୬ ତାର୍ ବାଦୁଲେ ଆମେ ଜେଡେବେଲେ ପର୍ମେସର୍କେ ସାର୍ଦା କରାଉଁ, ଆରି ଆମ୍କେ ଜେତ୍କି ଆଚେ ସେତ୍କି ସଙ୍ଗ୍ ସୁସ୍ତା ସଙ୍ଗ୍ ରଉଁ, ତେବେ ଆମେ ଜବର୍ ଅଇତେ ମିଲାଇଆଚୁ । ୭ କାଇକେବଇଲେ ଆମେ ଜନମ୍ ଅଇଲାବେଲେ ଚୁଚାଆତେ ଆଇଲୁ, ଆରି ଜେଡେବେଲେ ମର୍ବୁ, ଚୁଚା ଆତେସେ ଉଟିଜିବୁ । ୮ ତେବେ ଆମ୍କେ ଲଡାକେ ଆଇବା କାଦି ଆରି ପିନ୍ଦ୍ବାକେ ବସ୍ତର୍ ରଇଲେ ସେତ୍କିସଙ୍ଗ୍ ସୁସାରେ ରଇବାର୍ ଅଇସି । ୯ କେତେ କେତେ ଲକ୍ ସାଉକାର୍ ଅଇବାକେ ଏନ୍ତି ମନ୍ କର୍ବାଇଜେ, ସେମନର୍ ଜିବନେ କାଇ ପରିକା ଆଇଲେ ମିସା ତେଇ ଅଦର୍ବାଇ । ଗଟେକ୍ ପସୁ ପାରା ପାନ୍ଦେ ଲାଗ୍ବାଇ । ଜେତ୍କି ବିସଇ ତାକର୍ପାଇ ଆରି ବିନ୍ ଲକର୍ ପାଇ କାରାପ୍ ଆରି ବିପଦ୍ ଆନ୍ସି, ସେ ସବୁ ବିସଇ କର୍ବାକେ ମନ୍ କର୍ବାଇ । ଏନ୍ତାରି ମନ୍ କର୍ବାଟା ଅଦିକ୍ ଅଦିକ୍ ବାବି, ସେମନ୍ କୁରୁପ୍ନାସ୍ ଅଇଜିବାଇ । ୧୦ କାଇକେବଇଲେ ଜନ୍ ଲକ୍ମନ୍ ଡାବୁ ଆସାକରି ଆଚତ୍, ସେ ଡାବୁ ମିଲାଇବାକେ ବିନ୍ ବିନ୍ ରକାମର୍ କାରାପ୍ ବିସଇ କର୍ବାକେ ମନ୍ କର୍ବାଇ । କେତେଲକ୍ କିରିସ୍ଟର୍ ବିସଇଟାନେ ରଇବା ସିକିଆ ବିସ୍ବାସ୍ କର୍ବାଟା ଦିରେ ଦିରେ ଚାଡିଦେଇଆଚତ୍ । କାଇକେବଇଲେ ସେମନ୍ ଡାବୁ ମନ୍କଲାଇ ଆରି ନିଜେ ବୁସିଅଇଲା ଲକ୍ପାରା ବେସି ରକାମ୍ ଦୁକ୍ କସ୍ଟେ ପଡ୍ଲାଇଆଚତ୍ ।
୧୭ ଏ ଜିବନର୍ ବିସଇନେଇ ଜେତ୍କି ଲକ୍ମନ୍ ସାଉକାର୍ ଅଇ ଆଚତ୍, ବିନ୍ ଲକ୍ମନର୍ଟାନେଅନି ସେମନ୍ ନିକ ବଲି ନ ବାବ୍ବାକେ ତିଆର୍ । ଦନ୍ ସଁପତି ଉପ୍ରେ ବେସି ଆସା କର୍ବାର୍ ନାଇ ବଲି ସେମନ୍କେ ସିକା । କାଇକେବଇଲେ ଡାବୁ ଦାପ୍ରେ ମାୟାଅଇଜାଇସି । ତାର୍ ବାଦୁଲେ ସେମନ୍କେ ଲଡାକେ ଲାଗ୍ବା ବିସଇ ସବୁ ଦେବାକେ ପର୍ମେସରର୍ଟାନେ ଆସା ରକ୍ବାକେ ସିକାଇଦେସ୍ । ସେ ଆକା ଆମର୍ପାଇ କାଇଟା ନ ଦେକି, ସବୁ ବିସଇ ସାର୍ଦା କର୍ବାକେ ଦେଇସି । ୧୮ ଦରମ୍ ମନେ ଲକ୍ମନ୍କେ ସାଇଜ କର୍ବାକେ ସେମନ୍କେ କଇଦେସ୍ । ଅର୍କିତ୍ ଲକ୍ମନ୍କେ କାଇଟା ନ ବାବି ଦେବାକେ, ତାକର୍ ଟାନେ ରଇଲାଟା ସାର୍ଦା ସଙ୍ଗ୍ ବାଟାକର୍ବାକେ କଇଦେସ୍ । ୧୯ ଏନ୍ତାରି ତାକର୍ ନିକ କାମ୍ସବୁ ଗଟେକ୍ ବଡ୍ ଦନ୍ ଇସାବେ ସେମନ୍ ସର୍ଗେ ସଙ୍ଗଇଆଚତ୍ । ସେନ୍ତାର୍ ଆଲେ ସେମନ୍ ତାକର୍ ନିଜର୍ପାଇ ଜିବନ୍ ମିଲାଇବାଇ ।
୨୦ ଏ ତିମତି, ପର୍ମେସର୍ ତକେ ଜନ୍ଟା କର୍ବାକେ ଦାଇତ୍ ଦେଲାଆଚେ, ସେ ଦାଇତ୍ ନିକ ସଙ୍ଗ୍ କର୍ । ଆସା ନ ରଇବା ଚୁଚା କାତା, କାଇ ଲଡାକେ ନ ଆଇବା କାତାବାର୍ତା ଆରି ପର୍ମେସରର୍ ବିସଇଟାନେ ରଇବା ସତ୍ ସିକିଆ ଜନ୍ ଲକ୍ ବିରଦ୍ କଲାଇନି, ସେମନର୍ ଟାନେଅନି ଦୁରିକେ ର । ସେଟା ସେମନ୍ ସିକ୍ବା ଗିଆନ୍ ବଲି ବୁଲ୍ ବୁଜ୍ଲାଇନି । ୨୧ ଏ ବୁଲ୍ ସିକିଆ କେତେଲକ୍ ମାନିକରି କିରିସ୍ଟର୍ ବିସଇଟାନେ ରଇବା ସତ୍ ସିକିଆ ଚାଡିଦେଇଆଚତ୍ । ପର୍ମେସର୍ ଜିବନ୍ ଦୁକାଇ ଦୟା ଦେକାଇଲାଟା ତର୍ ସଙ୍ଗ୍ ସବୁବେଲେ ରଅ । ଆମେନ୍ !
<- ୧ମ ତିମତି 5- a ଜଅନ୍ ୧୮:୩୭