୫ ତାର୍ ଆର୍କର୍ ଦିନେ ଜିଉଦି ନେତାମନ୍, ଆରି ପାର୍ଚିନ୍ମନ୍ ଆରି ନିୟମ୍ ସିକାଉମନ୍ ଜିରୁସାଲମେ ରୁଣ୍ଡ୍ଲାଇ । ୬ ସେମନର୍ ବିତ୍ରେ ବଡ୍ପୁଜାରି ଆନାନ୍, କାୟାପା, ଜଅନ୍, ଆଲେକ୍ଜାଣ୍ଡାର୍ ଆରି ବଡ୍ ପୁଜାରିର୍ କୁଟୁମେ ରଇବା ବିନ୍ ଲକ୍ମନ୍ ମିସ୍ଲାଇ । ୭ ପେରିତ୍ମନ୍କେ ସେମନର୍ ମୁଆଟେ ଡାକାଇ ପାଚାର୍ଲାଇ, “ତମେ ଏଟା ସବୁ କେନ୍ତାର୍ କଲାସ୍ନି ? କାର୍ ବପୁସଙ୍ଗ୍ ନଇଲେ କାର୍ ନାଉଁଦାରି ଏଟା କଲାସ୍ନି ?”
୮ ସେଟାର୍ପାଇ ପିତର୍ ସୁକଲ୍ଆତ୍ମାଇ ପୁରାପୁରୁନ୍ ଅଇ ସେମନ୍କେ କଇଲା, “ତମେ ଜେ କି ଆମର୍ ସାସନ୍କାରିଆମନ୍ ଆରି ପାର୍ଚିନ୍ମନ୍ ! ୯ ଜଦି ଆଜି ଏ ଚଟାର୍ ପାଇ କରିରଇଲା ନିମାନ୍ କାମର୍ଲାଗି ଆମ୍କେ ପର୍ସନ୍ କଲାସ୍ନି ଆରି ସେ କେନ୍ତାର୍ ନିମାନ୍ ଅଇଲା ବଲି ଜାନ୍ବାକେ ମନ୍ କଲାସ୍ନି, ୧୦ ତେବେ ତମେ ଆରି ଇସ୍ରାଏଲର୍ ସବୁ ଲକ୍ ଜାନ୍ବାର୍ ଦର୍କାର୍ ଜେ, ତମର୍ ମୁଆଟେ ଟିଆଅଇରଇଲା ଏ ଲକ୍ ଅବ୍କା ନାଜ୍ରିତ୍ ଗଡର୍ ଜିସୁକିରିସ୍ଟର୍ ବପୁସଙ୍ଗ୍ ପୁରାପୁରୁନ୍ ନିମାନ୍ ଅଇଲା ଆଚେ । ସେ ଜିସୁକେ ତମେ କୁର୍ସେ ମରାଇଲାସ୍ । ମାତର୍ ପର୍ମେସର୍ ତାକେ ମଲାତେଇଅନି ଆରି ତରେକ୍ ଉଟାଇଲା ଆଚେ ।” ୧୧ ଜିସୁର୍ ବିସଇ ଦରମ୍ ସାସ୍ତରେ ଲେକା ଅଇଲାଆଚେ,
୧୨ ସେ ଆକା ଆମ୍କେ ମୁକ୍ତି ଦେଇସି । ଗୁଲାଇ ଜଗତର୍ପାଇ ପର୍ମେସର୍ ତାକେସେ ଦେଲା ଆଚେ । ଜେ କି ଆମ୍କେ ରକିଆ କର୍ସି । ୧୩ ବଡ୍ସବାର୍ ଲକ୍ମନ୍ ପିତର୍ ଆରି ଜଅନର୍ ସାଆସ୍ ଦେକି କାବା ଅଇଗାଲାଇ । ସେମନ୍ ପାଟ୍ସାଟ୍ ନ ପଡି ଅବ୍କା ଲକ୍ମନ୍ସେ ବଲି ଜାନିରଇଲାଇ । ଆରି