୪ ଆରି କିସ୍ଟର୍ ଲାଗି ପର୍ମେସର୍କେ ଆସା କରି ଆମେ ସାଆସ୍ ସଙ୍ଗ୍ କଇପାର୍ଲୁନି । ୫ ଏ କାମ୍ ଆମେ ନିଜର୍ ବପୁ ସଙ୍ଗ୍ କରି ପାର୍ବୁ ବଲି କଉନାଇ । ପର୍ମେସର୍ ଆକା ଆମ୍କେ ବପୁ ଦେଇସି । ୬ ସେ ତା ଆମ୍କେ ବପୁ ଦେଲାଆଚେ, ଜେନ୍ତିକି ଆମେ ତାର୍ ନୁଆ ରାଜିନାମା କଲାଟା ସବୁକେ ଜାନାଇ ପାର୍ବୁ । ସେଟା ଲେକ୍ଲା ନିୟମ୍ ନଏଁ, ମାତର୍ ତାର୍ ଆତ୍ମାଇ ଅନି ଅଇଲାଟା । ଲେକ୍ଲା ନିୟମ୍ ମରନ୍ ଆନ୍ସି, ମାତର୍ ପର୍ମେସରର୍ ଆତ୍ମା ନ ସାର୍ବା ଜିବନ୍ ଦେଇସି ।
୭ ମସାର୍ ନିୟମ୍ ପର୍ତମେ ଚେପ୍ଟା ପାକ୍ନାଇ ଲେକା ଅଇରଇଲା ଆରି ସେ ନିୟମ୍ ଦେଲାବେଲେ ପର୍ମେସରର୍ ମଇମା ଡିସ୍ତେରଇଲା । ମସାର୍ ମୁଏ ରଇଲା ସେ ମଇମା ଉନା ଉନା ଅଇଜାଇତେରଇଲା । ଅଇଲେ ମିସା ତାର୍ ଉଜଲର୍ପାଇ ଇସ୍ରାଏଲର୍ ଲକ୍ମନ୍ ତାର୍ ମୁଏ ଆଁକି ସଙ୍ଗଇ ନାପାର୍ତେରଇଲାଇ । ଜଦି ପର୍ମେସର୍ ମରନ୍ ଆନ୍ବା ସେ ନିୟମ୍ ମଇମା ସଙ୍ଗ୍ ପାଟାଇରଇଲା, ୮ ତେବେ ପର୍ମେସରର୍ ଆତ୍ମାଇ ଅନି ଆଇବା ନୁଆ ରାଜିନାମା ଆରି କେତେକ୍ ଅଦିକ୍ ମଇମାସଙ୍ଗ୍ ରଇସି । ୯ ଲକ୍ମନ୍ ଡଣ୍ଡ୍ ପାଇବାଇ ବଲି ଜାନାଇ ଅଇବା କାମ୍, ଜଦି ମଇମା ସଙ୍ଗ୍ ଆଇଲା, ତେବେ ଆମର୍ ସବୁ ପାପ୍ କେମା ଅଇଲାଆଚେ ବଲି ଜାନାଇବା ବାକିଅ କେତେକ୍ ଅଦିକ୍ ମଇମା ଅଇରଇସି ? ୧୦ ପର୍ତୁମ୍ ନିୟମର୍ ମଇମା ବେସି ଉଜଲ୍ ରଇଲା, ମାତର୍ ଏବେ ନୁଆ ନିୟମର୍ ରାଜିନାମାର୍ ଲାଗି ପୁର୍ନା ନିୟମର୍ ମଇମା ଉନାଅଇଗାଲା ଆଚେ । ୧୧ ଜଦି ଆଗର୍ ପର୍ମାନ୍ ନିୟମ୍ ପାକାଇ କାତା ଦେଇରଇବାଟା ଚନେକର୍ପାଇ ଅଇଲେ ମିସା ମଇମାସଙ୍ଗ୍ ରଇଲା, ତେବେ ନୁଆ ପର୍ମାନ୍ ନିୟମ୍ ପାକାଇ ଦେଇରଇବାଟା, ଜନ୍ଟା କି କେବେ ନ ସାରେ, ସେଟା କେତେକ୍ ଅଦିକ୍ ମଇମା ସଙ୍ଗ୍ ରଇସି !
