୬ ✡ପେରିତ୍ ୧୮:୫ମାତର୍ ତିମତି ତମର୍ଲଗେଅନି ବାଉଡି ଆସି ତମର୍ ବିସ୍ବାସ୍ ଆରି ଆଲାଦର୍ ବିସଇର୍ ସୁବ୍କବର୍ ଆନ୍ଲା । ସେ ଆମ୍କେ ଜାନାଇଦେଲାଆଚେଜେ, ତମେ ସବୁବେଲେ ଆମ୍କେ ଆଲାଦ୍ ସଙ୍ଗ୍ ଏତ୍ କଲାସ୍ନି ଆରି ଆମେ ଜେନ୍ତିକି ତମ୍କେ ଦେକ୍ବାକେ ମନ୍ କଲୁନି, ତମେ ମିସା ସେରକାମ୍ ଆମ୍କେ ଦେକ୍ବାକେ ମନ୍ କଲାସ୍ନି । ୭ ତେବେ ଏ ବାଇବଇନିମନ୍, ଆମେ କାକୁର୍ତି ଅଇ ଦୁକ୍ କସ୍ଟ ପାଇଲା ବେଲେ ତମର୍ ବିସ୍ବାସର୍ଲାଗି ସାର୍ଦା ଅଇଲୁନି । ତମର୍ ବିସ୍ବାସ୍ ଆକା ଆମ୍କେ ସାଆସ୍ ଦେଇକରି ସଙ୍ଗଇଆଚେ । ୮ କାଇକେବଇଲେ ଏବେ ତମେ ଡାଟ୍ଅଇ ମାପ୍ରୁ ସଙ୍ଗ୍ ମିସିକରି ଆଚାସ୍ । ଏଟା ଆମେ ଜାନିକରି ଆରିତରେକ୍ ସାର୍ଦା ସଙ୍ଗ୍ ଜିଇଲୁନି । ୯ ଉଁ, ଆମର୍ ପର୍ମେସରର୍ ମୁଆଟେ ତମର୍ ଲାଗି ଆମେ ସବୁଲକ୍ ସାର୍ଦା ଅଇଲୁନି । ସେଟାର୍ପାଇ ତମର୍ଲାଗି ପର୍ମେସର୍କେ ଦନିଅବାଦ୍ ଦେଲୁନି । ୧୦ ତମେ ବିସ୍ବାସ୍ କଲାଟାନେ କେତେଟା ଉନା ଆଚେ । ସେଟା ପୁରାପୁରୁନ୍ କର୍ବାକେ, ଆମେ ତମର୍ସଙ୍ଗ୍ କେନ୍ତି ମିସିପାର୍ବୁ, ଏଟାର୍ପାଇ ଦିନ୍ ରାତି ପାର୍ତନା କରିଲାଗିଆଚୁ ।
୧୧ ତମର୍ଲଗେ ଆଇବାକେ ଆମ୍କେ ଆମର୍ ବାବା ପର୍ମେସର୍ ଆରି ଆମର୍ ମାପ୍ରୁ ଜିସୁ ବାଟ୍ ତିଆର୍କରି ଦେଅତ୍ । ୧୨ ଜେନ୍ତିକି ଆମର୍ ଆଲାଦ୍ ତମର୍ପାଇ ବଡିଆଇଲାନି, ସେନ୍ତାରିସେ ନିଜର୍ ନିଜର୍ ବିତ୍ରେ, ଆରି ସବୁ ଲକ୍ମନ୍କେ ମାପ୍ରୁ ଆଲାଦ୍ ବଡାଇକରି ଅଦିକ୍ କର । ୧୩ ମାପ୍ରୁ ଏନ୍ତାରି ତମ୍କେ ତବିର୍ କରାଅ । ଜେଡେବେଲେ ଆମର୍ ମାପ୍ରୁ ଜିସୁ ତାର୍ ନିଜର୍ ସୁକଲ୍ ଲକ୍ମନର୍ ସଙ୍ଗ୍ ଆଇବା ବେଲେ, ତମେ କାଇ ଦସ୍ ନ ଅଇତେ ଆରି ସୁକଲ୍ ଅଇ, ବାବା ପର୍ମେସରର୍ ମୁଆଟେ ଟିଆଅଇସା ।
<- ୧ମ ତେସଲନିକିୟ 2୧ମ ତେସଲନିକିୟ 4 ->