ସେମନ୍ ଦୁଇ ଲକ୍ ଜିସୁର୍ ସଙ୍ଗ୍ ରଇଲାଇ ବଲି ଚିନିରଇଲାଇ । ୧୪ ମାତର୍ ତାକର୍ ବିରୁଦେ କାଇବଲି କଇନାପାର୍ଲାଇ, କାଇକେ ବଇଲେ ନିମାନ୍ ଅଇଲା ଲକ୍କେ ପିତର୍ ଆରି ଜଅନ୍ସଙ୍ଗ୍ ଟିଆଅଇରଇଲାଟା ଦେକ୍ଲାଇ । ୧୫ ସେଟାର୍ ପାଇ ସେମନ୍ ସିସ୍ମନ୍କେ ସେ ସବାଇଅନି ବାର୍କରାଇଦେଇକରି ତାକର୍ ତାକର୍ ବିତ୍ରେ କାତାବାର୍ତା ଅଇବାର୍ ଦାର୍ଲାଇ । ୧୬ ସେମନ୍ କାତା ଅଇଲାଇ, “ଆମେ ଏମନ୍କେ କାଇଟା କରୁ ? ଏମନ୍ କରିରଇବା ଏ କାବା ଅଇଜିବା କାମ୍ ବିସଇ ଜିରୁସାଲମର୍ ସବୁ ଲକ୍ ଜାନିଗାଲାଇ ଆଚତ୍ । ଏ ସତ୍ ଗଟେନାଇ କି ନାଜାନୁ ବଲି କଇ ନାପାରୁ । ୧୭ ମାତର୍ ଏ କାତା ଲକ୍ମନର୍ ବିତ୍ରେ ଆରି ଅଦିକ୍ ଉଡ୍ରା ଅଇ ନ ଜାଅ, ଜିସୁର୍ ବିସଇ ଆରି କେବେ କାର୍ ମୁଆଟେ ନ କଇବାକେ ସେମନ୍କେ ଆମେ ଡାଟ୍ ସଙ୍ଗ୍ ଜାଗ୍ରତ୍ କରାଇଦେଉଁ ।” ୧୮ ସେଟାର୍ ପାଇ ସେମନ୍ ପିତର୍ ଆରି ଜଅନ୍କେ ଆରି ତରେକ୍ ବିତ୍ରେ ଡାକ୍ଲାଇ । ଆରି କେବେମିସା ଜିସୁର୍ ନାଉଁ ଦାରି କାଇମିସା କାତା ନ କଇବାକେ ଆରି ସିକିଆ ନ ଦେବାକେ ଜାଗ୍ରତ୍ କରାଇଦେଲାଇ । ୧୯ ମାତର୍ ପିତର୍ ଆରି ଜଅନ୍ କଇଲାଇ, “ତମର୍ ବାଦିଅ ଅଇବୁ, କି ପରମେସରର୍ ବାଦିଅ ଅଇବୁ, କନ୍ ବିସଇ ପରମେସରର୍ ମୁଆଟେ ଟିକ୍ ସେଟା ତମେ ବିଚାର୍ କରା । ୨୦ କାଇକେ ବଇଲେ ଆମେ ଜାଇଟା ଦେକ୍ଲୁ ଆଚୁ ଆରି ସୁନ୍ଲୁ ଆଚୁ ସେଟା ନ କଇକରି ରଇନାପାରୁ ।” ୨୧ ମାତର୍ ବଡ୍ସବାର୍ ଲକ୍ ଆରି ଡାଟ୍ସଙ୍ଗ୍ ସେମନ୍କେ ଦମ୍କାଇକରି ଚାଡି ଦେଲାଇ । ସେମନ୍କେ ଡଣ୍ଡ୍ଦେବାଟା କସ୍ଟ ବଲି ସେମନ୍ ଜାନିପାର୍ଲାଇ । କାଇକେ ବଇଲେ ସେ କାବାଅଇଜିବା କାମର୍ ଲାଗି ଲକ୍ମନ୍ ପର୍ମେସର୍କେ ଜୁଆର୍ କର୍ତେ ରଇଲାଇ । ୨୨ ଜନ୍ ଲକ୍ କାବା ଅଇଜିବା କାମର୍ଲାଗି ନିମାନ୍ ଅଇରଇଲା, ତାକେ ଚାଲିସ୍ ବରସେଅନି ଅଦିକ୍ ଅଇରଇଲା ।
