୭ [c]ସେନ୍ତାରିସେ ତମେ ବିବାଅଇରଇବା ଏ ମୁନୁସ୍ମନ୍, ନିଜର୍ ମାଇଜିମନର୍ ସଙ୍ଗ୍ ବୁଜାମାନା ଅଇରୁଆ । କାଇକେବଇଲେ ସେମନ୍କେ ତମର୍ଟାନେଅନି ଉନା ବପୁଆଚେ । ସେମନ୍କେ ସନ୍ମାନ୍ ଦିଆସ୍, କାଇକେବଇଲେ ପର୍ମେସର୍ ଦେବା ନ ସାର୍ବା ଜିବନ୍ ତମର୍ ସଙ୍ଗ୍ ସେମନ୍କେ ମିସା ମିଲ୍ସି । ତମର୍ ପାର୍ତନା କର୍ବାଟା ବାଦା ନ ଆଇବାକେ ଏ ସବୁ ଆଦେସ୍ ମାନିକରି ରୁଆ ।
୧୧ “ସେ କରାପ୍ କାମ୍ ଚାଡିକରି, ନିକ ବିସଇ କର୍ବାର୍ ଆଚେ ।
୧୨ କାଇକେବଇଲେ ଦରମ୍ଲକ୍କେ ମାପ୍ରୁ ଜାଗିଲାଗିରଇସି ।
୧୩ ତମେ ଜଦି ନିକ କାମ୍ କର୍ବାକେ ମନ୍ କଲେ, ତମର୍ ବିରଦେ କେ ମିସା କାରାପ୍ କାମ୍ ନ କରତ୍ । ୧୪ [d]ସତ୍ କାମ୍ କରି ମୁର୍ଚି ରଇଲେ ତମେ କେଡେକ୍ କରମର୍ ଲକ୍ । ଜନ୍ ଲକ୍ମନ୍ ତମ୍କେ କସ୍ଟ ଦେଲାଇନି, ସେମନ୍କେ ଡରିକରି ଚିନ୍ତା କରାନାଇ । ୧୫ ମାତର୍ କିରିସ୍ଟକେ ମାପ୍ରୁବଲି ଡାକ୍ପୁଟା କରା ଆରି ସନ୍ମାନ୍ ଦିଆସ୍ । ବିସ୍ବାସି ଇସାବେ, ତମେ ଆସା କର୍ବା ବିସଇ କେ ମିସା ପାଚାର୍ଲେ, ସେମନ୍କେ ବାତାଇବାକେ ଜାଗ୍ରତ୍ ଅଇରୁଆ । ୧୬ ମାତର୍ ମନ୍ବିତ୍ରେ ସୁଆଲ୍ ରଇକରି, ସନ୍ମାନ୍ ଦେଇକରି କାତାଉଆ । ତମର୍ ବିବେକ୍ ତମ୍କେ ଦସି ନ କର । ଜେନ୍ତାରିକି ତମର୍ ନିକ ଚଲାଚଲ୍ତି ବିରୁଦେ ଜେତ୍କି ଲକ୍ ନିନ୍ଦା କର୍ବାଇ, ତାକର୍ କାତାଇସେ ସେମନ୍ ଲାଜ୍ ଅଇବାଇ । ୧୭ କାଇକେବଇଲେ ତମେ ନିକ କାମ୍ କଲାର୍ ଲାଗି ଦୁକ୍ କସ୍ଟ ମୁରଚ୍ବାକେ ପର୍ମେସର୍ ଜଦି ମନ୍ କଲେ, ସେନ୍ତାରି ଅଇବାଟା ନିକ । କାରାପ୍ କରି ଦୁକ୍ କସ୍ଟ ମୁରଚ୍ବା ବାଦୁଲେ, ସେଟା ନିକ । ୧୮ କିରିସ୍ଟ ମିସା ଆମର୍ ପାପର୍ଲାଗି ଏକାତରେକ୍ ସବୁଲକର୍ପାଇ ଦୁକ୍କସ୍ଟ ଅଇ ମୁର୍ଚିକରି ମଲା । ସେ ଦରମ୍ ରଇ ପାପ୍କରିରଇବା ଲକ୍ମନ୍କେ ପର୍ମେସରର୍ ଲଗେ ଆନ୍ବାକେ ମରିଜାଇରଇଲା । ଲକ୍ମନ୍ ତାର୍ ଗାଗଡ୍ ମରାଇଲାଇ, ମାତର୍ ତାର୍ ଆତ୍ମା ଜିବନ୍ ଅଇଆଚେ । ୧୯ ମଲା ଲକ୍ମନର୍ ଆତ୍ମା ବନ୍ଦିଅଇରଇବା ଜାଗାଇ, ଆତ୍ମାର୍ ଇସାବେ ସେ ସୁବ୍ କବର୍ ଜାନାଇଲା । ୨୦ ଏ ବନ୍ଦି ଆତ୍ମାମନ୍ ପୁର୍ବେ ନଅର୍ ବେଲେ ପର୍ମେସରର୍ କାତା ନ ମାନ୍ଲାଟାମନ୍ । ସେଡ୍କିବେଲେ ନଅ ବଡ୍ ଡଙ୍ଗା ତିଆର୍ କର୍ତେରଇଲା । ତାର୍ କାତା ଲକ୍ମନ୍ ବିସ୍ବାସ୍ କର୍ବାଇ ବଲି ପର୍ମେସର୍ ମୁର୍ଚିକରି ରଇଲା । କାଇକେବଇଲେ, ଏକାଇ ଆଟ୍ ଲକ୍ସେ ସେ ପାନିତେଇ ବୁଡତ୍ନାଇ । ସେମନ୍ ଡଙ୍ଗାଇ ଚଗିରଇଲାଇ ଆରି ରକିଆ ପାଇଲାଇ । ୨୧ ସେ ପାନି ଆମର୍ ଡୁବନ୍ ବିସଇ ଜାନାଇଲାନି । ତମେ ଡୁବନ୍ ନେଲାକେ ତମର୍ ଗାଗଡର୍ ମୁର୍କି ଦଇଅଇଲାର୍ ପାଇ ନଏଁ, ମାତର୍ ଗଟେକ୍ ନିକ ବିବେକ୍ ସଙ୍ଗ୍ ପର୍ମେସର୍କେ ଦେଇରଇଲା କାତାର୍ ଲାଗି ତମ୍କେ ମୁକ୍ତି କର୍ସି । ଜିସୁ କିରିସ୍ଟ ମଲାତେଇଅନି ଜିବନ୍ ଅଇକରି ଉଟ୍ଲାକେ ଏଟା ଅଇସି । ୨୨ ସେ ସର୍ଗେ ବାଉଡି ଜାଇ ପର୍ମେସରର୍ ଉଜାବାଟେ ଆଚେ । ସର୍ଗେ ରଇବା ସବୁ ଦୁତ୍, ଅଦିକାର୍ ଆରି ବପୁ ଉପ୍ରେ ସେ ସାସନ୍ କଲାନି ।
<- ୧ ମ ପିତର୍ 2୧ ମ ପିତର୍ 4 ->