୬ ଏ ବିସଇ ମୁଇ ତମ୍କେ ଜେତ୍କି କଇଲି ଆଚି, ସେଟା ଆଦେସ୍ ଦେଲା ପାରା କଇନାଇ, ମାତର୍ ତମର୍ ଦୁର୍ବଲ୍ ଜାନିକରି ଉପଦେସ୍ ଦେଲା ପାରା କଇଲିନି । ୭ ତମେ ସବୁଲକ୍ ମର୍ପାରା ବିବା ନ ଉଆ ବଲି ମୁଇ ମନ୍ କଲିନି । ମାତର୍ ଗଟେକ୍ ଗଟେକ୍ ଲକ୍କେ ପର୍ମେସରର୍ ଟାନେଅନି ମୁଲିଅ ରଇବା ଦାନ୍ ମିଲିଆଚେ । ଗଟେକ୍ ଲକ୍କେ ଗଟେକ୍ ରକାମ୍ଟା ଆରି ବିନ୍ ଲକ୍କେ ବିନ୍ ରକାମ୍ ଦାନ୍ ଦେଲାଆଚେ ।
୮ ଏବେ ମୁଇ ବିବା ନ ଅଇରଇବା, ଆରି ରାଣ୍ଡି ମାଇଜିମନ୍କେ କଇଲିନି, ତମେ ମର୍ ପାରା ଏକ୍ଲା ରଇଲେ ତମର୍ପାଇ ନିକ ଅଇସି । ୯ ମାତର୍ ତମେ ଜଦି ମନର୍ ଲାଲ୍ସା ମୁର୍ଚିକରି ରଇ ନାପାର୍ଲାସ୍ନି ବଇଲେ, ବିବା ଅଇବାଟା ନିକ । କାଇକେବଇଲେ ଲାଲ୍ସାଇ ପଡିଜିବା ବାଦୁଲେ ବିବା ଅଇବାଟା ନିକ ।
୧୦ [a]ମାତର୍ ବିବା ଅଇବା ବିସ୍ବାସିମନ୍କେ ମୁଇ ଆଦେସ୍ ଦେଲିନି, ମୁଇ ଦେଇ ନାଇ ମାତର୍ ମାପ୍ରୁ ଦେଲାନି । ଜଦି ତମେ ଗଟେକ୍ ବିବାଇ ମାଇଜି, ସେନ୍ତାର୍ ଆଲେ ମୁନୁସ୍କେ ଚାଡି ବିନେ ନ ରୁଆ । ୧୧ ଜଦି ତାକେ ଚାଡ୍ଲେ, ବିବା ନ ଅଇତେ ରୁଆ । ନଇଲେ ଆରି ଗଟେକ୍ ତର୍ ନିଜର୍ ମୁନୁସ୍ ସଙ୍ଗ୍ ମିସା । ଜଦି ତମେ ବିବାଇ ମୁନୁସ୍, ନିଜର୍ ମାଇଜିକେ ନ ଚାଡା ।
୧୨ ଏବେ ମୁଇ ବିସ୍ବାସିମନ୍ ଜେ କି ବିସ୍ବାସ୍ ନ କଲାଟାମନ୍କେ ବିବା ଅଇଆଚତ୍, ସେମନ୍କେ କଇଲିନି, ମୁଇ କଇନାଇ ମାପ୍ରୁ କଇଲାନି, । ଜଦି ଗଟେକ୍ ବିସ୍ବାସି, ବିସ୍ବାସ୍ ନଇଲା ମାଇଜିକେ ବିବା ଅଇଲାଆଚେ, ଆରି ସେ ମାଇଜି ତାର୍ ସଙ୍ଗ୍ ମିସି ରଇବାକେ ମନ୍ କର୍ସି ବଇଲେ, ସେ ବାଇ ତାକେ ନ ଚାଡ । ୧୩ ଆରି ଜନ୍ ବିସ୍ବାସି ମାଇଜି ବିସ୍ବାସ୍ ନ କଲା ମୁନୁସ୍କେ ବିବାଅଇରଇସି, ଆରି ସେ ତାର୍ସଙ୍ଗ୍ ମିସି ରଇବାକେ ମନ୍ କର୍ସି, ତେବେ ସେ ନିଜର୍ ମୁନୁସ୍କେ ନ ଚାଡ । ୧୪ କାଇକେବଇଲେ ଜଦି ତମେ ଗଟେକ୍ ବିସ୍ବାସି ମାଇଜି, ବିସ୍ବାସ୍ ନ କର୍ବା ମୁନୁସ୍କେ ବିବା ଅଇଆଚାସ୍, ତର୍ ମୁନୁସ୍ ତର୍ ସଙ୍ଗ୍ ମିସ୍ଲାର୍ପାଇ ତାକେ ପର୍ମେସର୍ ତାର୍ ନିଜର୍ ସୁକଲ୍ ଲକ୍ କଲାଆଚେ । ସେନ୍ତାରିସେ ବିସ୍ବାସ୍ ନ କରିରଇବା ମାଇଜିକେ, ପର୍ମେସର୍ ଡାକ୍ଲା ଆଚେ । କାଇକେବଇଲେ ସେ ବିସ୍ବାସ୍ କର୍ବା ମନସ୍ ସଙ୍ଗ୍ ମିସ୍ଲା ଆଚେ । ଏନ୍ତାରି ନ ରଇଲେ ତମର୍ ପିଲାମନ୍ ବିସ୍ବାସ୍ ନ କର୍ବା ଲକର୍ ପିଲାମନର୍ପାରା ଅଇତାଇ । ମାତର୍ ଏବେ ସେମନ୍କେ ମିସା ପର୍ମେସର୍ ତାର୍ ନିଜର୍ ଲକ୍ କଲାଆଚେ ।
୧୫ ସେ ଜାଇଟା ମିସା ଅ, ଜଦି ଗଟେକ୍ ବିସ୍ବାସ୍ ନ କଲା ଲକ୍ ତାର୍ ବିସ୍ବାସି ମାଇଜି କି ମୁନୁସର୍ ଟାନେଅନି ବିନେ ଅଇବାକେ ମନ୍ କଲାନି ବଇଲେ, ସେ ବିନେ ଅ । ଏନ୍ତାରି ଅଇଲେ କିରିସ୍ଟକେ ବିସ୍ବାସ୍ କର୍ବା ମାଇଜି କି ମୁନୁସ୍ ବିବା ବନ୍ଦ୍ନେ ଅନି ମୁକ୍ଲି ଆଚେ । ପର୍ମେସର୍ ତମ୍କେ ସାନ୍ତିସଙ୍ଗ୍ ମିସି ବିଡି ଜିଇବାକାଇବାକେ ଡାକ୍ଲା ଆଚେ । ୧୬ ଅଇପାରେ, ତୁଇ ଗଟେକ୍ ବିସ୍ବାସି ବିବାଅଇଲା ମାଇଜି, ତର୍ ବିସ୍ବାସ୍ ନ କଲା ମୁନୁସ୍କେ କିରିସ୍ଟର୍ ଟାନେ ବିସ୍ବାସ୍ କରାଇପାରୁସ୍ । ସେନ୍ତାରିସେ ତୁଇ ଗଟେକ୍ ବିସ୍ବାସି ବିବାଅଇଲା ମୁନୁସ୍, ତର୍ ବିସ୍ବାସ୍ ନ କଲା ମାଇଜିକେ କିରିସ୍ଟର୍ ଟାନେ ବିସ୍ବାସ୍ କରାଇ ପାରୁସ୍ ।
୨୬ ଏବର୍ ଦୁକ୍ କସ୍ଟର୍ ବେଲା ଏତାଇଲେ, ମୁଇ ବାବ୍ଲିନି ଗଟେକ୍ ଲକ୍ ଜେନ୍ତାରି ଆଚେ, ସେନ୍ତାରିସେ ରଇବା ଦର୍କାର୍ । ୨୭ ତମେ କାଇ ମାଇଜି ସଙ୍ଗ୍ ବାନ୍ଦିଅଇ ଆଚାସ୍ କି ? ସେନ୍ତାର୍ଆଲେ ମୁକଲ୍ବାକେ ଚେସ୍ଟା କରାନାଇ । ତମେ କାଇ ବିବା ଉଆସ୍ ନାଇ କି ? ସେନ୍ତାର୍ଆଲେ ମାଇଜି କଜ୍ବାକେ ଚେସ୍ଟା