୮ ଏଟା ତମ୍କେ ମୁଇ ତିଆର୍ଲା ପାରା କଇନାଇ, ମାତର୍ ବିନ୍ ବିସ୍ବାସିମନ୍ ତାର୍ ବାଇମନ୍କେ କେନ୍ତି ଅଦିକ୍ ମନ୍ କରି ସାଇଜ କଲାଇନି, ସେଟା ଜାନିରଇବାକେ କଇଲିନି । ସେମନ୍ କଲାପାରା ତମେ କରିପାରାସ୍ ଆରି ସେଟା ଦେକି ତମର୍ ଆଲାଦ୍ ସତ୍ କି ମିଚ୍ ବଲି ମୁଇ ଜାନିପାର୍ବି । ୯ ଆମର୍ ମାପ୍ରୁ ଜିସୁକିରିସ୍ଟ ଜିବନ୍ ଦୁକାଇ ଅଇଲା ବିସଇ ତମେ ଜାନିଆଚାସ୍ । ସର୍ଗେ ସେ ବେସି ସାଉକାର୍ ଅଇରଇଲେ ମିସା ସେ ନିଜେ ଅର୍କିତ୍ ଅଇଆଇଲା । ଜେନ୍ତି କି ତାର୍ଲାଗି ତମେ ସାଉକାର୍ ଅଇସା ।
୧୦ ସାଇଜ କର୍ବାକେ ତମେସେ ଆଗ୍ତୁ ଅଇଲାସ୍ ଆରି ପରୁ ଅନି ଆରାମ୍ କରିଆଚାସ୍ । ଏବେ ମୁଇ ବାବ୍ଲିନି, ସେଟା ତମେ ସାରାଇଦେବାଟା ନିକ । ଉଜେ କାମ୍କର୍ବାଟାସେ ନାଇ, ମାତର୍ କାମ୍କର୍ବାକେ ମନ୍ କରି କର୍ବାକେ ତମେ ପର୍ତୁମ୍ ଆଚାସ୍ । ୧୧ ତେବେ ତମେ ସେଟା କରା, ଆରି ଦେବାଟା ସାରାଇଦିଆସ୍ । ତମେ ବେସି ସାର୍ଦା ଅଇ ମୁଲିଆଇଲାସ୍ । ସେନ୍ତାରିସେ ସାର୍ଦା ଅଇ ସାରାଇବାର୍ ଆଚେ । ଗଟେକ୍ ଗଟେକ୍ ଲକ୍ ଜେତ୍କି ଦେଇପାରାସ୍, ସେତ୍କି ଦେଇ ସାରାଇଦିଆସ୍ । ୧୨ କାଇକେ ବଇଲେ ଜଦି ତମ୍କେ ଦାନ୍ ଦେବାକେ ମନ୍ଆଚେ, ତମର୍ ପାର୍ବା ଏତେକ୍ ଦେଲାସ୍ନି । ତମେ ଦେବାଟା ପର୍ମେସର୍ ସଙ୍ଗଇସି । କାଇକେବଇଲେ, ତମେ ନାପାର୍ବା ଏତ୍କି ଦିଆ ବଲି ମାଙ୍ଗେ ନାଇ ।
୧୩ ତମର୍ ବାଇମନ୍କେ ସାଇଜ କରିକରି ତମର୍ଟା ଉନା ଅଇଜାଅ ବଲି ମୁଇ ମନ୍ କରିନାଇ । ମାତର୍ ଏବେ ତମର୍ ଟାନେ ଜବର୍ ଆଚେଜେ, ଜାକେ ଲଡାଆଚେ, ତାକେ ସାଇଜ କର୍ବାଟା ଟିକ୍ ରଇସି । ୧୪ ଏନ୍ତାରିକଲେ, ତମ୍କେ ଜେଡେବେଲେ ଲଡା ପଡ୍ସି, ଆରି