୫ [a]ଆମେ ମାକିଦନିଆଇ ଆଇଲାପଚେ ମିସା ଚନେକ୍ ପୁଣ୍ଡୁନାଇ । କାଇକେବଇଲେ ତେଇ ଦୁକ୍ କସ୍ଟ ରଇଲା, କେତେଲକ୍ ଆମର୍ ବିରଦେ କଇ ଲାଗାଜଡା କଲାଇ । ଆମେ ମନ୍ ବିତ୍ରେ ବେସି ଡରିଜାଇତେ ରଇଲୁ । ୬ ମାତର୍ ଜେ କି ଆକା ସାକା ନ ରଇବା ଲକ୍ମନ୍କେ ଦୁକ୍ ସାରାଇବା ପର୍ମେସର୍ ତିତସ୍କେ ଆନାଇ କରି ଆମ୍କେ ସାର୍ଦା କରାଇଲା । ୭ ଅବ୍କା ସେ ଆଇଲାକେସେ ଆମେ ସାର୍ଦା ଅଉନାଇ, ମାତର୍ ତମର୍ ଲାଗି ତିତସ୍ ବେସି ସାର୍ଦା ଅଇଗାଲା ବଲି ଆମ୍କେ କଇଲାର୍ପାଇ ମିସା ସାର୍ଦା ଅଇଲୁ । ତମେ ମକେ ଦେକ୍ବାକେ ମନ୍ କଲାସ୍ନି ବଲି ମିସା ସେ କଇଲା । ଆରି ତେଇ ମକେ ଜେତ୍କି ଗଟ୍ଲା, ସେଟାର୍ପାଇ ଦୁକ୍ ଅଇକରି ଆଚାସ୍ । ଆରି ତମେ ମର୍ବାଟେ ଅଇକରି କଇବାକେ ମିସା ରାଜିଆଚାସ୍ । ଏଟାମନ୍ ସବୁ ସୁନିକରି ମୁଇ ବେସି ସାର୍ଦା ଅଇଗାଲି ।
୮ ମର୍ ଚିଟିର୍ଲାଗି ତମେ ଦୁକ୍ ଅଇରଇଲେ ମିସା, ସେ ଚିଟି ତମ୍କେ ପାଟାଇଲି ବଲି, ମୁଇ ଦୁକ୍ କରିନାଇ । ସେ ଚିଟିର୍ ଲାଗି ତମେ ଚନେକର୍ ପାଇ ଦୁକ୍ କରିରଇଲାସ୍ ଜେ ଜାନିକରି, ମୁଇ ମିସା ଦୁକ୍ ଅଇରଇଲି, ଏଟା ସତ୍ । ୯ ମାତର୍ ମୁଇ ଏବେ ସାର୍ଦାସଙ୍ଗେ ଆଚି । ତମ୍କେ ଦୁକ୍ଦେଇ ଆଚି ବଲିକରି ନାଇ, ମାତର୍ ସେ ଦୁକର୍ ଲାଗି ତମେ ତମର୍ ଚଲାଚଲ୍ତି ବଦ୍ଲାଇଲାସ୍ । ସେ ଆସିରଇବା ଦୁକ୍ ପର୍ମେସରର୍ ମନ୍ କଲା ଇସାବେ ଅଇବାଟା । ଜେନ୍ତିକି ମାନିଆଇସା । ସେନ୍ତାର୍ଆଲେ ଆମେ ତମର୍ ପାଇ କାଇ ବାଦା ଆନୁନାଇ । ୧୦ କାଇକେବଇଲେ ଜଦି ଗଟେକ୍ ଲକର୍ ଦୁକ୍ ପର୍ମେସରର୍ ମନ୍ କଲା ଇସାବେ ଆଇସି, ସେଟା ନିଜର୍ ପାପ୍ କଲାଟା ମାନିଅଇକରି, ମନ୍ ବାଉଡାଇବାକେ ଲଡାକେ ଆଇସି । ତେଇ କାଇ ମିସା ଦୁକ୍ ନାଇ । ମାତର୍ ମୁନୁସ୍ମନର୍ ଟାନେଅନି ଅଇବା ଦୁକ୍ ମରନ୍ବାଟେ ଡାକିନେଇସି । ୧୧ ତମ୍କେ ଦୁକ୍ ଦେଇକରି ପର୍ମେସର୍ କାଇଟା କଲାଆଚେ ଦେକିଦେକା । ଜେନ୍ତିକି ଏବେ ତମେ ଟିକ୍ ଚଲାଚଲ୍ତି କର୍ବାକେ ମନ୍ କଲାସ୍ନି, ବୁଲ୍ କାମ୍ କରୁନାଇ ବଲି ବୁଜାଇବାକେ ଚେସ୍ଟା କଲାସ୍ନି, ଲାଜ୍ ପାଇବା କାମ୍ କର୍ବାକେ ବାକାନ୍ଲାସ୍ନି, ଡରିକରି ଆଚାସ୍, ଆମେ ଆରିତରେକ୍ ବେଟ୍ ଅଇବୁ ବଲି ମନ୍ କଲାସ୍ନି, ମକେ ସାର୍ଦା କରାଇବାକେ ମନ୍ କଲାସ୍ନି, ପାପ୍ କଲା ଲକ୍କେ ଦାପ୍ରେ ଡଣ୍ଡ୍ ଦେଲାସ୍, ଏଟା ସବୁ କଲାକେ ସେ କରିରଇବା ପାପେ ତମର୍ କାଇ ବୁଲ୍ ନାଇ ।
୧୨ ଜନ୍ ଲକ୍ ପାପ୍ କରିଆଚେ, ତାର୍ ବଲ୍ ପାଇ କି ଜନ୍ ଲକର୍ ବିରୁଦେ ପାପ୍ କରାଇଅଇଲା, ତାର୍ ବଲ୍ ପାଇ ମୁଇ ସେ ଚିଟି ଲେକିନାଇ । ମାତର୍ ଆମ୍କେ ତମେ ଏତେକ୍ ଆଲାଦ୍ କଲାସ୍ନି, ସେଟା ତମେ ନିକସଙ୍ଗ୍ ଜାନ୍ବାକେ ମୁଇ ଲେକିରଇଲି । ପର୍ମେସର୍ ଏଟା ଜାନିଆଚେ । ୧୩ ସେଟାର୍ପାଇ ତମେ ଆମ୍କେ ବେସି ସାର୍ଦା କରାଇଲାସ୍ ।
- a ୨ୟ କରନ୍ତିୟ ୨:୧୩