୬ ଏ ବାଇବଇନିମନ୍, ମୁଇ ଏ ସବୁ କାତା ତମେ ସିକା ବଲି, ମର୍ ବିସଇ ଆରି ଆପଲର୍ ବିସଇ ଉଦାଅରନ୍ ଦେଇ କଇଲି । ଜେନ୍ତିକି ସାସ୍ତରେ ଲେକାଅଇଲାଟାନର୍ ଅରତ୍ ତମେ ସିକ୍ସା । ସାସ୍ତରେ ଜେତ୍କି ସବୁ ଲେକା ଅଇଲାଆଚେ, ତାର୍ଟାନେଅନି ଅଦିକ୍ କରାନାଇ । ସେନ୍ତାରି କଲେ କାକେ ମିସା ନେଇକରି ବଡ୍ପନ୍ ନ ଉଆସ୍, ଆରି କାକେ ମିସା ଇନ୍ ନ କରାସ୍ । ୭ କାଇକେବଇଲେ ବିନ୍ ଲକର୍ଟାନେଅନି କେ ତମ୍କେ ବଡ୍ କରତ୍ ନାଇ । ଆରି ଜନ୍ ଗୁଣ୍ ତମେ ଦାନ୍ ଇସାବେ ମିଲାଇଆଚାସ୍ ସେଟା ପର୍ମେସର୍ ଦେଲାଆଚେ । ତେବେ ତମର୍ ନିଜର୍ଟା ବଲି ବଡ୍ପନ୍ ଅଇ କଇ ନାପାରାସ୍ ।
୮ ତମ୍କେ ଦର୍କାର୍ ରଇଲା ସବୁ ବିସଇ ମିଲାଇ ଆଚାସ୍ କି ? ତମେ କାଇ ସାଉକାର୍ ଅଇସାରି ଆଚାସ୍ କି ? ଗଟେକ୍ ଗଟେକ୍ ରାଜା ଅଇଜାଇଆଚାସ୍ କି ? ଏଲେ ମିସା ଆମେ ଅଇ ନାପାର୍ଲୁନି । ସତଇସେ ତମେ ରାଜାଅଇତାସ୍ କି ? ସେନ୍ତାର୍ଆଲେ, ଆମେ ମିସା ତମର୍ ସଙ୍ଗ୍ ରଇ କାମ୍ କର୍ତୁ । ୯ ମାତର୍ ମୁଇ ବାବ୍ଲିନି ପର୍ମେସର୍ ଆମର୍ ପାରା ପେରିତ୍ମନ୍କେ ଦାଡିର୍ ସାରାସାରି ଜାଗା ଦେଲାଆଚେ । ଜଗତର୍ ସବୁ ଲକ୍ ଆରି ସର୍ଗର୍ ଦୁତ୍ମନ୍ ଦେକ୍ତେ ରଇବାବେଲେ ଆମେ, ବନ୍ଦି ଅଇଲା ଲକ୍ମନ୍କେ ମରାଇବାକେ ନେଲାପାରା ଆଚୁ । ୧୦ ଆମେ କିରିସ୍ଟର୍ ଲାଗି ବକୁଆ ଲକ୍, ମାତର୍ ତମେ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ ବୁଦିରଇବା ଲକ୍ । ଆମେ ଦୁର୍ବଲ୍, ମାତର୍ ତମେ ବପୁରଇବା ଲକ୍, ତମ୍କେ ଲକ୍ମନ୍ ସନ୍ମାନ୍ ଦେଲାଇନି, ମାତର୍ ଆମ୍କେ ସନ୍ମାନ୍ ମିଲେନାଇ । ୧୧ ଏବେ ଜାକ ମିସା ଆମ୍କେ ପେଟ୍ପୁର୍ତେ କାଇବାପିଇବାକେ ମିଲେନାଇ । ପିନ୍ଦ୍ବାକେ ବେସି ପୁର୍ନା ବସ୍ତର୍ ଆଚେ । ଲକ୍ମନ୍ ଆମ୍କେ ମାର୍ଲାଇନି ଆରି ରଇବାକେ ଜାଗା ନଇଲାର୍ ପାଇ ଏନେତେନେ ଅଇ ବୁଲ୍ଲୁନି । ୧୨ ✡ପେରିତ୍ ୧୮:୩ଆବଡ୍ କାମ୍ କରି ଆମେ ଦିନ୍କେ ଦିନ୍ ଜୁଲିସୁକି ଗାଲୁନି । କେ ଆମ୍କେ ସାଇପ୍ ଦେଲେ ତାକେ ଆମେ ଆସିର୍ବାଦ୍ କଲୁନି, ଆରି ଉଡା ସୁନିକରି ମିସା ମୁର୍ଚି କରି ରଇଲୁନି । ୧୩ ନିନ୍ଦା ପାଇଲେ, ଆଲାଦର୍ କାତା କଇଲୁନି । ଆମେ ଏବେ ଜାକ ମିସା ଜଗତର୍ କାଚ୍ରା ପାରା ଅଇଆଚୁ । ଲକ୍ମନ୍ ଆମ୍କେ ଆଣ୍ଡି ଦଇରଇବା ମୁର୍କି ପାନିପାରା ଦେକ୍ଲାଇନି ।
