୬ [a]ଏନ୍ତାରି ଲକ୍କେ ତମର୍ ମଣ୍ଡଲିତେଇ ସଙ୍ଗଇକରି ଏନ୍ତି ବଡ୍ପନ୍ ଅଇବାଟା ବଲ୍ନାଇ । ମନେ ରକା କଣ୍ଡେକ୍ କମିରର୍ ଲାଗି, ଚକଟ୍ଲା ସବୁ ଗୁଣ୍ଡ୍ ଆମଟ୍ ଅଇଜାଇସି, ଏଟା କାଇ ତମେ ନାଜାନାସ୍ କି ? ୭ ତମର୍ ବିତ୍ରେ ରଇବା ପାପର୍ ପୁର୍ନା କମିର୍ ପିଙ୍ଗିଦେଇ ପୁରାପୁରୁନ୍ ସୁକଲ୍ ଉଆ । ସେନ୍ତାର୍ କଲେ ତମେ କମିର୍ ନଇତେ ଚକଟ୍ଲା ନୁଆ ଗୁଣ୍ଡ୍ ପାରା ଅଇସା । ମୁଇ ଜାନି, ଏବେମିସା ତମେ ସେନ୍ତାରି ଆଚାସ୍ । ଆମର୍ ନିସ୍ତାର୍ ପରବ୍ ଦିନ୍ ତିଆର୍ ଅଇ ସାର୍ଲା ଆଚେ । ପରବର୍ ମେଣ୍ଡାପିଲା ନିଜେ କିରିସ୍ଟ ସର୍ପି ଅଇଆଚେ । ୮ ତେବେ ଆସା, ଆମର୍ ପାପ୍ ଆରି କାରାପ୍ ରଇବା ପୁର୍ନା କମିର୍ ଚାଡିଦେଉଁ ଆରି କମିର୍ ନ ମିସ୍ଲା ରୁଟି ପାରା ଜେନ୍ତିକି ସତ୍ ଆରି ସୁଆଲ୍ ଅଇ ଏ ପରବର୍ ସାର୍ଦା କରୁ ।
୯ ମୁଇ ଆଗ୍ତୁ ବେସିଆମନର୍ ସଙ୍ଗ୍ ନ ମିସ୍ବାକେ ଚିଟି ଲେକିରଇଲି । ୧୦ ତାର୍ ଅରତ୍ ନଏଁ ଜେ ଏ ଜଗତେ ରଇବା ବେସିଆ, ଲବ୍ରା, ଚର୍ନା ଆରି ମୁର୍ତି ପୁଜା କର୍ବା ଲକର୍ ସଙ୍ଗ୍ ମୁଲ୍କେ ମିସା ନାଇ ବଲି । ଜଦି ସେନ୍ତାର୍ କଲେ ତମେ ଜଗତ୍ ଚାଡି ବାରଇଜିବାକେ ପଡ୍ସି । ୧୧ ମାତର୍ ମର୍ କଇବାଟା ଅଇଲାନି, ଜନ୍ ବାଇ ମୁଇ ବିସ୍ବାସି ବଲି କଇକରି ବେବିଚାର୍ କାମ୍ କର୍ସି, କି କାଇଟା ଦେବାକେ ମିସା ଲବ୍ କର୍ସି, କୁଟ୍ କାତା କଇସି, ପୁତ୍ଲା ପୁଜା କର୍ସି, ବିନ୍ ଲକର୍ଟା ଦନ୍ଦିପନ୍ଦିକରି ନେଇସି, ଆରି ମାତୁଆଲ୍ ଅଇସି ବଇଲେ, ତାର୍ ସଙ୍ଗ୍ ମିସାନାଇ । ଏନ୍ତିକି ତାର୍ ସଙ୍ଗ୍ ମିସିକରି କାଇବାର୍ ମିସା ନାଇ ।
୧୨ ବିସ୍ବାସ୍ ନ କର୍ବା ଲକ୍ମନ୍କେ ବିଚାର୍ କର୍ବାକେ ମୁଇ କେ ? ପର୍ମେସର୍ ସେମନ୍କେ ବିଚାର୍ କର୍ସି । ଜନ୍ ଲକ୍ମନ୍ ମଣ୍ଡଲିତେଇ ରଇବାଇ, ସେମନ୍କେ ବିଚାର୍ କର୍ବାଟା ଆମର୍ କାମ୍ । ୧୩ ସାସ୍ତରେ ଲେକା ଅଇଲାପାରା ତମର୍ ବିତ୍ରେ ଜନ୍ଲକ୍ ସେନ୍ତାରି କାରାପ୍ ଚଲାଚଲ୍ତି କଲାନି, ତାକେ ତମର୍ ବିତ୍ରେଅନି ବାର୍କରାଇ ଦିଆସ୍ ।
<- ୧ମ କରନ୍ତିୟ 4୧ମ କରନ୍ତିୟ 6 ->- a ଗାଲାତିୟ ୫:୯