୨୭ [a]କାଇକେବଇଲେ ଏ ନଅରେ ଏରଦ୍ ଆରି ପନ୍ତିୟ ପିଲାତ୍ ଇସ୍ରାଏଲିୟମନର୍ ସଙ୍ଗ୍ ଆରି ଜିଉଦି ନ ଅଇରଇବା ଲକର୍ସଙ୍ଗ୍ ମିସି ଜିସୁର୍ ବିରଦେ ଜଜ୍ନା କଲାଇ । ସେ ସେ ତମର୍ ସୁକଲ୍ ଦାଙ୍ଗ୍ଡା ଆରି ତମେ ବାଚ୍ଲା ମସିଅ । ୨୮ ତମର୍ ବପୁ ଆରି ମନ୍ କଲାଟା ଇସାବେ ଜାଇଟା ସବୁ ଗଟାଇବାପାଇ ତମେ ଟିକ୍ କରି ରଇଲାସ୍, ସେମନ୍ ଗଟେକ୍ ଅଇ ସେ ସବୁ କର୍ବାକେ ଲାଗିପଡ୍ଲାଇ । ୨୯ “ଏ ମାପ୍ରୁ, ସେମନ୍ ଆମ୍କେ ଜନ୍ ଦମକ୍ ଦେଲାଇ ଆଚତ୍ ସେ ବିସଇ ସୁନା ଆରି ନ ଡର୍ତେ ତମର୍ କାତା ଜାନାଇବାକେ ତମର୍ ଏ ଦାଙ୍ଗ୍ଡାମନ୍କେ ଡାଟ୍ କରା । ୩୦ ନିମାନ୍ କର୍ବାକେ ତମର୍ ଆତ୍ ଲାମାଆ ଆରି ତମର୍ ସୁକଲ୍ ଦାଙ୍ଗ୍ଡା ଜିସୁର୍ ନାଏଁ ନ ଅଇବା କାମ୍ ଆରି କାବା ଅଇଜିବା କାମ୍ମନ୍ ସାଦନ୍ କରାଆ ।”
୩୧ ସେମନ୍ ପାର୍ତନା କରିସାରାଇଲା ପଚେ ଜନ୍ ଜାଗାଇ ରୁଣ୍ଡିରଇଲାଇ, ସେଟା ଚୁଲ୍ବୁଲିଗାଲା । ସେମନ୍ ସବୁ ସୁକଲ୍ଆତ୍ମାଇ ପୁରାପୁରୁନ୍ ଅଇଲା । ଆରି ନ ଡର୍ତେ ପର୍ମେସରର୍ କାତା ଜାନାଇବାର୍ ଦାର୍ଲାଇ ।
୩୬ ସାଇପରସ୍ ନାଉଁର୍ ଗଟେକ୍ ଜାଗାଇ ଜନମ୍ କରିରଇବା ଲେବି କୁଟୁମର୍ ଜସେପ୍, ଜାକେ ପେରିତ୍ ସିସ୍ମନ୍ ବର୍ନବା ବଲି ନାଉଁ ଦେଇ ରଇଲାଇ । ବର୍ନବାର୍ ଅରତ୍ ଦୁକ୍ ସାରାଇବା ପିଲା । ସେ ତାର୍ ଜମି ବିକ୍ଲା ଆରି ୩୭ ଡାବୁ ପେରିତ୍ ସିସ୍ମନ୍କେ ସର୍ପିଦେଲା ।
<- ପେରିତ୍ 3ପେରିତ୍ 5 ->