୩ ସେଟାର୍ପାଇ ସେମନ୍ ଉପାସ୍ କଲାଇ ଆରି ପାର୍ତନା କରି ତାକର୍ ଉପ୍ରେ ଆତ୍ ସଙ୍ଗଇ ସେମନ୍କେ କବର୍ କଇବା କାମେ ପାଟାଇଲାଇ ।
୬ ସେମନ୍ ସାଇପରସ୍ ଜାଗା ଚାଡି ପାପ୍ତେ ନାଉଁର୍ ଜାଗାଇ ଗାଲାଇ । ତେଇ ବାର୍ଜିସୁ ନାଉଁର୍ ଗଟେକ୍ ମଁତର୍ ସିକିରଇବା ଜିଉଦିକେ ବେଟ୍ଅଇଲାଇ । ସେ ନିଜ୍କେ ମିଚ୍ରେ ବବିସତ୍ବକ୍ତା ବଲି କଇତେ ରଇଲା । ୭ ସେ ସମ୍ଦୁର୍ ମଜାଇ ରଇଲା ଜାଗାର୍ ସାସନ୍ କାରିଆର୍ ସର୍ଗିଅ ପାଉଲର୍ ମଇତର୍ ରଇଲା । ସର୍ଗିଅସ୍ ଗଟେକ୍ ଗିଆନି ଲକ୍ ରଇଲା । ସେ ପରମେସରର୍ ବାକିଅ ସୁନ୍ବାକେ ମନ୍ କରି ବର୍ନବା ଆରି ପାଉଲ୍କେ ଡାକାଇଲା । ୮ ମାତର୍ ଗୁନିଆଁ ଏଲିମାସ୍, (ଏଟା ତାର୍ ଗିରିକ୍ ନାଉଁ) ସେମନ୍କେ ନିଚୁ ବଲି କଇଲା, କାଇକେ ବଇଲେ, ସେ ସାସନ୍ କାରିଆ କିରିସ୍ଟକେ ବିସ୍ବାସ୍ ନ କର ବଲି ବାବ୍ତେ ରଇଲା । ୯ ମାତର୍ ସାଉଲ୍ ଜାର୍ ନାଉଁକି ପାଉଲ୍, ସୁକଲ୍ ଆତ୍ମାଇ ପୁରୁନ୍ ଅଇ, ମଁତର୍ ଜାନିରଇବା ଲକର୍ ବାଟେ ନିକ ଦେକ୍ଲା । ୧୦ ଆରି କଇଲା, “ଏ ସଇତାନର୍ ପିଲା ! ତୁଇ, ସବୁ ନିମାନ୍ ବିସଇ ବିରଦ୍ କଲାସ୍ନି । ତୁଇ ସବୁ ରକାମର୍ କରାପ୍ କାମେ ପୁରୁନ୍ ଅଇ ଆଚୁସ୍ ଆରି ସବୁବେଲେ ପର୍ମେସରର୍ କାମ୍ ମିଚ୍ ବଲି ଦେକାଇବାକେ ଚେସ୍ଟା କଲୁସ୍ନି । ୧୧ ଏବେ ମାପ୍ରୁର୍ ଆତେ ଡଣ୍ଡ୍ ପାଇସୁ । ତୁଇ କାଣା ଅଇଜାଇକରି ଚନେକର୍ପାଇ ବେଲର୍ ଉଜଲ୍ ଦେକି ନାପାରୁସ୍ ।”
