୧୧ ତାର୍ପଚେ ଜାଇଟା ଗଟିରଇଲା, ସେଡ୍କିବେଲେ ତାକେ କାଇଟା ଅଇରଇଲା, ସେଟା ପିତର୍ ଜାନିପାରି କଇଲା, “ଏଟା ସତ୍ ବଲି ମୁଇ ଜାନିଆଚି । ଏରଦର୍ ଟାନେଅନି ଆରି ଜିଉଦି ଲକ୍ମନ୍ ଜାଇଟା ଗଟ୍ସି ବଲି ଆସା କରିରଇଲାଇ, ତେଇଅନି ମକେ ରକିଆ କର୍ବାକେ ମାପ୍ରୁ ସରଗର୍ ଦୁତ୍କେ ପାଟାଇରଇଲା ।”
୧୨ ନିଜର୍ ବିସଇ ଜାନିକରି ସେ ଜଅନ୍ ମାର୍କର୍ ଆୟା ମରିୟମର୍ ଗରେ ଗାଲା । ତେଇ ବେସି ବିସ୍ବାସିମନ୍ ରୁଣ୍ଡିକରି ପିତରର୍ ପାଇ ପାର୍ତନା କର୍ତେ ରଇଲାଇ । ୧୩ ପିତର୍ ବାଇରର୍ କାପାଟେ ଟକ୍ଟକ୍ କରି ମାର୍ଲାକେ, ରଦା ନାଉଁର୍ ଗଟେକ୍ ଗତିଦାଙ୍ଗ୍ଡି କାପାଟ୍ ଉଗାଡ୍ବାକେ ଆଇଲା । ୧୪ ପିତରର୍ କଁଟ୍ସର୍ ଜାନିପାରି ସେ ଏତେକ୍ ସାର୍ଦା ଅଇଲା ଜେ କାପାଟ୍ ନ ଉଗାଡି ବିତ୍ରେ ପାଲାଇକରି ତେଇର୍ ବିସ୍ବାସିମନ୍କେ କଇଲା, “ପିତର୍ ବାଇରେ ଟିଆଅଇଲା ଆଚେ ।” ୧୫ ସେମନ୍ ତାକେ କଇଲାଇ, “ତୁଇ ବାୟାଅଇଲୁସ୍ନି ! ମାତର୍ ‘ଏଟା ସତ୍ ।’ ବଲି ସେ ଡାଟ୍ ସଙ୍ଗ୍ କଇଲାଗ୍ଲାକେ, ସେମନ୍ ଏଟା ତାର୍ ଦୁତ୍ କାଇକି,” ବଲି ବାବ୍ଲାଇ ।
୧୬ ପିତର୍ ତର୍କେ ତର୍ କାପାଟେ ମାର୍ତେ ରଇଲା । ସାରାସାରି ସେମନ୍ କାପାଟ୍ ଉଗାଡି ତାକେ ଦେକି କାବାଅଇଗାଲାଇ । ୧୭ ସେ ଆତ୍ ସାଗିଆକରି ସେମନ୍କେ ଚିମ୍ରା ଅଇବାକେ କଇଲା । ଆରି ମାପ୍ରୁ କେନ୍ତି ତାକେ ବନ୍ଦି ଗରେଅନି ବାର୍କରାଇ ଆନ୍ଲା, ସେ ବିସଇ ସେମନ୍କେ କଇଲା । ତାର୍ ପଚେ ଏ ସବୁ କାତା ଜାକୁବ୍ ଆରି ବିନ୍ ସବୁ ବାଇମନ୍କେ ଜାନାଆ ବଲି କଇଲା । ପଚେ ସେ ତେଇଅନି ବିନ୍ବାଟେ ଉଟିଗାଲା ।
୧୮ ସାକାଲ୍ ପାଇଲାକେ “ପିତର୍ କେନେଗାଲା ?” ବଲି ଜାଗୁଆଲ୍ମନ୍ କିଲ୍ବିଲ୍ ଅଇଗାଲାଇ । ୧୯ ଏରଦ୍ ଏଟା ସୁନିକରି ପିତର୍କେ କଜ୍ବାକେ ତାର୍ ସନିଅମନ୍କେ ଆଦେସ୍ ଦେଲା । ମାତର୍ ସେମନ୍ ତାକେ ମିଲାଇ ନାପାର୍ଲାଇ । ତେବେ ସାରାସାରି ଜାଗୁଆଲ୍ମନ୍କେ ପାଚାର୍ଲା । କେନ୍ତି ଏଟା ଅଇଲାଟା କଇନାପାର୍ଲାକେ ସେମନ୍କେ ମରନର୍ ଡଣ୍ଡ୍ ଦେବାକେ ଆଦେସ୍ ଦେଲା ।
୨୧ ଜନ୍ ଦିନେ ଏରଦର୍ ସଙ୍ଗ୍ ସେମନ୍ ବେଟ୍ ଅଇବାକେ ଟିକ୍ କରିରଇଲାଇ, ସେ ରାଜାମନ୍ ପିନ୍ଦ୍ବା ବସ୍ତର୍ ପିନ୍ଦ୍ଲା ଆରି ତାର୍ ବସ୍ବା ଜାଗାଇ ବସି ଲକ୍ମନ୍କେ ଗଟେକ୍ ବାସନ୍ ଦେଲା । ୨୨ ସୁନ୍ବା ଲକ୍ମନ୍ ଆଉଲିଅଇଲାଇ, “ଜେ କାତା ଅଇଲାନି, ସେ ଲକ୍ ନଏଁ, ମାତର୍ ପର୍ମେସର୍ !” ୨୩ “ମୁଇ ପର୍ମେସର୍ ନଇ,” ବଲି କଏ ନାଇକେ ଦାପ୍ରେ ମାପ୍ରୁର୍ ଦୁତ୍ ଏରଦ୍କେ ରଗି କରାଇଲା । ସେଟାର୍ପାଇ ତାର୍ ଗୁଲାଇଗାଗଡ୍ କିଡା କାଇଲାଇ ଆରି ମରିଗାଲା ।
୨୪ ଏ ବେଲାଇ ବିସ୍ବାସିମନ୍ ପର୍ମେସରର୍ ବାକିଅ ସୁନ୍ଲାଇ ଆରି ବିସ୍ବାସ୍ କର୍ବା ଲକ୍ମନ୍ ବଡିଗାଲାଇ । ୨୫ ଜିଉଦା ଦେସର୍ ବିସ୍ବାସିମନ୍କେ ଡାବୁ ଦେଇ ସାରାଇକରି ବର୍ନବା ଆରି ସାଉଲ୍, ଆନ୍ଟିଅକିଆଇ ଆଇଲାଇ । ଜଅନ୍ ଆରି ମାର୍କକେ ମିସା ସେମନ୍ ସଙ୍ଗ୍ ନେଇ ଜିରୁସାଲମେ ବାଅଡ୍ଲାଇ ।
<- ପେରିତ୍ 11ପେରିତ୍ 13 ->