୨ “ରାଜା ଆଗ୍ରିପା ! ଜିଉଦିମନ୍ ମକେ ଜନ୍ ସବୁ ବିସଇ ନେଇ ଦସି କରିଆଚତ୍, ସେଟାର୍ ବିରଦେ ତମର୍ ମୁଆଟେ, ନିଜର୍ ବାଟେଅନି କଇବାକେ ବେଲା ପାଇଲାର୍ ପାଇ ମୁଇ କେଡେ କରମର୍ ଲକ୍ ବଲି ବାବ୍ଲିନି ।” ୩ କାଇକେବଇଲେ ଜିଉଦିମନର୍ ରିତିନିତି ବିସଇ ଆରି ସେମନର୍ ଲାଗାଜଡା ବିସଇ ତମେ ନିକସଙ୍ଗ୍ ଜାନାସ୍ । ମୁଇ ଗୁଆରି କଲିନି, ତମେ ବିଜାର୍ ନ ଅଇକରି ମର୍ ସବୁକାତା ସୁନା ।
୪ “ପିଲାବେଲେଅନି କେନ୍ତି ମୁଇ ଜିଇଲି ଆଚି, ସେଟା ଜିଉଦିମନ୍ ଜାନତ୍ । ପର୍ତୁମ୍ ମର୍ ନିଜର୍ ଦେସେ ଆରି ପଚେ ଜିରୁସାଲମେ ମୁଇ କେନ୍ତି ଜିବନ୍ କାଟ୍ଲି ଆଚି, ସେଟା ମିସା ସେମନ୍ ଜାନତ୍ । ୫ [a]ଆଗେଅନି ମୁଇ ଜିଉଦି ନିୟମ୍ ସବୁ ମାନିକରି ପାରୁସିମନର୍ ପାରା ଚଲାଚଲ୍ତି କଲିଆଚି, ସେ ବିସଇ ସେମନ୍ ସାକି ଦେଇପାରତ୍ ।” ୬ ପର୍ମେସର୍ ଆମର୍ ଆନିଦାଦିମନ୍କେ ଜନ୍ କାତା ଦେଇ ରଇଲା, ତେଇ ମର୍ ଆସା ରଇଲାର୍ପାଇ ଆଜି ମୁଇ ଇତି ବିଚାର୍ନା କରାଇଅଇବାକେ ଟିଆ ଅଇଲିଆଚି । ୭ ମାତର୍ ଏ ରାଜା, ଏ ଆସା ଆମର୍ ବାର୍ଟା ଜିଉଦି ଜାତିର୍ ଲକ୍ ଦିନ୍ ରାତି ମାପ୍ରୁକେ ପାର୍ତନା କରି, ପାଇବାକେ ଆସାକଲାଇନି । ଆରି ଏ ଆସାର୍ ଲାଗି ଆମର୍ ଜିଉଦିମନ୍ ମକେ ଦସି କରିଆଚତ୍ । ୮ ପର୍ମେସର୍ ମଲା ଲକ୍କେ ଉଟାଇସି, ବଲି କାଇକେ ବିସ୍ବାସ୍ କରିନାପାର୍ଲାସ୍ନି ?
୯ [b]“ମୁଇ ମିସା ସେମନର୍ ପାରା ରଇଲି । ନାଜରିତିୟ ଜିସୁର୍ ବାଟେ ଜିବା ସବୁ ଲକ୍ମନର୍ ବିରୁଦେ ମର୍ ଜେତ୍କି ବପୁ ସଙ୍ଗ୍ ମିସା କାମ୍ କର୍ବାର୍ ଆଚେ ବଲି ଚିନ୍ତା କଲି । ୧୦ ମୁଇ ଜିରୁସାଲାମେ ସେନ୍ତି କଲି । ମୁକିଅ ପୁଜାରିମନର୍ତେଇଅନି ଅଦିକାର୍ ଚିଟି ପାଇ, ପରମେସରର୍ ବେସି ଲକ୍ମନ୍କେ ବାନ୍ଦି କରି, ବନ୍ଦି ଗରେ ପୁରାଇଦେଲି । ଆରି ସେମନ୍କେ ମରନର୍ ଡଣ୍ଡ୍ ଦେବାକେ ବିଚାର୍ନା କଲାବେଲେ, ସେମନର୍ ବିରୁଦେ ଟିଆଅଇଲି । ୧୧ କେତେ କେତେ ତର୍ ପାର୍ତନା ଗର୍ମନ୍କେ ସେମନ୍ ବିସ୍ବାସ୍ ଚାଡତ୍ ବଲି ମାର୍ବାକେ ତିଆର୍ଲି, ସେମନର୍ ଉପ୍ରେ ଏତେ ରିସା ଅଇଜାଇରଇଲି ଜେ, ସେମନ୍କେ କସ୍ଟ ଦେବାକେ ବିଦେସେ, ରଇବା ଗଡ୍ମନ୍କେ ମିସା ଜାଇରଇଲି ।”