୨୬ ଏ ମର୍ ଇସ୍ରାଏଲର୍ ବାଇମନ୍, ଅବ୍ରାଆମର୍ ନାତିତିତିମନ୍ ଆରି ପରମେସର୍କେ ପାର୍ତନା କର୍ବାକେ ଇତି ରୁଣ୍ଡ୍ଲା ଜିଉଦି ନଇଲା ଲକ୍ମନ୍, ଆମ୍କେ ସେ ମୁକ୍ତିର୍ କବର୍ ମିଲ୍ଲା ଆଚେ । ୨୭ ମାତର୍ ସେ ଆକା ଉଦାର୍କାରିଆ । ଜିରୁସାଲମର୍ ଲକ୍ ଆରି ସେମନର୍ ନେତାମନ୍ ବିସ୍ରାମ୍ବାରେ ବବିସତ୍ବକ୍ତାମନର୍ ଲେକାଇଅନି ପଡ୍ଲାଟା ଲକ୍ମନ୍ ବୁଜତ୍ନାଇ । ଏଲେମିସା ଜିସୁକେ ଦସି କରି ବବିସତ୍ବକ୍ତାମନର୍ କାତା ସିଦ୍ କଲାଇ । ୨୮ [c]ଜିସୁକେ ବେସି ଲକ୍ ଦସ୍ଦେଲାଇ । ମାତର୍ କେ ମିସା ମରନର୍ ଡଣ୍ଡ୍ ପାଇବା ଏତ୍କି ଦସ୍ କଜି ନାପାର୍ଲାଇ । ଏଲେମିସା ତାକେ ମରନର୍ ଡଣ୍ଡ୍ ଦେବାକେ ପିଲାତ୍କେ ବାଦିଅ କଲାଇ । ୨୯ [d]ସାସ୍ତରେ ଜନ୍ ସବୁ ବିସଇ ଲେକା ଆଚେ, ସେ ଇସାବେ ସବୁ କାମ୍ କଲାପଚେ ସେମନ୍ ତାକେ କୁର୍ସେଅନି ଉତ୍ରାଇ ଆନ୍ଲାଇ । ବିନ୍ଲକ୍ମନ୍ ଆସିକରି ତାର୍ ଗାଗଡ୍ ନେଇ ସମାଦିଟାନେ ସଙ୍ଗଇଲାଇ । ୩୦ ମାତର୍ ପର୍ମେସର୍ ତାକେ ମଲାତେଇଅନି ଉଟାଇଲା । ୩୧ [e]ବେସି ଦିନ୍ ଜାକ, ତାର୍ ସଙ୍ଗ୍ ଗାଲିଲିଅନି ଜିରୁସାଲମ୍ ଆଇବାଜିବା ଲକ୍ମନ୍ ତାକେ ଦେକ୍ଲାଇ । ଏବେ ସେମନ୍ ଇସ୍ରାଏଲ୍ ଲକ୍ମନର୍ତେଇ ତାର୍ ସାକି ଆଚତ୍ । ୩୨ ଆମର୍ ଆନିଦାଦିମନକେ ପର୍ମେସର୍ କାତା ଦେଇରଇଲା ଇସାବେ ଆମେ ତମ୍କେ ଏ ସୁବ୍ କବର୍ ଜାନାଇଲୁନି । ୩୩ ପରମେସର୍ ଜିସୁକେ ମଲାତେଇଅନି ଉଟାଇକରି ସେଟା ସିଦ୍ କଲାଆଚେ । ସେମନର୍ ପିଲାମନ୍ ଆମ୍କେ, ଆମର୍ ବିତ୍ରେ ସେ କାତା ଦେଲାଟା ସିଦ୍ ଅଇଲା ଆଚେ । ଗିତ୍ ସଙ୍ଗିତାର୍ ଦୁଇ ଲମର୍ ଗିତେ ଦାଉଦ୍ ଏନ୍ତାରି ଲେକିଆଚେ,
୩୪ ଆରି ପର୍ମେସର୍ ପୁର୍ବେଅନି ସପତ୍ କରି କାତାଦେଇରଇଲା । ମୁଇ ତାକେ ମଲାତେଇଅନି ଉଟାଇବି । ତାର୍ ଗାଗଡ୍ ସମାଦିତେଇ କୁଇ ଜିବାକେ ନ ଦେଇ ।