୧୨ ଆମ୍କେ ଏ ଆସା ରଇଲାକେ, ଆମେ ବେସି ସାଆସ୍ ସଙ୍ଗ୍ ଆଚୁ । ୧୩ ଆମେ ମସାର୍ ପାରା ନାଇ, ସେ ମୁ ଡାବିଅଇ ରଇଲା । ଜେନ୍ତିକି, ଲିବି ଆଇତେରଇବା ଆରି ଇସ୍ରାଏଲର୍ ଲକ୍ମନ୍ ତେଇର୍ ମଇମା ଉନା ଅଇକରି ପୁରାପୁରୁନ୍ ଜିବାଟା ନ ଦେକତ୍ । ୧୪ ସେବେଲେ ଇସ୍ରାଏଲର୍ ଲକ୍ମନ୍ ନ ବୁଜ୍ତେରଇଲାଇ, ତାକର୍ ମନ୍ ଡାବ୍ଲା ପାରା ଅଇରଇଲା । ଆରି ସେମନ୍ ପୁର୍ନା ରାଜିନାମାର୍ ବଇମନ୍ ପଡ୍ଲାଇନି ଜେ ଏବ୍କେ ଜାକ ବୁଜତ୍ ନାଇ । ଜେଡେବେଲେ ଜାକ ସେମନ୍ କିରିସ୍ଟର୍ତେଇ ନ ମିସି ରଅତ୍, ସେ ବେଲା ଜାକ ତାକର୍ ମନର୍ ଡାବ୍ନା ନ ବେଟି ଅଏ । ୧୫ ଏବେ ଜାକ ମିସା ସେମନ୍ ମସାର୍ ନିୟମ୍ ପଡ୍ବାବେଲେ, ତାକର୍ ମନ୍ ସେନ୍ତି ଡାବିସେ ଅଇରଇସି । ୧୬ ମାତର୍ ସାସ୍ତର୍ କଇଲାନି, “ଜଦି ଜେ ମାପ୍ରୁର୍ ବାଟେ ମନ୍ ବାଉଡାଇଲେ, ତାର୍ ମନେ ଡାବିଅଇ ରଇବାଟା ଉଗାଡି ଅଇସି ।” ୧୭ ଏ ଚିଟିତେଇ ମାପ୍ରୁ ବଲି କଇବାଟା ଅଇଲାନି ଆତ୍ମା ଆରି ମାପ୍ରୁର୍ ଆତ୍ମା ଜନ୍ତି ମିସା ରଇଲେ, ତେଇ ଆମେ ମୁକ୍ଲି କରି ଆଚୁ । ୧୮ ତେବେ ଆମେ ଜେତ୍କି ଲକ୍ ସବୁ ମାପ୍ରୁକେ ବିସ୍ବାସ୍ କରିଆଚୁ, ଆମର୍ ମୁଁ ଡାବି ଅଏନାଇ । ପର୍ମେସରର୍ ବପୁ ଆରି ମଇମା ଦେକାଇଅଇବା ଗଟେକ୍ ଦର୍ପନ୍ ପାରା ଆମେ ଆଚୁ । ଆମେ ତାର୍ପାରା ଅଇବା ଜାକ ଦିରେ ଦିରେ ବାଦ୍ଲାଇ ଅଇ ଆଇଲୁନି । ପର୍ମେସରର୍ ଆତ୍ମାସେ ଆମ୍କେ ବାଦ୍ଲାଇଲାନି ।
<- ୨ୟ କରନ୍ତିୟ 2୨ୟ କରନ୍ତିୟ 4 ->