୨୪ ପାଉଲ୍ ନିଜର୍ ବାଟେଅଇ କଇଲା ବେଲେ, ପେସ୍ଟସ୍ ତାକେ ଆଉଲିଅଇ କରି କଇଲା, “ପାଉଲ୍, ତୁଇ ବାୟା ଅଇଗାଲୁସ୍ ! ତୁଇ ପାଟ୍ପଡି ବେସି ପାଇରଇବା ଗିଆନ୍ ତକେ ବାୟା କଲାଆଚେ ।”
୨୫ ପାଉଲ୍ କଇଲା, “ଏ ମାପ୍ରୁ ପେସ୍ଟସ୍, ମୁଇ ବାୟା ଅଇନାଇ, ମୁଇ ଜାଇଟା କଇଲିନି ସେଟା ପୁରାପୁରୁନ୍ ସତ୍ । ଆରି ତବିର୍ ବୁଦିର୍ କାତା କଇଲିଆଚି । ୨୬ ଏ ରାଜା ଅଗ୍ରିପା ! ତମେ ଏ ବିସଇ ଜାନିରଇଲାର୍ ପାଇ, ତମର୍ ମୁଆଟେ ଏ କାତା କଇବାକେ ସାଆସ୍ କଲିନି ! ମୁଇ ଜାନାଇରଇବା ସବୁ ବିସଇର୍ କାଇ କାତା ମିସା, ସେ ନାଜାନେ, ବଲି ମୁଇ ବିସ୍ବାସ୍ କରିନାଇ ! କାଇକେବଇଲେ ଏଟା ଲୁଚ୍ତେ କରାଅଏ ନାଇ । ୨୭ ରାଜା ଆଗ୍ରିପା, ତମେ ବବିସତ୍ବକ୍ତାମନ୍କେ ବିସ୍ବାସ୍ କଲାସ୍ନି ତ ? ମୁଇ ଜାନି ତମେ ବିସ୍ବାସ୍ କଲାସ୍ନି !”
୨୮ ଆଗ୍ରିପା ପାଉଲ୍କେ କଇଲା, “ଏ ଅଲପ୍ ବେଲା ବିତ୍ରେ ତୁଇ କାଇ ମକେ ବିସ୍ବାସି କରିଦେବି ବଲି ବାବ୍ଲୁସ୍ନି କି ?”
୨୯ ପାଉଲ୍ କଇଲା, “ଚନେକ୍ ଅ କି ପରେକ୍ ଅ, ପର୍ମେସରର୍ ଲଗେ ମର୍ ଏତ୍କି ମାଙ୍ଗ୍ଲିନି । ଅବ୍କା ତମେସେ ନାଇ ରାଜା, ଆଜି ମର୍ କାତା ସୁନିରଇବା ସବୁ ଲକ୍ ମର୍ପାରା କିରିସ୍ଟର୍ ସିସ୍ ଉଆ । ମାତର୍ ମର୍ପାରା ଏନ୍ତି ସିକ୍ଲିସଙ୍ଗ୍ ବାନ୍ଦାଇ ଉଆ ବଲି ମୁଇ କଇନାଇ ।”
୩୦ ତାର୍ ପଚେ ରାଜା, ସାସନ୍କାରିଆ, ଆରି ବର୍ନିସ୍ ଆରି ବିନ୍ ଲକ୍ମନ୍ ଜିବାକେ ଉଟ୍ଲାଇ । ୩୧ ସେମନ୍ ବାରଇଲା ବେଲେ ତାକର୍ ତାକର୍ ବିତ୍ରେ କଇଲାଇ, “ଏ ଲକ୍ ଏନ୍ତି କାଇମିସା କାମ୍ କରେ ନାଇ, ଜନ୍ଟା କି ସେ ମରନର୍ ଡଣ୍ଡ୍ ପାଇବାକେ କି ବନ୍ଦି ଅଇବାକେ ।” ୩୨ ଆଗ୍ରିପା ପେସ୍ଟସ୍କେ କଇଲା, “ଜଦି ଏ ଲକ୍ ବଡ୍ସାସନ୍କାରିଆଟାନେ ବିଚାର୍ ପାଇବି ବଲି ଗୁଆରି କରି ନ ରଇଲେ, ତେବେ ଆମେ ତାକେ ଚାଡି ଦେଇତୁ ।”
<- ପେରିତ୍ 25ପେରିତ୍ 27 ->