୬ ପେସ୍ଟସ୍ ସେମନର୍ ସଙ୍ଗ୍ ଆଟ୍ ଦସ୍ ଦିନ୍ ଜିରୁସାଲମେ ରଇକରି ସିସେରିଆଇ ବାଅଡ୍ଲା । ତାର୍ ଆର୍କର୍ ଦିନେ ବିଚାର୍ କର୍ବା ଗରେ ବସି ପାଉଲ୍କେ ଆନ୍ବାକେ ଆଦେସ୍ ଦେଲା । ୭ ପାଉଲ୍ ଆଇଲା ଦାପ୍ରେ ଜିରୁସାଲମେଅନି ଆସିରଇବା ଜିଉଦିମନ୍ ତାକର୍ ଚାରିବେଟ୍ତି ବେଡି ଟିଆ ଅଇଲାଇ ଆରି ତାର୍ ବିରଦେ କେତେକ୍ କେତେକ୍ ବଡ୍ ବଡ୍ ଦାବା କଲାଇ, ମାତର୍ ସେମନ୍ ଏ ସବୁ ସତ୍ ବଲି ଦେକାଇ ନାପାର୍ଲାଇ । ୮ ମାତର୍ ପାଉଲ୍ ନିଜେ ନିଜର୍ ବାଟେ ଅନି କଇଲା, “ଜିଉଦିମନର୍ ରିତିନିତି, ମନ୍ଦିରର୍ କି ରମିଅ ସାସନ୍କାରିଆ, କାର୍ ମିସା ବିରଦେ ମୁଇ ଦସ୍ କରିନାଇ ।”
୯ ମାତର୍ ପେସ୍ଟସ୍ ଜିଉଦିମନ୍କେ ବଲ୍ ବଲାଇ ଅଇବାକେ ମନ୍ କରି ପାଉଲ୍କେ ପାଚାର୍ଲା, “ଜିରୁସାଲମେ ଜିବାକେ ଆରି ତେଇ ମର୍ ମୁଆଟେ, ଏ ସବୁ ଦାବାର୍ ବିଚାର୍ କର୍ବାକେ ତୁଇ କାଇ ରାଜି ଅଇସୁ କି ?”
୧୦ ପାଉଲ୍ କଇଲା, “ମୁଇ ବଡ୍ ସାସନ୍କାରିଆର୍ ନିଜର୍ ବିଚାର୍ନା ଜାଗାଇ ଟିଆ ଅଇଲିଆଚି, ଇତିସେ ମର୍ ବିଚାର୍ ଅଇବାର୍ ଦର୍କାର୍ । ତମେ ନିକକରି ଜାନାସ୍ ଜେ, ମୁଇ ଜିଉଦିମନର୍ ବିରଦେ କାଇମିସା ଦସ୍ କରିନାଇ । ୧୧ ଜଦି ମୁଇ ରିତିନିତି ନ ମାନି ମରନ୍ ଡଣ୍ଡ୍ ପାଇବାପାରା କାଇ ଦସ୍ କଲିଆଚି ବଇଲେ, ମର୍ବାକେ ନ ଡରି । ମାତର୍ ସେମନ୍ ମର୍ ବିରଦେ ଆନିରଇବା ଦାବା ବିତ୍ରେ କାଇମିସା ସତ୍ ନ ରଏ, ତେବେ କେ ମିସା ମକେ ସେମନ୍କେ ସର୍ପିଦେଇ ନାପାରତ୍ । ବଡ୍ ସାସନ୍କାରିଆ ଆକା ମକେ ବିଚାର୍ନା କର ବଲି ଗୁଆରି କଲିନି ।”
୧୨ ତାର୍ପଚେ ପେସ୍ଟସ୍ ତାର୍ ସବାଇ ରଇଲା ଲକ୍ମନର୍ ସଙ୍ଗ୍ କାତାବାର୍ତା ଅଇ କଇଲା, “ତମେ ବଡ୍ ସାସନ୍କାରିଆ ବିଚାର୍ କର ବଲି ଗୁଆରି କରିଆଚାସ୍, ସେଟାର୍ ପାଇ ତମ୍କେ ବଡ୍ ସାସନ୍କାରିଆର୍ ଲଗେ ପାଟାଇବି ।”