କରାନାଇ । ୨୮ ଜଦି ତମେ ବିବାଅଇ ଆଚାସ୍, ବଇଲେ ତମେ ପାପ୍ କରାସ୍ ନାଇ । ଜଦି ଗଟେକ୍ ଦାଙ୍ଗ୍ଡି ବିବାଅଇସି, ସେ ମିସା ପାପ୍ କରେନାଇ । ମାତର୍ ବିବାଅଇଲା ଲକ୍ମନ୍ ଦୁକ୍ କସ୍ଟ ମୁର୍ଚିକରି ରଇବାକେ ପଡ୍ସି । ଏନ୍ତାରି ଦୁକ୍ କସ୍ଟର୍ ବେଲାଇ ସିତିଅନି ରକିଆ ପାଆ, ବଲିକରି ମୁଇ ମନ୍ କଲିନି ।
୨୯ ମାତର୍ ଏ ବାଇମନ୍ ମୁଇ ତମ୍କେ କଇଲିନି, ଏବେ ଆମ୍କେ ଅଲପ୍ ଦିନ୍ ଆଚେ । ଏଟାର୍ ପାଇ ଏବେଅନି ଜେ ବିବା ଅଇଆଚେ ସେ ବିବା ନ ଅଇଲା ଲକର୍ ପାରା ରଅ । ୩୦ ସେନ୍ତାରିସେ ଜନ୍ ଲକ୍ମନ୍ କାନ୍ଦାବୁବା ଅଇରଇଲାସ୍ନି, ସେମନ୍ କାନ୍ଦାବୁବା ନ ଅଇ ରଇଲା ଲକର୍ ପାରା ରୁଆ । ଆରି ଜନ୍ ଲକ୍ମନ୍ ସାର୍ଦା ଅଇରଇଲାଇନି, ସେମନ୍ ସାର୍ଦା ନ ଅଇଲା ଲକର୍ ପାରା ଅଇ ରଅତ୍ । ଜନ୍ ଲକ୍ମନ୍ ଗେନ୍ବାଇ, ସେଟା ନିଜର୍ଟା ନଏଁ ବଇଲାପାରା ରଅତ୍ । ୩୧ ଜନ୍ ଲକ୍ମନ୍ ଜଗତର୍ ଜିନିସ୍ ନେଇ ବେବାର୍ପାନି କଲାଇନି, ସେମନ୍ ସବୁବେଲେ ସେ ବିସଇ ଚିନ୍ତା ନ କଲା ଲକର୍ ପାରା ରଅତ୍ । କାଇକେବଇଲେ ଜନ୍ ଜଗତେ ଆମେ ଆଚୁ, ସେ ଜଗତର୍ ସବୁ ଜିନିସ୍ ବୁଡିଜାଇସି ।
୩୨ ମାତର୍ ତମେ ଏ ବିସଇନେଇ ତେରେପେତେ ଉଆନାଇ । ବିବା ନ ଅଇଲା ଲକ୍ମନ୍ ସବୁବେଲେ ମାପ୍ରୁର୍ ସେବା କାମ୍ କର୍ବାକେ ମନ୍ କର । କାଇକେବଇଲେ ମାପ୍ରୁକେ ସାର୍ଦା କରାଇବାଟା ତାର୍ ମୁକିଅ କାମ୍ । ୩୩ ମାତର୍ ଜେ ବିବାଅଇଆଚେ, ସେ ଏ ଜଗତର୍ ସବୁ ବିସଇନେଇ ଚିନ୍ତା କର୍ସି । କାଇକେବଇଲେ ସେ ତାର୍ ମାଇଜିକେ ସାର୍ଦାସଙ୍ଗ୍ ରକ୍ବାକେ ମନ୍ କର୍ସି । ୩୪ ସେନ୍ତିସେ ତାର୍ ମନ୍ ଦୁଇବାଟେ ଜିକ୍ଟାନ୍ ଅଇଲାନି । ବିବା ନ ଅଇଲା ମାଇଜି କି ଦାଙ୍ଗ୍ଡି ମାପ୍ରୁର୍ କାମର୍ ବିସଇ ଚିନ୍ତା କର୍ସି । କାଇକେବଇଲେ ସେ ତାର୍ ଗାଗଡ୍ ଆରି ଆତ୍ମା ପର୍ମେସର୍କେ ସର୍ପି ଦେବାକେ ମନ୍ କର୍ସି । ମାତର୍ ବିବା ଅଇଲା ମାଇଜି ଏ ଜଗତର୍ ସବୁଦିନର୍ ବିସଇ ଚିନ୍ତା କର୍ସି । କାଇକେ ବଇଲେ ତାର୍ ମୁନୁସ୍କେ ସାର୍ଦା କର୍ବାକେ ସେ ବାବ୍ତେ ରଇସି ।
