୫ ତମେ ନିଜେ ନିଜେ ବିସ୍ବାସେ ଆଚାସ୍ କି ନାଇ, ବିଚାର୍ କରି ଦେକା । ଜିସୁକିରିସ୍ଟ ତମର୍ ବିତ୍ରେ ବାସା ଅଇଆଚେ ବଲି ନାଜାନାସ୍ କି ? ତମେ ବିସ୍ବାସ୍ କରାସ୍ ନାଇକେ, କିରିସ୍ଟ ତମର୍ଟାନେ ବାସା ଅଏନାଇ । ୬ ମାତର୍ ମୁଇ ଆସା କଲିନିଜେ, ଆମେ ସବୁଲକ୍ କିରିସ୍ଟର୍ ପେରିତ୍ ଅଇଆଚୁ । ୭ ତମେ କାଇ କରାପ୍ କାମ୍ ନ କରା ବଲି, ଆମେ ପର୍ମେସର୍କେ ଗୁଆରି କଲୁନି । ଇତି ପୁରାପୁରୁନ୍ ଟିକ୍ କରିଆଚୁ ବଲି ଆମେ ଦେକାଇବାକେ ଜାଉନାଇ, ମାତର୍ ସେଟା ନାପାରି ରଇଲେ ମିସା, ତମେ ଜେନ୍ତିକି ସତ୍କାମ୍ କର୍ସା, ଏଟାର୍ପାଇ ଆମେ ପାର୍ତନା କଲୁନି । ୮ ସତ୍ ବିସଇର୍ ବିରୁଦେ ଆମେ କାଇଟା ନ କରୁ, ମାତର୍ ତାର୍ ପାଇ ଟିଆ ଅଇବୁ । ୯ ଜଦି ଲକ୍ମନ୍ ଆମ୍କେ ଦୁର୍ବଲ୍ ଆଚତ୍ ବଲି କଇଲେ ମିସା, ଆମେ ସାର୍ଦାସଙ୍ଗ୍ ଆଚୁ । ତମେ ଆକା ବିସ୍ବାସେ ଡାଁଟ୍ ରଇବାର୍ଆଚେ । ଆରି ତମର୍ ଚଲାଚଲ୍ତି ସିଦ୍ ଅଇଜାଅ ବଲି ଆମେ ଗୁଆରି କଲୁନି । ୧୦ ମୁଇ ନ ଆଇତେ ଏ ସବୁଜାକ ତମ୍କେ କାଇକେ ଲେକ୍ଲିନି ବଇଲେ, ଜେନ୍ତିକି ମୁଇ ଆଇଲାବେଲେ ମାପ୍ରୁ ମକେ ଦେଇରଇବା ଅଦିକାର୍ ସଙ୍ଗ୍ ତମ୍କେ ଡଣ୍ଡ୍ ଦେବାକେ ନ ପଡେ । ଜନ୍ ଅଦିକାର୍ ତମର୍ ବିସ୍ବାସ୍ ବଡାଇବାକେ ଦେଲାଆଚେ, ମାତର୍ ସେଟା ଉନା କର୍ବାକେ ନାଇ ।
୧୧ ଏବେ ଏ ମର୍ ବାଇବଇନିମନ୍ ମୁଇ ରଇଲିନି । ତମର୍ ଚଲାଚଲ୍ତି ସିଦ୍ କର୍ବାକେ ଜବର୍ ଚେସ୍ଟା କରା । ମର୍ ଆଦେସ୍ ସବୁ ମାନିକରି ରୁଆ । ସବୁଲକ୍ ଗଟେକ୍ ମନ୍ ଅଇକରି ସାନ୍ତିଅଇ ରୁଆ । ତେବେ ଆଲାଦ୍ ଆରି ସାନ୍ତିର୍ ପର୍ମେସର୍ ତମର୍ ସଙ୍ଗ୍ ରଇସି ।
୧୨ ତମେ ରୁଣ୍ଡ୍ଲା ବେଲେ ନିଜର୍ ନିଜର୍ ବିତ୍ରେ କିରିସ୍ଟର୍ ଆଲାଦେ ଜୁଆର୍ବେଟ୍ ଉଆ । ଇତି ରଇବା ପର୍ମେସରର୍ ଲକ୍ମନ୍ ତମ୍କେ ଜୁଆର୍ ଜାନାଇଲାଇନି ।
୧୩ ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଜିବନ୍ ଦୁକାଇଲାଟା, ପର୍ମେସରର୍ ଆଲାଦ୍ ଆରି ସୁକଲ୍ ଆତ୍ମାର୍ ମିସିକରି ରଇବାଟା, ତମର୍ ସବୁ ଲକର୍ ସଙ୍ଗ୍ ରଅ । ଜୁଆର୍ ।
<- ୨ୟ କରନ୍ତିୟ 12