ସେମନ୍କେ ଜବର୍ ରଇଲେ, ସେମନ୍ ତମ୍କେ ସାଇଜ କର୍ବାଇ । ଏନ୍ତାରି ଦୁଇ ବାଟର୍ ଲକ୍ ସମାନ୍ ଇସାବେ ପାଇବାଇ । ୧୫ ଜେନ୍ତିକି ସାସ୍ତରେ ଲେକା ଅଇଆଚେ, ଜେ ଅଦିକ୍ କାମାଇଲା, ତାର୍ଟା ଉବ୍ରେ ନାଇ, ଆରି ଜେ ଉନା କାମାଇଲା, ତାକେ ଉନା ଅଏନାଇ ।
୨୦ ଆମର୍ ଲାଗି ସେବା କାମର୍ ପାଇ ତମେ ଆଲାଦ୍ ସଙ୍ଗ୍ ଦେଇ ଜମାଇରଇଲା ଏ ଡାବୁ ଜନ୍ଟାକି ଆମେ ଦାରିଗାଲୁନି, । ଏ ଡାବୁ ବିସଇନେଇ ଆମ୍କେ କେ ମିସା ନିନ୍ଦା ନ କରତ୍ । ସେଟାର୍ପାଇ ଆମେ ଜାଗ୍ରତ୍ ଅଇଆଚୁ । ୨୧ କାଇକେ ବଇଲେ ଆମେ କର୍ବା କାମ୍ ସବୁ ଟିକ୍ ରଇବାର୍ ଆଚେ । ଅବ୍କା ପର୍ମେସର୍ ଦେକ୍ବା ଇସାବେସେ ନାଇ ମାତର୍ ଲକ୍ମନ୍ ଦେକ୍ବା ଇସାବେ ମିସା ଅ ।
୨୨ ଆମେ ଆରି ଗଟେକ୍ ବାଇକେ ମିସା ତିତସର୍ ଦଲ୍ ସଙ୍ଗ୍ ପାଟାଇଲୁନି । ଏ ବାଇକେ ଆମେ ବେସି ତର୍ ପରିକା କଲୁଆଚୁ । ଆରି ତାକେ ସାଇଜ କର୍ବାକେ ବେସି ମନ୍ ଆଚେ । ଏବେ ସେ ଅଦିକ୍ ମନ୍ କଲାନି । କାଇକେବଇଲେ ସେ ତମ୍କେ ଅଦିକ୍ ଆସା କଲାନି । ୨୩ ଏବେ ତିତସର୍ ବିସଇ ଜାନ୍ବାର୍ ଆଲେ ସେ ତମ୍କେ ସାଇଜ କର୍ବାକେ ମର୍ ସଙ୍ଗ୍ କାମ୍ କଲାନି । ଆରି ସେ ଦୁଇଟା ବିନ୍ ବାଇମନ୍ ଇତିର୍ ବିସ୍ବାସିମନ୍ କଇଲାକେସେ ତାର୍ସଙ୍ଗ୍ ଗାଲାନି । ସେମନ୍ କର୍ବା କାମର୍ ଲାଗି କିରିସ୍ଟ ଡାକ୍ପୁଟା ଅଇସି । ୨୪ ସେମନ୍ ତେଇ କେଟ୍ଲେ ସରି ତମେ ଆଲାଦ୍ କରି ସେମନ୍କେ ଡାକିନିଆ । ଜେନ୍ତାରି କି ତମର୍ ଆଲାଦ୍ ସତ୍ ବଲି ସବୁ ବିସ୍ବାସିମନ୍ ଜାନ୍ବାଇ ଆରି ତମର୍ ବିସଇନେଇ ଆମେ ବଡ୍ପନ୍ ଅଇ ସବୁ କଇବାଟା, ସତ୍ ବଲି ଜାନ୍ବାଇ ।
<- ୨ୟ କରନ୍ତିୟ 7୨ୟ କରନ୍ତିୟ 9 ->- a ରମିୟ ୧୫:୨୬