୧୭ “ସେଟାର୍ ପାଇ ଏ ଇସ୍ରାଏଲର୍ ବାଇମନ୍, ତମେ ଆରି ତମର୍ ନେତାମନ୍ ଜିସୁକେ ଜାଇଟା କଲାସ୍, ସେଟା ନାଜାନିକରି କଲାସ୍, ଏଟା ମୁଇ ଜାନି । ୧୮ ବେସି ବରସ୍ ଆଗ୍ତୁ ତାର୍ ବବିସତ୍ବକ୍ତା ମନର୍ଟାନେ ଅନି ଜାନାଇରଇବା କାତା ଇସାବେ ଏବେ ସିଦ୍ ଅଇଲା ଜେ, ସେ ମସିଅ ଦୁକ୍ପାଇବାକେ ଅଇସି । ୧୯ ସେନ୍ତିଆଲେ ତମେ ମନ୍ବାଦ୍ଲାଇ କରି ପରମେସରର୍ ବାଟେ ବାଉଡି ଆସା । ତେବେ ସେ ତମର୍ ପାପ୍ କେମା କର୍ସି ।” ୨୦ ଆରି ମାପ୍ରୁର୍ଟାନେଅନି ଆତ୍ମାଇ ବପୁ ପାଇସା, ପରମେସର୍ ତମର୍ପାଇ ସେ ଆଗେଅନି ବାଚ୍ଲା, ମସିଅ ଜିସୁକେ ପାଟାଇସି । ୨୧ ପର୍ମେସର୍ ସବୁ ବିସଇ ନୁଆ କର୍ବା ବେଲା ଜାକ ସେ ସର୍ଗେ ରଇସି । ଏଟା ପର୍ମେସର୍ ପୁର୍ବେ ରଇଲା ତାର୍ ସୁକଲ୍ ବବିସତ୍ବକ୍ତାମନ୍କେ ସପତ୍ କରିରଇଲା । ୨୨ ସେ ବିସଇ ମସା କଇରଇଲା, ତମର୍ ମାପ୍ରୁ ପରମେସର୍ ତମର୍ ଲଗେ ମର୍ପାରା ବବିସତ୍ବକ୍ତାକେ ପାଟାଇସି । ତମର୍ ବାଇମନର୍ ବିତ୍ରେ ଅନି ଗଟେକ୍ ଲକ୍କେ ପାଟାଇସି । ସେ ଜେତ୍କି ବିସଇ କଇସି, ସେଟା ସବୁ ତମେ ମାନ୍ବାର୍ ଆଚେ । ୨୩ କେ ଜଦି ସେ ବବିସତ୍ବକ୍ତାର୍ କାତା ନ ନାମେ ତାକେ ପରମେସରର୍ ଲକ୍ମନର୍ଟାନେଅନି ଅଲ୍ଗା କରି କୁରୁପ୍ନାସ୍ କରିପାକାଇସି । ୨୪ ଜେତ୍କି କବର୍ ସୁନିରଇବା ବବିସତ୍ବକ୍ତା ରଇଲାଇ, ସାମୁଏଲ୍ ଆରି ଜେ ଜେ ତାର୍ ପଚେ ଆଇଲାଇ ଆରି ଏବେ ଜାଇଟା ଗଟ୍ଲା, ସେ ବିସଇ କଇରଇଲାଇ । ୨୫ ପର୍ମେସର୍ ବବିସତ୍ବକ୍ତାମନର୍ ଟଣ୍ଡେଅନି ଜନ୍ସବୁ କାତା ଦେଲାଆଚେ ସେଟା ତମର୍ ପାଇସେ ଟିକ୍ । ତମର୍ ଆନିଦାଦିମନର୍ ସଙ୍ଗ୍ ଜନ୍ ରାଜିନାମା କଲାଆଚେ, ତମେ ମିସା ତେଇ ମିସିଆଚାସ୍ । ପର୍ମେସର୍ ଅବ୍ରାଆମ୍କେ କଇରଇଲା, “ମୁଇ ତମର୍ ନାତିତିତି ମନର୍ଟାନେଅନି ଜଗତର୍ ସବୁ ଲକ୍କେ ଆସିର୍ବାଦ୍ କର୍ବି । ୨୬ ସେଟାର୍ପାଇ ପରମେସର୍ ତାର୍ ସେବାକାରିଆକେ ବାଚ୍ଲା ଆରି ତମ୍କେ ସବୁ ଲକ୍କେ ବାନିଆ ବାଟେଅନି ବାଉଡାଇଆନ୍ବାକେ ଆରି ଆସିର୍ବାଦ୍ କର୍ବାକେ ପର୍ତୁମ୍ ତାକେ ତମର୍ ଲଗେ ପାଟାଇଲା ।”
<- ପେରିତ୍ 2ପେରିତ୍ 4 ->- a ମାତିଉ ୨୭:୧୫-୨୩; ମାର୍କ ୧୫:୬-୧୪; ଲୁକ୍ ୨୩:୧୩-୨୩; ଜଅନ୍ ୧୯:୧୨-୧୫