୨୨ ଆଗ୍ରିପା ପେସ୍ଟସ୍କେ କଇଲା, “ମୁଇ ନିଜେ ଏ ଲକର୍ କାତା ସୁନ୍ବାକେ ମନ୍ କଲିନି ।” ପେସ୍ଟସ୍ କଇଲା,
୨୩ ତାର୍ ଆର୍କର୍ ଦିନେ ଆଗ୍ରିପା ଆରି ବର୍ନିସ୍ ଆସି କେଟ୍ଲାଇ । ସେମନ୍ ରାଜାମନ୍ ପିନ୍ଦ୍ଲାପାରାଟା ପିନ୍ଦିର ଇଲା । ସନିଅମନର୍ ନେତାମନ୍ ଆରି ସେ ଗଡର୍ ବଡ୍ ବଡ୍ ଲକ୍ମନର୍ ସଙ୍ଗ୍ ବେସି ଡାକ୍ପୁଟା ସଙ୍ଗ୍ ଆସି, ବିଚାର୍ନା ଜାଗାଇ ପୁର୍ଲାଇ । ପେସ୍ଟସ୍ ଆଦେସ୍ କଲାକେ, ପାଉଲ୍କେ ବିତ୍ରେ ଆନ୍ଲାଇ । ୨୪ ପେସ୍ଟସ୍ କଇଲା, “ରାଜା ଆଗ୍ରିପା ଆରି ରୁଣ୍ଡି ରଇଲା ସବୁ ଲକ୍, ତମେ ଏ ଜନ୍ ଲକ୍କେ ଦେକ୍ଲାସ୍ନି, ତାର୍ ବିରଦେ ଇତିର୍ ଜିଉଦିମନ୍ ଆରି ଜିରୁସାଲମର୍ ଜିଉଦିମନ୍ ମର୍ ଲଗେ ଦାବା କଲାଇ ଆଚତ୍ । ସେମନ୍ ତାକେ ମରାଉଁ ବଲିକରି କଇ ଆଉଲି ଅଇଲାଇନି । ୨୫ ମାତର୍ ମୁଇ କଜି ବାର୍କରାଇଲି ଜେ, ଏ ଲକ୍ ମରନ୍ ଡଣ୍ଡ୍ ପାଇବା ଏତ୍କି, କାଇ ଦସ୍ କରେନାଇ । ସେ ନିଜେ ବଡ୍ସାସନ୍କାରିଆକେ ଗୁଆରି କଲାର୍ ପାଇ, ମୁଇ ତାକେ ତେଇ ପାଟାଇବାକେ ଟିକ୍ କଲି ଆଚି । ୨୬ ମାତର୍ ତାର୍ ଦାବି ବିସଇ ଟିକ୍ ସଙ୍ଗ୍ ବଡ୍ସାସନ୍କାରିଆକେ ଲେକ୍ବାକେ ମର୍ ଲଗେ କାଇଟା ନାଇ । ସେଟାର୍ପାଇ ମୁଇ ସବୁର୍ ମୁଆଟେ ଆରି ଏ ଆଗ୍ରିପା ରାଜା, ତମର୍ ମୁଆଟେ ଆନ୍ଲି ଆଚି, ଜେନ୍ତି କି ତାର୍ ବିସଇ ତମେ ନିକ ସଙ୍ଗ୍ କଜ୍ଲା ପଚେ ବଡ୍ସାସନ୍କାରିଆକେ ଲେକିପାର୍ବି । ୨୭ କାଇକେବଇଲେ ଗଟେକ୍ ବନ୍ଦିର୍ ବିରଦର୍ ଦାବା ନିକସଙ୍ଗ୍ ନ ଦେକାଇ, ବଡ୍ସାସନ୍କାରିଆର୍ ଲଗେ ପାଟାଇବାଟା ଟିକ୍ ନଏଁ ବଲି ମୁଇ ବାବ୍ଲିନି ।”
<- ପେରିତ୍ 24ପେରିତ୍ 26 ->