୍ଲି ନ ରଇଲାସ୍ । ମାତର୍ ପର୍ମେସର୍ କିରିସ୍ଟର୍ ସଙ୍ଗ୍ ଗଟେକ୍ ନୁଆ ଜିବନ୍ କରି ତମ୍କେ ଉଟାଇଆଚେ । ସେ ଆମର୍ ସବୁ ପାପ୍ କେମାକରି ଦେଲାଆଚେ । ୧୪ [c]ଆମେ କରିରଇବା ସବୁ ପାପ୍ ଲେକାଅଇରଇବା ଚିଟିପତର୍ ଜନ୍ଟା କି ଆମ୍କେ ଦସିକରିରଇଲା, ସେ ସବୁ ପର୍ମେସର୍ ଲିବାଇଦେଲା । ଲେକ୍ଲାଟାମନ୍ କୁରୁସ୍କାଟେ କୁଟି ମାରି କୁରୁପ୍ନାସ୍ କଲା । ୧୫ ସାସନ୍ କରି ଅଦିକାରେ ରଇବା ସବୁ କାରାପ୍ ଆତ୍ମାମନ୍କେ ସେ ଆରାଇଲା । କିରିସ୍ଟ କୁରୁସ୍କାଟେ ମଲାକେ, ସେ ସବୁ ସାସନ୍କାରିଆମନ୍କେ ଆରାଇଲା ବଲି ଦେକାଇଲା ।
୧୬ [d]ତେବର୍ପାଇ ତମର୍ କାଇବା, ପିଇବା, ବିସଇ ଅ କି ତାକର୍ କେତେଟା ପରବ୍ଚନ୍ଦ୍ଟାନେ କି ଉଆଁସ୍ରାତି ବେଲେ କି ବିସ୍ରାମ୍ବାରେ ତମେ ମିସାସ୍ନାଇ, ବଲି କାକେ ବିଚାର୍ କର୍ବାକେ ଦିଆସ୍ନାଇ । ୧୭ ଏ ସବୁ ନିୟମ୍ ପର୍ମେସର୍ ଆମ୍କେ ଦେବିବଲି କାତାଦେଇରଇବା ବିସଇର୍ ଚିନ୍ । ଏ ସବୁ ନିୟମର୍ ଚିନ୍ କିରିସ୍ଟର୍ଟାନେ ପୁରାପୁରୁନ୍ ସିଦ୍ ଅଇସି । ୧୮ ନିଜ୍କେ ନିଚ୍କରି ସେମନ୍ ଉପାସନା କଲାପାରା ଦୁତ୍ମନ୍କେ ଉପାସନା କର୍ବାକେ, କାକେମିସା ବାଦିଅ କର୍ବାକେ ଦିଆସ୍ନାଇ । ସେନ୍ତାର୍କଲେ ପର୍ମେସର୍ କାତାଦେଇରଇବା ପୁରୁସ୍କାର୍ ତମ୍କେ ନ ମିଲେ । ସେନ୍ତାରି ସିକାଇବା ଗଟେକ୍ଲକ୍, ପର୍ମେସର୍ଟାନେ ଅନି ଦର୍ସନ୍ ଦେକିଆଚି ବଲିକରି ଅଦିକାର୍ ସଙ୍ଗ୍ ସିକାଇଲାନି । ସେ ତାର୍ ଚାଲାକିସଙ୍ଗ୍ ନିଜେ ତିଆର୍କରିରଇବା ବିସଇର୍ ଲାଗି ବଡ୍ପନ୍ ଅଇସି, ମାତର୍ ସତଇସେ ସେନ୍ତାରି ବଡ୍ପନ୍ ଅଇବାକେ କାଇଟାମିସା ନାଇ । ୧୯ [e]କିରିସ୍ଟର୍ ବିସଇଟାନେ ରଇବା ସତ୍ ସିକିଆ ଚାଡିଦେଲାଇ ଆଚତ୍ । କିରିସ୍ଟ ଜେ କି ଗାଗଡର୍ ମୁଣ୍ଡ୍ ଅଇଆଚେ । ମୁଣ୍ଡ୍ ଜେନ୍ତାର୍କି ଗାଗଡ୍କେ ବାଟ୍ ଦେକାଇସି, ସେନ୍ତାରିସେ ତାର୍ ଲକ୍ମନ୍ ଗଟେକ୍ ଅଇରଇବାକେ କିରିସ୍ଟ ବାଟ୍ ଦେକାଇସି । ଗାଗଡର୍ ସନ୍ଦି ଆରି ଚିର୍ ଗାଗଡ୍କେ ଗଟେକ୍ କରି ସଙ୍ଗଇଲାପାରା । ଆରି ପର୍ମେସର୍ ମନ୍କଲାପାରା ସେଟା ବଡ୍ସି ।