୩ [a]“ମୁଇ ଗଟେକ୍ ଜିଉଦି ଲକ୍, ସିଲିସିଆର୍ ତାର୍ସିସେ ମର୍ ଜନମ୍, ମାତର୍ ମୁଇ ଜିରୁସାଲାମେ କାଇପିଇ ବଡ୍ ଅଇରଇଲି ଆରି ଗମଲିଏଲର୍ ସିସ୍ ରଇଲି । ଆମର୍ ଆନିଦାଦିମନର୍ ରିତିନିତି, ମୁଇ ଟିକ୍ ଇସାବେ ସିକିରଇଲି ଆରି ତମର୍ ପାରା ପର୍ମେସର୍କେ ମାନିକରି ଜିଇତେରଇଲି । ୪ [b]ମାପ୍ରୁର୍ ବାଟେ ଜିବା ଲକ୍ମନ୍କେ ମାର୍ଦାର୍ କରି ସେମନ୍କେ ମରାଇଦେଇତେ ରଇଲି । ମାଇଜିଟକି ମୁନୁସ୍ପିଲା ସବୁକେ ବାନ୍ଦିକରି ବନ୍ଦି ଗରେ ପୁରାଇ ଦେଇତେ ରଇଲି । ୫ ମର୍ ଏ କାତା ପୁରା ସତ୍ । ବଡ୍ ପୁଜାରି ଆରି ବଡ୍ ସବାର୍ ସବୁ ପାର୍ଚିନ୍ମନ୍ ସାକି ଆଚତ୍ । ଲକ୍ମନ୍କେ ବନ୍ଦି କରି ସିକ୍ଲି ସଙ୍ଗ୍ ବାନ୍ଦି ଜିରୁସାଲାମ୍ ଦାରିଆଇବାକେ, ମୁଇ ବଡ୍ ପୁଜାରିର୍ ଟାନେଅନି ଆଦେସ୍ ପତର୍ ପାଇ, ଦାମାସ୍କସେ ରଇବା ଜିଉଦି ବାଇମନର୍ ଲଗେ ଗାଲି ।”
୧୨ ଦାମାସ୍କାସେ ଅନନିଅ ନାଉଁର୍ ଗଟେକ୍ ଦରମ୍ ଲକ୍ ରଇଲା । ସେ ଆମର୍ ରିତିନିତି ନାମି କରି ରଇଲା, ତେଇ ରଇବା ଜିଉଦିମନ୍ ସବୁ ତାକେ ବେସି ନାମ୍ତେ ରଇଲାଇ । ୧୩ ସେ ମର୍ଲଗେ ଆସି ଟିଆଅଇ କଇଲା, “ବାଇ ସାଉଲ୍, ତୁଇ ଆଁକି ଆରି ତରେକ୍ ଦେକ୍ ।” ଟିକ୍ ସେ ଦାପ୍ରେ, ମୁଇ ଆରି ତରେକ୍ ଦେକ୍ବା ବପୁ ପାଇଲି । ୧୪ ସେ କଇଲା, “ଆମର୍ ଆନିଦାଦିର୍ ମାପ୍ରୁ ସେ ମନ୍କର୍ବାଟା ଜାନ୍ବାକେ, ତାର୍ ଦରମର୍ ଦାଙ୍ଗ୍ଡାକେ ଦେକ୍ବାକେ ଆରି ତାର୍ କାତା ସୁନ୍ବାକେ, ତକେ ବାଚ୍ଲା ଆଚେ । ୧୫ ତୁଇ କାଇଟା ଦେକିଆଚୁସ୍ ଆରି ସୁନି ଆଚୁସ୍, ସେଟା ସବୁ ଲକର୍ ଲଗେ ଦେକାଇବାକେ ଆରି ସୁନାଇବାକେ ତାକର୍ ସାକି ଅଇସୁ । ୧୬ ଆରି କାଇକେ ଅଲ୍ସମ୍ କଲୁସ୍ନି ? ଉଟ୍, ଡୁବନ୍ ନେ, ଆରି ତାକେ ପାର୍ତନା କରି ତର୍ ସବୁ ପାପେଅନି ପରିଚଲ୍ ଅ ।”
