୫ ସେନ୍ତାରିସେ ଏ ଦାଙ୍ଗ୍ଡାମନ୍, ତମେ ବଡ୍ଲକ୍ମନର୍ କାତା ମାନିକରିରୁଆ । ମନ୍ ବିତ୍ରେ ସୁଆଲ୍ ରଇ ଗଟେଲକ୍ ଆରି ଗଟେଲକ୍କେ ସେବା କରାକରି ଅଇରୁଆ । କାଇକେବଇଲେ ସାସ୍ତରେ ଲେକା ଅଇଲାଆଚେ ବଡ୍ପନ୍ ଅଇବା ଲକ୍ମନ୍କେ ପର୍ମେସର୍ ବିରଦ୍ କର୍ସି, ମାତର୍ ମନେ ମନେ ସୁଆଲ୍ ରଇବା ଲକ୍ମନ୍କେ ଦୟା ଦେକାଇସି । ୬ [b]ସବୁର୍ଟାନେ ଅନି ବପୁ ରଇବା ପର୍ମେସର୍କେ ନିଜେ ସର୍ପିଉଆ । ତାର୍ ସମାନ୍ ବେଲାଇ ସେ ତମ୍କେ ଉଟାଇସି । ୭ ତମର୍ ସବୁଜାକ ଚିନ୍ତା କର୍ବାଟା ପର୍ମେସର୍କେ ସର୍ପି ଦିଆସ୍, କାଇକେବଇଲେ, ସେ ତମ୍କେ ଜତନ୍ କଲାନି ।
୮ ଜାଗର୍ତା ଅଇକରି ଜାଗିରୁଆ, କାଇକେବଇଲେ ଆମର୍ ସତ୍ରୁ ସଇତାନ୍ କାକେ ମିସା ଗିଲ୍ବି ବଲି ଅଡ୍ରି ବୁଲ୍ଲାନି । ୯ ବିସ୍ବାସେ ଡାଟ୍ ରଇକରି ତାକେ ବିରଦ୍ କରା । ଗୁଲାଇ ଦୁନିଆଇ ରଇବା ତମର୍ ବିସ୍ବାସି ବାଇବଇନିମନ୍, ଏନ୍ତାରି ଦୁକ୍ କସ୍ଟ ପାଇ ମୁରଚ୍ଲାଇନି ବଲି ତମେ ଜାନିଆଚାସ୍ । ୧୦ ଚନେକର୍ ଆଇବା ଦୁକ୍କସ୍ଟ ମୁର୍ଚି ସାରାଇଲେ, ତମ୍କେ ପର୍ମେସର୍ କାଇ ଦସ୍ ନ ରଇବା, ତାର୍ ସିଦ୍ ଲକ୍ କରାଇସି । ତମର୍ ବିସ୍ବାସ୍ ଡାଟ୍ ଅଇବାକେ ସେ ତମ୍କେ ବପୁ ଦେଇସି । ଆରି ତମ୍କେ ନିକ କୁନାଦି ପାରା ତିଆର୍ କର୍ସି । କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ, ତାର୍ ନ ସାର୍ବା ମଇମାତେଇ ମିସ୍ବାକେ ତମ୍କେ ଡାକ୍ଲାଆଚେ । ସେ ତମ୍କେ ଜିବନ୍ ଦୁକାଇ ଦୟା କରି ଏ ସବୁ ବିସଇ କଲାଆଚେ । ୧୧ ତାକେ ସବୁର୍ଟାନେଅନି ବପୁଆଚେ, ସେ ସେ କାଲ୍ କାଲ୍ ଜୁଗ୍ ଜୁଗ୍ ସାସନ୍ କର୍ସି । ଆମେନ୍ ।
୧୩ [d]ବାବିଲନେ ରଇବା ତମର୍ ବିସ୍ବାସି ବାଇବଇନିମନ୍ ତାକର୍ ଜୁଆର୍ ଜାନାଇଲାଇନି । ପର୍ମେସର୍ ସେମନ୍କେ ବାଚ୍ଲାଆଚେ । ମାର୍କ ଜାକେ କି ମର୍ ପଅ ଇସାବେ ଦେକ୍ଲିନି, ସେମିସା ତାର୍ ଜୁଆର୍ ଜାନାଇଲାନି । ୧୪ ତମର୍ ବିତ୍ରେ ଆଲାଦ୍ ଆଚେ ବଲି ଦେକାଇବାକେ ଆତେ ଦାରି ଜୁଆର୍ କରାକରିଉଆ ।