୩୫ ଦାଉଦ୍ ଆରି ଗଟେକ୍ ଗିତସଙ୍ଗିତାଇ ଲେକ୍ଲାଆଚେ,
୩୬ ଦାଉଦ୍ ସାସନ୍ କଲାବେଲେ ପର୍ମେସର୍ ମନ୍ କଲା ଇସାବେ କାମ୍ କରି ସାରାସାରି ମଲା । ଆରି ଆନିଦାଦିମନର୍ ସଙ୍ଗ୍ ତପିଅଇଲା । ତାର୍ ଗାଗଡ୍ ସମାଦିତେଇ କୁଇଲା । ୩୭ ମାତର୍ ପର୍ମେସର୍ ଜାକେ ମଲାଟାନେଅନି ଉଟାଇଲା, ତାର୍ ଗାଗଡ୍ କୁଏ ନାଇ । ୩୮ ତେବର୍ପାଇ ମର୍ ଏ ଇସ୍ରାଏଲର୍ ବାଇମନ୍, ତମେ ଏଟା ଜାନିରୁଆ । ଜିସୁ କରିରଇବା କାମେଅନି ସେ, ତମର୍ ପାପ୍ କେମା ଅଇସି । ୩୯ ମସାର୍ ନିୟମ୍ ମାନିକରି ଆଚୁ ବଇଲେ ପାପ୍ କେମା ନ ଅଇତା । ମାତର୍ ଜିସୁର୍ ଟାନେ ବିସ୍ବାସ୍ କଲାର୍ପାଇ ଆମେ ସବୁଲକ୍ ପାପେ ଅନି ମୁକ୍ଲି ଆଚୁ, ସେଟା ତମେ ଜାନ୍ବାର୍ ଆଚେ । ୪୦ ଜାଗ୍ରତ୍, ବବିସତ୍ବକ୍ତାମନ୍ ଜାଇଟା କଇଲାଇ ଆଚତ୍, ସେଟା ଜେନ୍ତିକି ତମ୍କେ ନ ଗଟ । ୪୧ ପର୍ମେସର୍ କଇଲା,
୪୨ ପାଉଲ୍ ଆରି ବର୍ନବା ପାର୍ତନା ଗରେଅନି ବାରଇବା ବେଲେ, ଆରି ଗଟେକ୍ ବିସ୍ରାମ୍ବାରେ ବାଉଡି ଆସି ଏ ସବୁ ବିସଇ ଆରି ବୁଜାଇବାକେ, ଲକ୍ମନ୍ ବାବୁଜିଆ କଲାଇ । ୪୩ ଲକ୍ମନ୍ ପାର୍ତନା ଗରେଅନି ଉଟିଗାଲା ପଚେ, ବେସି ଜିଉଦିମନ୍ ଆରି ଜିଉଦି ଦରମ୍ ନେଇରଇବା ଜିଉଦି ନ ଅଇଲା ଲକ୍ମନ୍, ସାଉଲ୍ ଆରି ବର୍ନବାର୍ ସଙ୍ଗ୍ ଜିବାର୍ଦାର୍ଲାଇ । ପେରିତ୍ ସିସ୍ମନ୍ ତାକର୍ ସଙ୍ଗ୍ କାତା ଅଇ ପରମେସରର୍ ଜିବନ୍ଦୁକାଇଲାଟାକେ ମାନିକରି ଜିଇବାକେ ସେମନ୍କେ ସାର୍ଦା କରାଇଲାଇ ।