୨୨ ପାଉଲ୍ ଏ କାତା କଇବାଜାକ ଲକ୍ମନ୍ ମନ୍ଦିଆନ୍ ଦେଇ ସୁନ୍ତେ ରଇଲାଇ, ମାତର୍ ତାର୍ ପଚେ ସେମନ୍ ଆଉଲିଅଇକରି କଇଲାଇ, “ତାକେ ଜଗତେଅନି ବାର୍କରାଇ ଦିଆସ୍ ! ମରାଇ ଦିଆସ୍, ସେନ୍ତା ଲକ୍ ଜିଇବାକେ ଲଡା ନାଇ !” ୨୩ ସେମନ୍ ଆଉଲି ଅଇକରି ବସ୍ତର୍ ଉପ୍ରେ ଉଡାଇତେରଇଲାଇ ଆରି ଦୁଲି ମିସା ଉପ୍ରେ ଉଡାଇତେ ରଇଲାଇ । ୨୪ ରମିୟ ସନିଅମନର୍ ମୁକିଆ ପାଉଲ୍କେ ଗଡ୍ ବିତ୍ରେ ଦାରିଜିବାକେ ସନିଅମନ୍କେ ତିଆର୍ଲା ଆରି ଜିଉଦିମନ୍ କାଇକେ ତାର୍ ବିରୁଦେ ଆଉଲି ଅଇଲାଇନି, ସେଟା ଜାନ୍ବାକେ ପାଉଲ୍କେ କର୍ଡା ସଙ୍ଗ୍ ମାର୍ବାକେ ଆଦେସ୍ ଦେଲା । ୨୫ ମାତର୍ ସେମନ୍ ତାକେ କର୍ଡା ମାର୍ବାକେ ବାନ୍ଦିରଇଲା ବେଲେ, ପାଉଲ୍ ତେଇ ରଇବା ଗଟେକ୍ ଅଦିକାରିକେ କଇଲା, “କାଇ ଦସ୍ ନ ରଇକରି ଏବେ ଜାକ ବିଚାର୍ନା ନ ଅଇରଇବା ଗଟେକ୍ ରମିଅ ଲକ୍କେ କର୍ଡା ସଙ୍ଗ୍ ମାର୍ବାଟା, ଏଟା ତୁଇ ନିୟମ୍ ମାନ୍ଲୁସ୍ନି କି ?”
୨୬ ଏ କାତା ସୁନିକରି ସନିଅ ଗାଲା ଆରି ସନିଅମନର୍ ମୁକିଅକେ କଇଲା, “ତୁଇ କାଇଟା କଲୁସ୍ନି? ଏ ଗଟେକ୍ ରମିଅ ଲକ୍ !”
୨୭ ସନିଅମନର୍ ମୁକିଅ ପାଉଲର୍ ଲଗେ ଜାଇ ପାଚାର୍ଲା, “ସତଇସେ ତମେ କାଇ, ରମିଅ ଲକ୍ କି ?”
୨୮ ସେନାପତି କଇଲା, “ମୁଇ ରମିଅ ସର୍କାର୍କେ ଡାବୁ ଦେଇକରି ଗଟେକ୍ ରମିଅ ଲକ୍ ଅଇଲି ଆଚି ।”
୨୯ ଏଟା ସୁନିକରି ଜନ୍ଲକ୍ମନ୍ ପାଉଲ୍କେ ପାଚାର୍ବାର୍ ଜାଇରଇଲାଇ, ସେମନ୍ ପଚ୍କେ ଗୁଚ୍ଲାଇ । ପାଉଲ୍ ଗଟେକ୍ ରମିୟ ଲକ୍ ବଲି ଜାନ୍ଲାକେ, ସେମନର୍ ନେତା ମିସା ଡର୍ଲା । କାଇକେବଇଲେ ପାଉଲ୍କେ ସିକ୍ଲି ସଙ୍ଗ୍ ବାନ୍ଦ୍ବାକେ ସେ ସେ ତିଆରିରଇଲା ।