୧୪ ମୁଇ ତମ୍କେ ଲାଜ୍ କରାଇବାକେ ଏ ସବୁ ବିସଇ ଲେକିନାଇ, ମାତର୍ ତମ୍କେ ମର୍ ଆଲାଦର୍ ପିଲାଟକି ବଲି ଏତାଇ କରି ଚେତ୍ନା ଦେବାକେ, ଏ ସବୁ ଲେକ୍ଲିନି । ୧୫ କାଇକେବଇଲେ ତମର୍ଟାନେ କିରିସ୍ଟର୍ ବିସଇ ସିକାଇବାକେ କେତେକ୍ କେତେକ୍ ଗୁରୁ ରଇଲେ ମିସା, ବାବା ଇସାବେ ତମ୍କେ ବେସି ଲକ୍ ନାଇ । କିରିସ୍ଟ ଜିସୁର୍ତେଇ ମିସ୍ଲାର୍ ପାଇ ମୁଇ ତମର୍ ବାବା ଅଇଗାଲି । କାଇକେବଇଲେ ମୁଇ ତମ୍କେ ଜିସୁକିରିସ୍ଟର୍ ସୁବ୍କବର୍ କଇରଇଲି । ୧୬ ✡୧ମ କରନ୍ତିୟ ୧୧:୧; ପିଲିପିୟ ୩:୧୭ତେବେ ମୁଇ ତମ୍କେ ବାବୁଜିଆ କରି କଇଲିନି, ମୁଇ ଜାଇଟା କଲିନି ତମେ ମିସା ସେନ୍ତାରି କରା । ୧୭ ସେଟାର୍ପାଇ ମୁଇ ତିମତିକେ ତମର୍ ଲଗେ ପାଟାଇ ଆଚି । ମୁଇ ତାକେ ଆଲାଦ୍ କଲିନି । ସେ ମର୍ ନିଜର୍ ପିଲା ପାରା ଆରି ମାପ୍ରୁର୍ ସେବାକାମେ ସବୁ ନିକସଙ୍ଗ୍ କର୍ସି । ଜେଡ୍କିବେଲେ ସେ ତମର୍ଟାନେ ଆଇସି, କିରିସ୍ଟର୍ତେଇ ମିସ୍ଲାର୍ ପାଇ ବଲି ମୁଇ କେନ୍ତି ଚଲାଚଲ୍ତି କଲିନି, ସେ ବିସଇନେଇ ସେ ତମ୍କେ କଇସି । ସେ ସମାନ୍ ବିସଇ, ସବୁ ମଣ୍ଡଲିର୍ ବିସ୍ବାସିମନ୍କେ ମୁଇ ସିକାଇଲିନି ।
୧୮ ସେ କରନ୍ତିଅତେଇ ଆରି କେବେ ନ ଆସେ, ବଲିକରି ତମର୍ ବିତ୍ରର୍ କେତେ ଲକ୍ ବଡ୍ପନ୍ ଅଇଆଚାସ୍ । ୧୯ ମାତର୍ ଜଦି ମାପ୍ରୁ ମନ୍ କଲେ ମୁଇ ଦାପ୍ରେ ତମର୍ଟାନେ ଆଇବି । ଏ ବଡ୍ପନିଆ ଲକ୍ମନ୍ କାଇ କାତା ଅଇଲାଇନି ବଲି ମୁଇ ନିଜେ ଜାନ୍ବି ଆରି ତାକର୍ ବପୁ ପରମେସରର୍ଟାନେଅନି କି ନାଇ, ସେଟା ଜାନ୍ବି । ୨୦ ପରମେସରର୍ ରାଇଜ୍, ଅବ୍କା କାତା ଅଇବା ବିସଇ ନଏଁ, ମାତର୍ ବପୁର୍ ସଙ୍ଗ୍ ରଇବା ବିସଇ । ୨୧ ମୁଇ ଆଇଲାବେଲେ ତମ୍କେ କେନ୍ତି ଚଲାଚଲ୍ତି ଦେକାଇବାର୍ ଆଚେ ? ମୁଇ ବେତ୍ଡାଙ୍ଗ୍ ଦାରି ତମର୍ ଲଗେ ଆଇବାର୍ କି, ଆଲାଦ୍ ଆରି ସାନ୍ତିର୍ ମନ୍ ଦାରି ଆଇବି ?
<- ୧ମ କରନ୍ତିୟ 3୧ମ କରନ୍ତିୟ 5 ->