୪୪ ତାର୍ ଆର୍କର୍ ବିସ୍ରାମ୍ବାରେ ଆନ୍ଟିଅକିଅ ଗଡର୍ ସବୁ ଲକ୍ ମାପ୍ରୁର୍ ବାକିଅ ସୁନ୍ବାକେ ଜିଉଦିମନର୍ ପାର୍ତନା ଗରେ ରୁଣ୍ଡ୍ଲାଇ । ୪୫ ବେସି ଲକ୍ ରୁଣ୍ଡ୍ଲାଟା ଦେକି, ଜିଉଦି ନେତାମନ୍ ଇଁସା ଅଇଲାଇ । ଆରି ପାଉଲ୍ କଇବା କାତା, ବିରଦ୍ କରି ନିନ୍ଦା କଲାଇ । ୪୬ ମାତର୍ ପାଉଲ୍ ଆରି ବର୍ନବା ଅଦିକ୍ ଡାଟ୍ ସଙ୍ଗ୍ କଇଲାଇ, “ପର୍ତମେ ପରମେସରର୍ ବାକିଅ ତମର୍ ଲଗେ ଜାନାଇବାର୍ ଦର୍କାର୍ ରଇଲା । ମାତର୍ ତମେ ସେଟା ନିଚ୍ଲାସ୍ନି । ଆରି ତାର୍ ସଙ୍ଗ୍ ନ ସାର୍ବା ଜିବନ୍ ପାଇବାକେ ଅଦିକାର୍ ନାଇ ବଲି ବିଚାର୍ କଲାସ୍ନି । ସେଟାର୍ପାଇ ଆମେ ତମ୍କେ ଚାଡି, ଏ କାତା ଜିଉଦି ନଇଲା ଲକ୍ମନ୍କେ କଇବାର୍ ଗାଲୁନି । ୪୭ କାଇକେ ବଇଲେ ମାପ୍ରୁ ଆମ୍କେ ଏ ଆଦେସ୍ ଦେଲା ଆଚେ ।”
୪୮ ଜିଉଦି ନଇଲା ଲକ୍ମନ୍ ଏଟା ସୁନି ବେସି ସାର୍ଦା ଅଇଗାଲାଇ ଆରି ପର୍ମେସରର୍ କବର୍ ପାଇ ଜୁଆର୍ କଲାଇ । ଜନ୍ ଲକ୍ମନ୍ ନ ସାର୍ବା ଜିବନର୍ ପାଇ ବାଚାଇ ଅଇରଇଲାଇ, ସେମନ୍ ସେ କବର୍ ସୁନି ବିସ୍ବାସ୍ କଲାଇ ।
୪୯ ତେଇର୍ ବିସ୍ବାସିମନ୍ ସେ ଜାଗାଇ ବୁଲି ବୁଲି ମାପ୍ରୁର୍ ବାକିଅ ଜାନାଇଲାଇ । ୫୦ ମାତର୍ ସେ ଗଡର୍ ବଡ୍ ଲକ୍ମନ୍ ଆରି ପର୍ମେସର୍କେ ଉପାସନା କର୍ବା ଉପର୍କେ ରଇବା ଜିଉଦି ନ ଅଇଲା ମାଇଜିମନ୍କେ ସୁତ୍ରାଇକରି, ତେଇର୍ ଜିଉଦିମନ୍, ପାଉଲ୍ ଆରି ବର୍ନବାକେ ବିରଦ୍ କଲାଇ । ସେମନ୍ ତାଉଁକେ ତାଡ୍ନା ଦେବାର୍ ଆରାମ୍ କଲାଇ । ଆରି ସେ ଜାଗାଇଅନି ବାର୍ କରିଦେଲାଇ । ୫୧ [f]ତେଇଅନି ଜିବାବେଲେ ପେରିତ୍ ସିସ୍ମନ୍ ସେ ଲକ୍ମନର୍ ବିରଦେ ତାକର୍ ପାଦର୍ ଦୁଲି ପାପ୍ଡିଦେଇ ଇକନିଅତେଇ ଗାଲାଇ । ୫୨ ଆନ୍ଟିଅକର୍ ବିସ୍ବାସିମନ୍ ସୁକଲ୍ ଆତ୍ମାଇ ଆରି ସାର୍ଦାଇ ପୁରୁନ୍ ଅଇଲାଇ ।
<- ପେରିତ୍ 12ପେରିତ୍ 14 ->