୩୫ ଏ କାତା ମୁଇ ତମ୍କେ ନିଜର୍ ମଙ୍ଗଲର୍ ପାଇ କଇଲିନି । ତମ୍କେ ଆଦେସ୍ ମାନ୍ବାକେ ଦେଇ ନାଇ ମାତର୍ ତମେ ଜେନ୍ତିକି ସତ୍ ବାବେ ଚଲାଚଲ୍ତି କରି ଏନେତେନେ ଚିନ୍ତା ନ ଅଇକରି ପୁରାପୁରୁନ୍ ବାବେ ମାପ୍ରୁକେ ସର୍ପି ଅଇବାକେ କଇଲିନି ।
୩୬ କନିଆ ମାଙ୍ଗ୍ନି ଅଇଲାପଚେ ଜଦି ଜନ୍ ମନସ୍ ତାର୍ ମାଙ୍ଗ୍ଲା ମାଇଜି ସଙ୍ଗ୍ ଟିକ୍ସଙ୍ଗ୍ ଚଲାଚଲ୍ତି କରି ନାପାର୍ଲାନି ଆରି ତାର୍ ଲାଲ୍ସା ସେ କନିଆ ଉପ୍ରେ ବଡିଗାଲାନି, । ତାର୍ ଇସାବେ ବିବା ଅଇବାର୍ ଆଚେ ଆକା ବଇଲେ, ସେ ବିବା ଅଇ ପାରେ । ଏଟାର୍ପାଇ କାଇ ପାପ୍ ନାଇ । ୩୭ ମାତର୍ ସେ ଜଦି କାର୍ ବାଦିଅ ନ ଅଇ ତାର୍ ମନ୍ ଡାଟ୍ କରି ଟିକ୍କଲେ, ଆରି ତାର୍ ମନ୍ କଲାଟା ପୁରାପୁରୁନ୍ ଦାରି ରକିପାର୍ଲେ, ସେ ଡିଣ୍ଡା ଟକିକେ ବିବା ନ କଲେ ନିକ । ୩୮ ତେବେ ଜାକେ ଡିଣ୍ଡା ଟକିର୍ ମାଙ୍ଗ୍ନି ଅଇଲା ଆଚେ, ସେ ଟିକ୍ କାମ୍ କଲାନି, ମାତର୍ ଜେ ବିବା ନ ଅଏ, ସେ ତାର୍ ତେଇଅନି ଅଦିକ୍ ନିମାନ୍ କାମ୍ କଲାନି ।
୩୯ ମୁନୁସ୍ ଜିବନ୍ ରଇବା ଜାକ, ମାଇଜି ବାନ୍ଦି ଅଇରଇସି । ଜଦି ମୁନୁସ୍ ମରିଜାଇସି, ତେବେ ମାଇଜି ମାପ୍ରୁକେ ବିସ୍ବାସ୍ କର୍ବା ଲକ୍କେ, କାକେ ମିସା ବିବା ଅଇପାର୍ସି । ୪୦ ମୁଇ ବାବ୍ଲିନି ସେ ବିବା ନ ଅଇ ସେନ୍ତିସେ ରଇଲେ ଅଦିକ୍ ସୁକ୍ ମିଲ୍ସି । ଆରି ଏଟା ପରମେସରର୍ ସୁକଲ୍ ଆତ୍ମାର୍ ମନ୍ କଲାଟା ବଲି ମୁଇ ବାବ୍ଲିନି ।
<- ୧ମ କରନ୍ତିୟ 6୧ମ କରନ୍ତିୟ 8 ->- a ମାତିଉ ୫:୩୨;୧୯:୯; ମାର୍କ ୧୦:୧୧,୧୨; ଲୁକ୍ ୧୬:୧୮